ସ୍ବାଧୀନତା ଦିବସ ପାଇଁ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ସମସ୍ତ ଐତିହାସିକ ସ୍ଥାନରେ ମାଗଣାରେ ବୁଲିପାରିବେ, ସରକାର କରିଲେ ଘୋଷଣା

0

Get real time updates directly on you device, subscribe now.

ଏ ବର୍ଷ ଦେଶ ନିଜର ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହା ପୂର୍ବରୁ ସ୍ବାଧୀନତାକୁ ନେଇ ୭୫ ବର୍ଷ ପୂରଣ ହେବା ଅବସରରେ ଦେଶରେ ‘ଆଜାଦିକା ଅମୃତ ମହୋତ୍ସବ’ ପାଳନ ଆରମ୍ଭ ହୋଇସାରିଛି। ଅନ୍ୟପକ୍ଷରେ ରାଜସ୍ଥାନର ଗହଲୋତ ସରକାର ରାଜ୍ୟବାସୀ ତଥା ରାଜସ୍ଥାନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏକ ବଡ଼ ଉପହାର ମଧ୍ୟ ଦେଇଛନ୍ତି। ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ସମସ୍ତ ଐତିହାସିକ ସ୍ଥାନରେ ସାଧାରଣ ଲୋକମାନଙ୍କୁ ମାଗଣାରେ ପ୍ରବେଶ କରିବାକୁ ଗହଲୋତ ସରକାର ଘୋଷଣା କରିଛନ୍ତି। ଏହାପୂର୍ବରୁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟର ପରିଦର୍ଶନ କରୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବିନା ଟିକେଟରେ ପ୍ରବେଶ କରିବାକୁ ଘୋଷଣା କରିଥିଲା।

ବାସ୍ତବରେ, ଯେଉଁମାନେ ରାଜସ୍ଥାନର ସୁନ୍ଦର ଏବଂ ଐତିହାସିକ ସ୍ଥାନକୁ ଦେଖିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଆଜାଦିକା ଅମୃତ ମହୋତ୍ସବରେ ଗହଲୋତ ସରକାର ଏପରି ଏକ ଉପହାର ଭେଟି ଦେଇଛନ୍ତି। ସ୍ୱାଧୀନତାର ୭୫ ବର୍ଷର ଏହି ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ସରକାର ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟରେ ବିନା ଟିକେଟରେ ପ୍ରବେଶ କରିବା ପାଇଁ ଯୋଜନା କରିଛନ୍ତି। ଏହି ନିୟମ ଅଗଷ୍ଟ ୧୩ ତାରିଖ ଅର୍ଥାତ ଆଜିଠାରୁ ସମଗ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି, ଯାହାକି ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରହିବ।

ରାଜସ୍ଥାନ ସରକାରଙ୍କର ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପରେ ଆଲବର୍ଟ ହଲ, ନାହରଗଡ, ଜନ୍ତର ମନ୍ତ୍ର, ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଜୟପୁର, ଅମ୍ରାପାଲି ସଂଗ୍ରହାଳୟ ଜୟପୁର, ବାଗୋର ର ହାଭେଲି ଉଦୟପୁର, ମେହେରଙ୍ଗର ଦୁର୍ଗ ସଂଗ୍ରହାଳୟ ଯୋଧପୁର, ଜସୱନ୍ତ ଥାଡା ଯୋଧପୁର, ସରକାରୀ ସଂଗ୍ରହାଳୟ ଉଦୟପୁର, ସରକାରୀ ସଂଗ୍ରହାଳୟ ଉଦୟପୁର ଅଜମର ଆଦି ରାଜସ୍ଥାନର ଏପରି ୩୩ଟି ଜିଲ୍ଲାର ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟରେ ସାଧାରଣ ଲୋକମାନଙ୍କ ପାଇଁ ଆସନ୍ତା ୭୨ ଘଣ୍ଟା ପାଇଁ ମାଗଣା କରିଦିଆଯାଇଛି। ଏହା ସହ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ସ୍ଥାନରେ ପତାକା ଉତ୍ତୋଳନ ମଧ୍ୟ କରାଯିବ।

Leave A Reply

Your email address will not be published.