ଟି-୨୦ରେ ଏସିଆ କପରେ ସାମ୍ନା-ସାମ୍ନୀ ହେବେ ଭାରତ ବନାମ ପାକିସ୍ତାନ

0

Get real time updates directly on you device, subscribe now.

ଅଗଷ୍ଟ ୨୮ ତାରିଖରେ ମୁହାମୁହିଁ ହେବେ ଭାରତ-ପାକିସ୍ତାନ। ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ମଧ୍ୟରେ ହେବ ଜବରଦସ୍ତ ଟକ୍କର। ଦୋହଲିବ ପ୍ଲେ-ଗ୍ରାଉଣ୍ଡ, ଦୁଲୁକିବ ଷ୍ଟାଡିୟମ। ସାରା ପରିବେଶ ଦର୍ଶକଙ୍କ କରତାଳିରେ କମ୍ପି ଉଠିବ। ଏସିଆ କପର ଦ୍ଵିତୀୟ ମ୍ଯାଚରେ ସାମ୍ନା-ସାମ୍ନୀ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ଵନ୍ଦୀ ଭାରତ-ପାକିସ୍ତାନ। ମ୍ଯାଚକୁ ୧୮ ଦିନ ବାକି ଥିବା ସମୟରେ ବର୍ତ୍ତମାନ ଏହି ମ୍ଯାଚକୁ ନେଇ ବହୁତ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆସନ୍ତୁ ଏହି ମ୍ଯାଚର କିଛି ବିଶେଷ ତଥ୍ୟ ଉପରେ ନଜର ପକାଇବା।

ପାକିସ୍ତାନର ଓପନର ବାବର ଆଜାମଙ୍କୁ ନେଇ ଭାରତର ବୋଲର ସାମାନ୍ୟ ଚିନ୍ତିତ ରହିବ। ଯେକୌଣସି ପରିସ୍ଥିତିରେ ଆକ୍ରମଣାତ୍ମକ ଢଙ୍ଗରେ ଖେଳିବା ତାଙ୍କର ପରିଚୟ। ଗତ ବିଶ୍ଵକପରେ ତାଙ୍କୁ ଆଉଟ କରିବା ବହୁତ କଷ୍ଟ ହୋଇପଡୁଥିଲା। ଏହା ତାଙ୍କର ଟି-୨୦ ରେକର୍ଡ ମଧ୍ୟ କହୁଛି। ସେ ୭୪ଟି ମ୍ଯାଚ ଖେଳି ୨୬୮୮ ରନ କରିଥିବା ସମୟରେ ୨୬ଟି ଅର୍ଦ୍ଧ-ଶତକ ସହିତ ଗୋଟିଏ ଶତକ କରିଛନ୍ତି। ସେ ଅନେକ ମ୍ଯାଚରେ ଗେମ ଚେଞ୍ଜିଙ୍ଗ ଇନିଙ୍ଗ୍ସ ମଧ୍ୟ ଖେଳିଛନ୍ତି। ସେ ସ୍ପିନରଙ୍କୁ ଅଧିକ ଚାପରେ ରଖୁଥିବା କାରଣରୁ ଦୃତ ବୋଲର ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂ ତାଙ୍କ ପାଇଁ ବିପଦ ହୋଇପାରନ୍ତି। ତେଣୁ ସେ ପିଚରେ ଯେତେ ସାମୀ ଅଧିକ ରହିବେ ଭାରତୀୟ ଦଳ ପାଇଁ ସେତେ ବିପଦ ସୃଷ୍ଟି ହେବ। ସେହିପରି ମହମ୍ମଦ ରିଜୱାନ ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ। ସେ ଅନେକ ମ୍ଯାଚରେ ବଡ ବଡ ସଟ ମଧ୍ୟ ଖେଳନ୍ତି। ସେ ଆଇସିସି ଟି-୨୦ ରେକିଙ୍ଗରେ ୨ୟ ସ୍ଥାନରେ ଅଛନ୍ତି। ସେ ୫୬ଟି ମ୍ଯାଚ ଖେଳି ବର୍ତ୍ତମାନ ପର୍ଯ୍ଯନ୍ତ ୧୬୬୨ ରନ କରିଛନ୍ତି। ୧୩ଟି ଅର୍ଦ୍ଧ-ଶତକ ଓ ଗୋଟିଏ ଶତକ କରିଛନ୍ତି। ତାଙ୍କୁ ସ୍ପିନର ଯୁଜୁବେନ୍ଦ୍ର ଚହଲ ଓ ରବି ବିଶ୍ନୋଇଙ୍କ ପରି ବୋଲର ଅଡୁଆରେ ପକାଇପାରନ୍ତି।

ଫକର ଜମାନଙ୍କ ରେକର୍ଡ କହୁଛିକି ସେ ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ। ସେ ୬୫ଟି ମ୍ଯାଚ ଖେଳି ୧୨୫୩ ରନ କରିଛନ୍ତି। ଏଥିରେ ସାମିଲ ଅଛି ୭ଟି ଅର୍ଦ୍ଧ-ଶତକ। ତାଙ୍କ ପାଇଁ ବିପଦ ସାଜିବେ ଚହଳ ଓ ଅଶ୍ଵିନୀଙ୍କ ପରି ସ୍ପିନର। ସେହିପରି ମାତ୍ର ୨୧ ମ୍ଯାଚ ଖେଳି ୪୦୦ ରନ କରିଥିବା ହାଇଦର ଅଲ୍ଲୀ ମଧ୍ୟ ଭାରତର ମୁଣ୍ଡ ବ୍ୟଥାର କାରଣ ସାଜିପାରନ୍ତି। କାରଣ ତାଙ୍କର ଏହି ୨୧ଟି ମ୍ଯାଚ ମଧ୍ୟରେ ୩ଟି ଅର୍ଦ୍ଧ-ଶତକ କରିଥିବା ବେଳେ ସେ ଛକା ଓ ଚୌକା ମାରିବାରେ ବେଶ ମାହିର। ଭୁନେଶ୍ବର କୁମାର ଓ ଆବେଶ ଖାନ ତାଙ୍କୁ ଆଉଟ କରିପାରିବେ।

ସେହିପରି ପାକିସ୍ତାନୀ ବୋଲରଙ୍କୁ ମାତ ଦେବା ପାଇଁ ପ୍ରସ୍ତୁତ ରହିଛି ଭାରତ ବାହିନୀ। ସେହିପରି ପାକିସ୍ତାନୀ ବୋଲରଙ୍କୁ ମାତ ଦେବା ପାଇଁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ୧୨୯ଟି ମ୍ଯାଚ ଖେଳି ୩୪୪୩ ରନ କରିଥିବା ବେଳେ ୩୭ଟି ଅର୍ଦ୍ଧ-ଶତକ କରିବା ସହିତ ୪ଟି ଶତକ କରିଛନ୍ତି। ଅନ୍ୟ ବୋଲରଙ୍କ ଅପେକ୍ଷା ସାହିନ ଆଫ୍ରିନଙ୍କ ବୋଲରଙ୍କୁ ଜଗି ରହି ଖେଳିବାକୁ ପଡିବ। ସେହିପରି ବିରାଟ କୋହଲି ନିଜର ଖରାପ ପ୍ରଦର୍ଶନରୁ ଫେରିଛନ୍ତି। ସେ ପାକ ବୋଲରଙ୍କ ପାଇଁ ବିପଦ ସାଜିପାରନ୍ତି। ତାଙ୍କର ପାକ ବୋଲରଙ୍କ ବିପକ୍ଷରେ ଭଲ ରେକର୍ଡ ରହିଛି। ସେ ୯୯ଟି ମ୍ୟାଚ ଖେଳି ୩୩୦୮ ରନ। ଏଥିରେ ସାମିଲ ଅଛି ୩୦ଟି ଅର୍ଦ୍ଧ-ଶତକ। କେଏଲ ରାହୁଲ ଲମ୍ବା ଲମ୍ବା ସଟ ମାରନ୍ତି। ସେ ୫୬ଟି ମ୍ଯାଚରେ ୧୮୩୧ ରନ କରିଥିବା ସମୟରେ ୧୬ଟି ଅର୍ଦ୍ଧ-ଶତକ ଓ ୨ଟି ଶତକ ରହିଛି।

ସେହିପରି ସୂର୍ଯ୍ୟକୁମାର ଯାଦବଙ୍କର ବ୍ୟାଟିଂ ମଧ୍ୟ ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିବ। ୨୩ଟି ମ୍ଯାଚରେ ୬୭୨ ରନ କରିଥିବା ସମୟରେ ଏଥିରେ ସାମିଲ ଅଛି ଗୋଟିଏ ଶତକ ଓ ୬ଟି ଅର୍ଦ୍ଧ-ଶତକ। ସେହିପରି ଭାରତୀୟ ଦଳର ୱିକେଟକିପର ଋଷଭ ପନ୍ତ ପାକିସ୍ତାନକୁ ଅଡୁଆରେ ପକାଇବେ। ତାଙ୍କର ଆକ୍ରମଣାତ୍ମକ ଢଙ୍ଗ ପାକିସ୍ତାନ ପାଇଁ ବିପଦ ସାଜିପାରେ। ସେଥିପାଇଁ ତାଙ୍କୁ ପାକିସ୍ତାନର କିଛି ବୋଲରଙ୍କ ଠାରୁ ଜଗି ରହି ଖେଳିବାକୁ ପଡିବ। ତେବେ ପୂର୍ବର ରେକର୍ଡକୁ ଦେଖିଲେ ଓ ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ଜଣାପଡୁଛିକି ଦୁଇ ଦଳ ମଧ୍ୟରେ ଏକ ଭଲ ଟକ୍କର ହେବ।

Leave A Reply

Your email address will not be published.