ଦୀନେଶ କାର୍ତ୍ତିକଙ୍କୁ ମୁଁ ଦଳରେ ସାମିଲ କରିବି ନାହିଁ, ଜାଡେଜାଙ୍କ ଅଦ୍ଭୁତ ବୟାନ

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ଟିମର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ବିଗତ କିଛି ସମୟ ହେବ ଭଲ ପ୍ରଦର୍ଶନ କରିଆସୁଛନ୍ତି। ସେ କୋଚ୍ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମାଙ୍କ ଭରସା ଜିତିଛନ୍ତି। ଦୀନେଶ କାର୍ତିକ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଫିନିସର ଭୂମିକା ନିଭାଉଛନ୍ତି। ଏବେ ପୂର୍ବ ଭାରତୀୟ ଖେଳାଳି ଅଜୟ ଜାଡେଜା ଦୀନେଶ କାର୍ତିକଙ୍କୁ ନେଇ ବହୁତ ବଡ଼ ବୟାନ ଦେଇଛନ୍ତି। ଜାଡେଜା କହିଛନ୍ତି, କାର୍ତିକଙ୍କ ସ୍ଥାନ ଭାରତୀୟ ଦଳରେ ରହିବନାହିଁ।

ଜାଡେଜା ଦେଲେ ବୟାନ:-

ଭାରତର ପୂର୍ବ ଷ୍ଟାର ଖେଳାଳି ଅଜୟ ଜାଡେଜା କହିଛନ୍ତି କି, ଯଦି ଆପଣ ସେହି ଭଳି ଖେଳିବାକୁ ଚାହାଁନ୍ତି ଯେମିତି ମୁଁ ଶୁଣିଥିଲି, ଆପଣଙ୍କୁ ଆକ୍ରମଣାତ୍ମକ ଖେଳିବାକୁ ହେବ। ଯଦି ବିରାଟ କୋହଲି ଓ ରୋହିତ ଶର୍ମା ଦଳକୁ ଆସୁଛନ୍ତି ତାହେଲେ ଆପଣଙ୍କୁ ନିହାତି ଭାବରେ ଦୀନେଶ କାର୍ତିକଙ୍କ ଆବଶ୍ୟକତା ରହିବ। ଯଦି ଆପଣଙ୍କ ପାଖରେ ବିରାଟ କିମ୍ବା ରୋହିତଙ୍କ ମଧ୍ୟରୁ ଜଣେ ମଧ୍ୟ ନାହାଁନ୍ତି ତାହେଲେ ଏହି କ୍ଷେତ୍ରରେ ଦୀନେଶ କାର୍ତିକଙ୍କ ଦରକାର ବିଲକୁଲ ହେବନାହିଁ।

କମେଣ୍ଟାରୀ କରିପାରନ୍ତି:-

ଅଜୟ ଜାଡେଜା ଆଗକୁ କୁହନ୍ତି, ଦୀନେଶ କାର୍ତିକ ଜଣେ ଭଲ କମେଣ୍ଟାଟର ଅଟନ୍ତି ଓ ସେ ମୋ ପାଖ ସିଟରେ ବସିପାରିବେ। ମୁଁ ପ୍ରଥମେ ବୋଲରଙ୍କ ଚୟନ କରିଥାଏ। ମୁଁ ଶାମି, ବୁମରା, ଅର୍ଶଦୀପ ସିଂହ ଓ ଚହଲଙ୍କୁ ପ୍ରଥମେ ଦଳରେ ନେବି କାରଣ ଏମନଙ୍କ ପାଖରେ ବହୁତ ଭଲ ଭାରିଏସନ ରହିଛି। ବ୍ୟାଟିଂରେ ମୋ ପାଇଁ ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଡ଼ା ସାମିଲ ରହିଛନ୍ତି।

ଲମ୍ବା ସମୟ ପରେ ଫେରିଥିଲେ କାର୍ତିକ:-

ଦୀନେଶ କାର୍ତିକ ଆଇପିଏଲ 2022 ରେ କମାଲ ଖେଳ ଦେଖାଇଥିଲେ ଓ ସେ ଆରସିବି ପାଇଁ ମ୍ୟାଚ ଉଇନର ମଧ୍ୟ ସାବ୍ୟସ୍ତ ହୋଇଥିଲେ। ଦଳପାଇଁ ଭଲ ପ୍ରଦର୍ଶନ କରିଥିଲେ ଯାହାପାଇଁ ତାଙ୍କୁ ଚୟନକର୍ତା ଭାରତୀୟ ଦଳରେ ସ୍ଥାନ ଦେଇଥିଲେ। ସେ ସାଉଥ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ବିଗତ ବର୍ଷ t20 ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିଲା।

Leave A Reply

Your email address will not be published.