ବର୍ଷାରେ ମଶା ମାଛି ହଇରାଣ କରୁଛନ୍ତି କି ? ତା ହେଲେ ସ୍ମାର୍ଟଫୋନରେ ଡାଉନଲୋଡ କରନ୍ତୁ ଏହି ଆପ, ତୁରନ୍ତ ଆପଣ ଏସବୁ ରୁ ମୁକ୍ତି ପାଇଯିବେ !

0

Get real time updates directly on you device, subscribe now.

Mosquito Killer Apps: ମୌସୁମୀ ଋତୁରେ ସବୁଠାରୁ ଅଧିକ ମଶା ଏବଂ ମାଛି ହଇରାଣ କରିଥାନ୍ତି । ବର୍ଷା କାରଣରୁ ମାଛମାନେ ଘରକୁ ପଶି ଆସନ୍ତି ଏବଂ ରାତି ସମୟରେ ମଶା ଆସନ୍ତି । ଘରେ ମଶା ରହିଲେ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗର ଡର ରହିଥାଏ । ସମୟ ଥିଲା ଯେତେବେଳେ ଘରେ ଘରେ ମଶା ଧୂପ ଲଗାଇ ଶୋଇବାକୁ ପଡୁଥିଲା । ବର୍ତ୍ତମାନ୍ ମଧ୍ୟ ଅନେକ ଲୋକ ବ୍ୟବହାର କରୁଛନ୍ତି । କିନ୍ତୁ ଟେକ୍ନୋଲୋଜି ବହୁତ୍ ଆଗକୁ ବଢିଯାଇଛି । ବର୍ତ୍ତମାନ୍ ଏପରି ଗ୍ୟାଜେଟ୍ ଆସିଗଲାଣି, ଯାହା ବିନା ଧୁଆଁରେ ମଶାକୁ ବାହାର କରିଦେବ । ବର୍ତ୍ତମାନ୍ ସ୍ମାର୍ଟଫୋନରେ ମଧ୍ୟ ଏପରି ଆପ ଆସିଗଲାଣି, ଯାହା ଦ୍ଵାରା ମଶାମାନଙ୍କୁ ଶେଷ କରିହେବ । ଆସନ୍ତୁ ଜାଣିବା ଏହି ବିଷୟରେ …

Google Play Store ରେ ରହିଛି ଅନେକ ଆପ :-

Google Play Store ରେ ଏପରି ଅନେକ ଆପ ରହିଛି, ଯାହା ମଶା ମାରିବାରେ ସାହାଯ୍ୟ କରିଥାଏ । ଆପ ଷ୍ଟୋରରେ ବହୁତ୍ ଅଧିକ ଏପରି ଆପ ରହିଛି । ଏଥିରେ Mosquito Killer, Mosquito Sound, Frequency Generator ଭଳି ଅନେକ ଆପ ରହିଛି । କୁହାଯାଉଛି ଯେ ଏହି ଆପକୁ ଲକ୍ଷ ଲକ୍ଷ ଥର ଡାଉନଲୋଡ କରାଯାଇଛି ।

ଏହି ଆପ ଫ୍ରୀକ୍ୱେନ୍ସୀ ସାଉଣ୍ଡ ସୃଷ୍ଟି କରିଥାଏ ଏବଂ ଏହାର ସାଉଣ୍ଡ ଦ୍ଵାରା ମଶା ପଳାଇଯାନ୍ତି । ସାଉଣ୍ଡର ଶବ୍ଦ ଏତେ କମ୍ ଯେ ଏହାର ଶବ୍ଦ କୌଣସି ବ୍ୟକ୍ତିଙ୍କୁ ଶୁଣାଯାଇନଥାଏ । କିନ୍ତୁ ଡେଭଲପର୍ସଙ୍କ ଦାବି ଯେ ଏହା ମଶାମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ସେମାନଙ୍କୁ ଘଉଡ଼ାଇବାରେ ବହୁତ୍ ଉପଯୋଗୀ ଅଟେ ।

କଣ ଏହି ଆପ ପ୍ରଭାବଶାଳୀ ଅଟେ ?

ଏହି ଆପ ଗୁଡ଼ିକୁ ବହୁତ୍ କମ ରେଟିଙ୍ଗ ମିଳିଛି । କାହାକୁ 5ରୁ 2 ତ କାହାକୁ 3 । ତେବେ ଯେଉଁ ଲୋକମାନେ ଏହାକୁ ଡାଉନଲୋଡ କରିଛନ୍ତି, ସେମାନେ କମ୍ ରେଟିଙ୍ଗ ଦେଇଛନ୍ତି । ସେମାନଙ୍କ ଅନୁଯାୟୀ ଏହି ଆପ ଗୁଡ଼ିକ କମ୍ ପ୍ରଭାବଶାଳୀ ଅଟେ । ଅନ ହେବା ପରେ ମଧ୍ୟ ମଶା ମାନେ ହଇରାଣ କରିଥାନ୍ତି । କିନ୍ତୁ ଆପଣ ଡାଉନଲୋଡ କରି ଟ୍ରାଏ କରିପାରିବେ । ହୋଇପାରେ ଆପଣଙ୍କ ପାଇଁ ଏହା ବେଷ୍ଟ ହୋଇପାରେ । କାରଣ କିଛି ଲୋକଙ୍କ ପାଇଁ ଏହା ଭଲ ପ୍ରମାଣିତ ହୋଇଛି । ଏହି ଆପ ଗୁଡ଼ିକ ଉପରେ ବିଜ୍ଞାପନର ସଂଖ୍ୟା ମଧ୍ୟ ଅଧିକ ରହିଛି । ଇନ୍ଷ୍ଟଲ କରିବା ପରଠାରୁ ହିଁ ଆପଣଙ୍କୁ ବହୁତ୍ ବିଜ୍ଞାପନ ଦେଖିବାକୁ ମିଳିବ ।

Leave A Reply

Your email address will not be published.