ରାହୁଲ ଗାନ୍ଧିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସାଧୁ,ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ହେବେ ରାହୁଲ !

0

Get real time updates directly on you device, subscribe now.

ବନ୍ଧୁଗଣ ନିକଟରେ କଂଗ୍ରେସ ସୂତ୍ରରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ସୂଚନାନୁସାରେ, ଯଦି ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେବାକୁ ମନା କରନ୍ତି, ତେବେ ଦଳ ଅଶୋକ ଗେହଲଟଙ୍କୁ କଂଗ୍ରେସର ସଭାପତି କରିପାରେ । ବାସ୍ତବରେ ଦଳ ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଦ୍ୱିଧାବୋଧ କରୁଛନ୍ତି । ସଂଗଠନ ନିର୍ବାଚନ ପ୍ରକ୍ରିୟା ଚାଲିଛି, ସେପ୍ଟେମ୍ବର କି ଅକ୍ଟୋବର ମାସରେ ନୂତନ ସଭାପତି ଚୟନ କରିବାର ସମୟସୀମା ସ୍ଥିର କରାଯାଇଛି, କିନ୍ତୁ ରାହୁଲ ଏପର୍ଯ୍ୟନ୍ତ ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି ।

କଂଗ୍ରେସ ୱାର୍କିଂ କମିଟି ବୈଠକରେ ଅଧୀର ରଂଜନ ଚୌଧୁରୀଙ୍କ ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ ସଭାପତି ପଦ ଗ୍ରହଣ କରିବାର ସମ୍ଭାବନାକୁ ନେଇ ବିଚାର କରିବାକୁ କହିଥିଲେ । ତେବେ ଏଠାରେ କହିରଖୁଛୁ ଯେ ଚଳିତ ମାସ ୨୦ ଅଗଷ୍ଟରେ କଂଗ୍ରେସ ସଂଗଠନରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ରାହୁଲ ଗାନ୍ଧୀ ସଭାପତି ପଦ ଦାୟିତ୍ଵ ନେବେ କି ନାହିଁ ସେ ନେଇ କଂଗ୍ରେସର ଗଣମାଧ୍ୟମ ବିଭାଗ ଏହି ବିଷୟରେ କୌଣସି ପ୍ରଶ୍ନର ଜବାବ ଦେବାକୁ ମନା କରିଦେଇଛନ୍ତି ।

ତେବେ ଅନ୍ୟପକ୍ଷରେ ଶୁଣିବାକୁ ମିଳିଛି ଯେ ଆଜି ରାହୁଲ୍‌ ଗାନ୍ଧୀ ଚିତ୍ରଦୁର୍ଗାସ୍ଥିତ ‘ଶ୍ରୀମୁରୁଗରାଜେନ୍ଦ୍ର ମଠ’ର ସାଧୁମାନଙ୍କୁ ଭେଟିବା ପାଇଁ ଯାଇଥିଲେ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ସେଠାରେ ସେ ଦୀକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । ତେବେ ସେହି ସମୟରେ ବାବେରି ହୋସା ମଠସ୍ବାମୀ ନାମରେ ଜଣେ ସାଧୁ ଭାଷଣ ଦେବା ବେଳେ କହିଲେ, ରାହୁଲ୍‌ ଗାନ୍ଧୀ ଭବିଷ୍ୟତ ରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି ବୋଲି ।

ଠିକ୍ ସେତିକି ବେଳେ ମଠର ଅଧ୍ୟକ୍ଷ ଶ୍ରୀଶିବମୂର୍ତ୍ତି ମୁରୁଗା ତାଙ୍କ ଭାଷଣରେ ବାଧା ଦେଇ କଥାକୁ ଅନ୍ୟ ଦିଗରେ ନେଇ କହିଥିଲେ ଯେ ମଠ ସ୍ଵାମୀଙ୍କ କହିବା ଅର୍ଥ ଆମ ମଠକୁ ଯିଏ ଆସନ୍ତି, ସେମାନେ ଆଶିଷ ଲାଭ କରନ୍ତି ବୋଲି । ତେବେ ଯାହା ସୂଚନା ପ୍ରାପ୍ତ ଯେ ଆସନ୍ତା ବର୍ଷ ମେ ମାସରେ ହେବାକୁ ଅଛି କର୍ଣ୍ଣାଟକ ରାଜ୍ୟ ବିଧାନସଭା ନିର୍ବାଚନ । ଆଉ କର୍ଣାଟକ ରାଜ୍ୟର ପୂରା ଜନସଂଖ୍ୟାର ପ୍ରାୟ ୧୭% ଲୋକ ଆଜି ପର୍ଯ୍ୟନ୍ତ ବିଜେପିକୁ ଭୋଟ୍‌ ଦେଇ ଆସୁଛନ୍ତି । ତେଣୁ ସେଠାକାର ଜନ ସାଧାରଣଙ୍କ ନିକଟତର ହେବା ସହିତ ନିଜ ଦଳର ସଂଗଠନକୁ ଆହୁରି ମଜବୁତ୍ କରିବା ଉଦ୍ଦେଶ୍ୟରେ କର୍ଣାଟକ ଗସ୍ତରେ ଯାଇଥିଲେ ରାହୁଲ ।

Leave A Reply

Your email address will not be published.