ବିନା ଅଣ୍ଡର ୱେୟାରରେ ଦୌଡ଼ିବା ଖେଳାଳିଙ୍କୁ ପଡ଼ିଗଲା ମହଙ୍ଗା । ରେସରେ ହାରିଗଲେ ଖେଳାଳି,ଇଜ୍ଜତ ବଞ୍ଚାଇବାକୁ ପ୍ୟାଣ୍ଟ ଟାଣି ଟାଣି ଗଲା ସମୟ,ଦେଖନ୍ତୁ ଭିଡ଼ିଓ
ଲାଜ ବିଗାଡ଼ି ଦେଲା ଖେଳ । ଖେଳାଳିଙ୍କ ପାଇଁ କାଳ ସାଜିଲା ପିନ୍ଧିଥିବା ଢିଲା ପ୍ୟାଣ୍ଟ୍ । ରେସରେ ଏଥିପାଇଁ ତାଙ୍କୁ ପରାଜିତ ହେବାକୁ ପଡ଼ିଛି । କେବଳ ଏତିକି ନୁହେଁ ପ୍ୟାଣ୍ଟ୍ ସମ୍ଭାଳୁ ସମ୍ଭାଳୁ ସେ ତାଙ୍କ ଖେଳ ଉପରେ ପୂରା ଗୁରୁତ୍ତ୍ୱ ଦେଇପାରୁ ନଥିବା ଭିଡିଓରେ ଦେଖିବାକୁ ମିଳୁଛି । ରେସ୍ ସାରା ତାଙ୍କୁ ପ୍ୟାଣ୍ଟକୁ ଟାଣି ଧରିବାକୁ ପଡ଼ିଥିଲା । ତେବେ ବନ୍ଧୁଗଣ ଇଟାଲୀର ୧୮ ବର୍ଷୀୟ ଆଲବର୍ଟୋ ନିନୋଙ୍କ ସହିତ ଏପରି ଏକ ଲଜ୍ଜା ଜନକ ଘଟଣା ଘଟିଛି ।
ଜିତିବାର ଜିଦ୍ ନେଇ ସେ ଖେଳ ପଡ଼ିବାକୁ ଓହ୍ଲାଇଥିଲେ ସତ ହେଲେ ଅଜାଣତରେ ହେଉ କିମ୍ବା ଜାଣିଶୁଣି କରି ଦେଇଥିବା ଭୁଲ୍ ଯୋଗୁଁ ଖେଳରେ ହାରିଗଲେ ସେ । ୪୦୦ ମିଟର୍ ରେସରେ ଭାଗ ନେଇଥିଲେ ଆଲବର୍ଟୋ । ହେଲେ ସେ ପିନ୍ଧିଥିବା ସର୍ଟସ୍ (ପ୍ୟାଣ୍ଟ) ସମସ୍ତଙ୍କ ସାମ୍ନରେ ତାଙ୍କୁ ବେଜ୍ଜିତ୍ କରିବ ବୋଲି ସେ ଜାଣିନଥିଲା । ମିଳିଥିବା ସୂଚନା ଅନୁସାରେ ଆଲବର୍ଟୋ ବକ୍ସର ତଳେ ଅଣ୍ଡର ୱେୟାର ପିନ୍ଧିବାକୁ ଭୁଲି ଯାଇଥିଲେ ବୋଧହୁଏ । ଫଳରେ ସେ ଦୌଡ଼ିବା ବେଳେ ତାଙ୍କର ପ୍ରାଇଭେଟ୍ ପାର୍ଟ ବାରମ୍ବାର ଢିଲା ପ୍ୟାଣ୍ଟ ଦେଇ ବାହାରକୁ ବାହାରି ଆସୁଥିଲା ।
Mundial de atletismo sub20, Cali (Colombia). Última serie de los 400 metros del decatlón.
El italiano Alberto Nonino (18 años), por la calle cinco, empieza muy bien pero acaba entrando último.
Iba con la minga fuera. Literalmente #WorldAthleticsU20 pic.twitter.com/u3Jx8yLaz0
— David Sánchez de Castro (@SanchezdeCastro) August 3, 2022
ଫଳରେ ଆଲବର୍ଟୋ ଦୌଡ଼ିବା ସମୟରେ ଅସହଜ ମନେ କରୁଥିଲେ । ଅନ୍ୟ ଖେଳାଳି ମାନେ କ୍ଷିପ୍ର ବେଗରେ ଧାଉଁଥିବା ବେଳେ ତାଙ୍କ ନଜର କିନ୍ତୁ ଥିଲା ପିନ୍ଧିଥିବା ପ୍ୟାଣ୍ଟ୍ ଉପରେ । ବାରମ୍ବାର ଢ଼ିଲା ପ୍ୟାଣ୍ଟ୍ ଖସି ଯାଉଥିଲା ଆଉ ତାଙ୍କର ସମ୍ପୂର୍ଣ ଧ୍ୟାନ ପ୍ୟାଣ୍ଟ୍ ଉପରେ ହିଁ ଥିଲା । ଏଥିପାଇଁ ସେ କେବଳ ରେସରେ ହାରି ଗଲେନି ବରଂ ସର୍ବସମ୍ମୁଖରେ ତାଙ୍କୁ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥିଲା । ସେ ରେସରେ ସବୁଠାରୁ ପଛରେ ପଡ଼ିଗଲେ ।
ତେବେ ବନ୍ଧୁଗଣ ବର୍ତମାନ ସମୟରେ ଆଲବର୍ଟୋଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ଭଳିଆ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ରେସ ମଝିରେ ପ୍ୟାଣ୍ଟ ଆଡଜଷ୍ଟ କରୁଥିବା ଦେଖିବାକୁ ମିଳିଛି । ଆଲବର୍ଟୋ ପ୍ୟାଣ୍ଟକୁ ପ୍ରାୟ ୬ ଥର ଆଡଜଷ୍ଟ କରିଥିବା ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି । ତେବେ ଏହା ଭିତରେ ଏହି ଭିଡିଓକୁ ପ୍ରାୟ ୪୯ ହଜାରରୁ ମଧ୍ୟ ଅଧିକ ଥର ଲୋକେ ଦେଖି ସାରିଲେଣି । ଲୋକମାନେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।