ଏହି ସୁନ୍ଦରୀ ଯୁବତୀ ଜଣକ ବୃଦ୍ଧଙ୍କୁ ଦେଖାଇଲେ ସୁହାଗରାତିର ସ୍ୱପ୍ନ, ଆଉ ତା ପରେ ରଚିଲେ ଭୟଙ୍କର କାଣ୍ଡ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କନ୍ୟା ଜଣେ, ବର ଅନେକ। ଏହି ଅଦ୍ଭୁତ ମାମଲା ଉତ୍ତର ପ୍ରଦେଶର ଫରୁଖାବାଦର ଅଟେ। ଏଠାରେ ଜଣେ ଯୁବତୀ ବହୁତସାରା ମର୍ଦଙ୍କୁ ବିବାହ କରିବାର ସ୍ୱପ୍ନ ଦେଖାଇଲା। ଏମାନଙ୍କ ମଧ୍ୟରୁ ବହୁତସାରା ବ୍ୟକ୍ତିଙ୍କ ବୟସ ବହୁତ ଅଧିକ ଅଟେ। ସେ କମ ବୟସର ଯୁବତୀକୁ ଦେଖି ଜାଲରେ ପଡ଼ି ଯାଉଥିଲେ। ଏହାପଛରେ ସମ୍ପୂର୍ଣ୍ଣ ଏକ ଗ୍ୟାଙ୍ଗ କାମ କରୁଥିଲା। ଏବେଏବେ ପୋଲିସ ଏହି ଗ୍ୟାଙ୍ଗର ତିନିଜଣଙ୍କୁ ଗିରଫ କରିଛି। ଏହି ଆରୋପୀ ମାନେ ମୈନୀପୁରୀ ଓ ଫରୁଖାବାଦର ତିନିଜଣ କୁଆଁରା ମର୍ଦଙ୍କୁ ଫସାଇ ସାରିଛନ୍ତି।

ବୟସ୍କ ମର୍ଦଙ୍କୁ ଦେଖାଉଥିଲେ ଯୁବତୀ କନ୍ୟା:-

ଏମାନଙ୍କ ଯୋଜନା ମଧ୍ୟ ବହୁତ ଚଲାକି ଭରା ରହୁଥିଲା। ପ୍ରଥମେ ସେ ଏମିତି ବୟସ୍କ ମର୍ଦଙ୍କୁ ବାଛୁଥିଲେ ଯାହାର ବିବାହର ବୟସ ଚାଲିଯାଉଥିଲା। ଏହାପରେ ଏହି ବୟସ୍କ ଲୋକଙ୍କୁ କଁ5 ବୟସରୁ ସୁନ୍ଦରୀ କନ୍ୟା ଦେଖାଉଥିଲେ। ତାଙ୍କୁ ଦେଖିବାପରେ ବୟସ୍କ ଯୁବକ ମାନେ ପାଗଳ ହୋଇଯାଉଥିଲେ। ସେ ବିବାହ ପାଇଁ ତୁରନ୍ତ ହଁ କହିଦେଉଥିଲେ।ଏହାପରେ ଗ୍ୟାଙ୍ଗ ଲୋକେ ତାଙ୍କୁ ସୁନା ଓ ନଗଦ ଟଙ୍କା ମାଗୁଥିଲେ।

ବିବାହ କଥାକୁ ନେଇ ଠକୁଥିଲେ ସୁନା ଓ ଗହଣା:-

କମାଲଗଞ୍ଜ ଥାନା କ୍ଷେତ୍ରର କଢ଼ାରରେ ରହୁଥିବା ବିନୋଦ କୁମାରଙ୍କ ସହିତ ଏମିତି କିଛି ହୋଇଥିଲା। ବିବାହ ନାମରେ ଆରୋପୀ ଲୋକେ ତାଙ୍କଠାରୁ ନଗଦ ଏକଲକ୍ଷ ଟଙ୍କା ଓ ସୁନା ନେଇଯାଉଥିଲେ। ଟଙ୍କା ଓ ଗହଣା ନେବାପରେ ବିବାହ କଥା ଆଉ ଆଗକୁ ନବଢ଼ାଇ ସେମାନେ ଛୁ ମାରୁଥିଲେ। ବିନୋଦକୁ ଯେତେବେଳେ ଜଣାପଡ଼ିଲା ତାଙ୍କ ସହିତ ଠକାମି ହୋଇଛି ସେତେବେଳେ ଜୁଲାଇ 6 ତାରିଖରେ ସେ ଥାନରେ ପହଞ୍ଚିଥିଲେ। ଏଠାରେ ସେ ପୋଲିସକୁ ସମ୍ପୂର୍ଣ୍ଣ କାହାଣୀ ଶୁଣାଇଲେ। ଏହାପରେ ପୋଲିସ ଗ୍ୟାଙ୍ଗର ତିନିଜଣ ମେମ୍ବରଙ୍କୁ ଧରିନେଲା।

ଗ୍ୟାଙ୍ଗର ପର୍ଦାଫାଶ କଲେ ପୋଲିସ:-

ପୋଲିସ ନିଜର ଛାନଭିନରୁ ପାଇଥିଲେ କି, ଗ୍ୟାଙ୍ଗର ଲୋକେ ଖୁଶବୁ କଟିଆର ନାମକ ଯୁବତୀଙ୍କୁ କନ୍ୟା ବନାଇ ପେଶ କରୁଥିଲେ। ସେ ନିଜର ପ୍ରତ୍ୟେକ ଶିକାରକୁ ଏହି ଯୁବତୀର ଫୋଟୋ ଦେଖାଇ ଫସାଉଥିଲେ। ଯେତେବେଳେ ବି ବିବାହର ସମ୍ପର୍କ ତୟ ହୁଏ କୌଣସି ନା କୌଣସି ବାହାନା କରି ସେ ତାଙ୍କଠାରୁ ଟଙ୍କା ଗହଣା ନେଇଯାଉଥିଲେ।

ପୀଡିତ ବିନୋଦ କୁମାରଙ୍କୁ ଅଶୋକ ଦୀକ୍ଷିତ ନାମକ ବ୍ୟକ୍ତି ଖୁଶବୁ ନାମକ ଝିଅର ଫୋଟୋ ଦେଖାଇଥିଲେ। ଯୁବତୀର ସୁନ୍ଦରତା ଦେଖି ବିନୋଦ ଟଙ୍କା ଓ ଗହଣା ଦେଇ ଦେଇଥିଲେ।

କମାଲଗଞ୍ଜ ଥାନାର ସିଓ ସିଟି ପ୍ରଦୀପ ସିଂହ କହିଥିଲେ କି, ବିନୋଦ କୁମାର ନାମକ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ବିବାହ ନାମରେ ଧୋଖା ମିଳିଥିଲା। ଆମେ ଅଭିଯୋଗ ନାମରେ ଏଯାଏଁ ତିନି ମହିଳାଙ୍କ ସମେତ 6 ଜଣଙ୍କୁ ଗିରଫ କରିସାରିଛୁ। ସମସ୍ତ ଆରୋପୀ ଜେଲର ପବନ ଖାଉଛନ୍ତି।

Leave A Reply

Your email address will not be published.