ମା’ଙ୍କ ସ୍ବପ୍ନକୁ ପୂରଣ କଲେ Suryansh Kumar , ୧୩ ବର୍ଷ ବୟସରେ ପ୍ରତିଷ୍ଠା କଲେଣି ୫୬ ଟିଜିଟାଲ ପ୍ଲାଟଫର୍ମ,ଦିନକୁ ୧୮ ଘଣ୍ଟା କରନ୍ତି କାମ,ଜାଣନ୍ତୁ ତାଙ୍କ ସଫଳତାର ରାଜ !

0

Get real time updates directly on you device, subscribe now.

ଛୁଆଙ୍କ ବାପା ମା ସଦାବେଳେ ଚିନ୍ତିତ ଥାନ୍ତି ଯେ ତାଙ୍କ ପିଲାର ପଢାରେ ମନ ଲାଗୁନାହିଁ, ଏଥିପାଇଁ କ’ଣ କରିବେ ? ଯେତେବେଳେ ପଢିବା ପାଇଁ କୁହାଯାଏ ବାହାନା ବନାଇଥାଏ ଏଥିପାଇଁ ବାପା ମା’ଙ୍କୁ ତା ଭବିଷ୍ୟତ ପାଇଁ ଚିନ୍ତା ଥାଏ|ଏମିତି ଦେଖାଯାଏ ମଣିଷ ବୟସ ଅନୁସାରେ କାମ କରେ|ଏକ ବୟସରେ ସେ ପଢାଲେଖା କରେ|ପୁଣି କାମ କରେ ଓ ଘର ସମ୍ଭାଳେ|ବୃଦ୍ଧ ମା ବାପାଙ୍କ ସେଵା କରେ|ପାଖାପାଖି ଏଭଳି ହୁଏ|

କିଛି ଲୋକ ହଟିକରି କିଛି ଅଲଗା କରନ୍ତି|ପଢାଲିଖା ବୟସରେ ମୁଜାଫରପୁର ଜିଲ୍ଲାର କଟରା ପ୍ରଖଣ୍ଡର ଅମ୍ମା ଗାଁରେ ରହୁଥିବା ସୂର୍ୟ୍ୟାଶ କୁମାର ଏକ କାମ କରିଛନ୍ତି|ବର୍ଷେ ଭିତରେ ୫୬ ଡିଜିଟାଲ ପ୍ଲାଟଫର୍ମର ମାଲିକ ବନି ସାରିଛନ୍ତି|

୧୩ ବର୍ଷ ବୟସ କାମ କରିବାର ବୟସ ନୁହେଁ|ଏ ସମୟରେ ପଢାଲେଖା ଓ ଖେଳକୁଦ ଉପରେ ଧ୍ୟାନ ଦେଇଥାନ୍ତି|ବିହାରର ୧୩ ବର୍ଷୀୟ ସୂର୍ୟ୍ୟାଶ କୁମାର ବର୍ଷେ ଭିତରେ ୫୬ ଡିଜିଟାଲ ପ୍ଲାଟଫର୍ମ ଠିଆ କରିଛନ୍ତି|ସେ ପ୍ରଥମ ଡିଜିଟାଲ ପ୍ଲାଟଫର୍ମ ୯ମ ଶ୍ରେଣୀରେ ଆରମ୍ଭ କରିଥିଲେ|ସେ ଏଵେ ଦଶମ ଶ୍ରେଣୀରେ ପଢୁଛନ୍ତି|

ମିଡିଆ ରିପୋର୍ଟ ଅନୁସାରେ ଯେତେବେଳେ ସୂର୍ୟ୍ୟାଶ ଅନଲାଇନରେ ଜିନିଷ ସର୍ଚ୍ଚ କରୁଥିଲେ ତେବେ ଅନଲାଇନ କମ୍ପାନୀ ଖୋଲିବାର ଆଇଡିଆ ଆସିଲା|ଏହାପରେ ବାପା ସନ୍ତୋଷ କୁମାର ସହ ଆଇଡ଼ିଆ ସେୟାର କରିଥିଲେ|ପିତା ପ୍ରୋତ୍ସାହନ ଦେଇ ଆଇଡିଆର ପ୍ରେଜେଣ୍ଟେସନ କରିଥିଲେ|ସେ ପ୍ରଥମ କମ୍ପାନୀ ଇ କମର୍ସର ଆରମ୍ଭ କରିଥିଲେ|ଏହି କମ୍ପାନୀର ଉଦ୍ଦେଶ୍ୟ ଲୋକଙ୍କ ଘରେ ଜିନିଷ ୩୦ ମିନିଟ ଭିତରେ ପହଞ୍ଚାଇବା|ଏହାପରେ ସେ “ସାଦି କିଜିଏ ଡଟ୍ କମ” ଡିଟିଜାଲ ପ୍ଲାଟଫର୍ମ କରି ଜୀବନସାଥି ବାଛିବା ପାଇଁ ସୁଯୋଗ ଦେଉଛନ୍ତି|

ସୂର୍ଯ୍ୟାଶ ଏହି ବଡ ଡିଜିଟାଲ ପ୍ଲାଟଫର୍ମ ବନାଇବାରେ ଦୈନିକ ୧୮ ଘଣ୍ଟା କାମ କରୁଥିଲେ|ଏହା ପରେ ମଧ୍ୟ ସେ କାମ କରେ|ସେ ସ୍କୁଲ ଯାଇ ପାରୁନାହାଁନ୍ତି କିନ୍ତୁ ସ୍କୁଲ ତରଫରୁ ତାଙ୍କୁ ସହଯୋଗ ମିଳୁଛି|ସୂର୍ୟ୍ୟାଶ ମୁତାବକ ଏବେ ଏହି ଡିଜିଟାଲ ପ୍ଲାଟଫର୍ମରୁ କୈାଣସି ଆୟ ହେଉନାହିଁ|ଶିଘ୍ର ଏହା ଆରମ୍ଭ ହେବ|

ଆପଣଙ୍କୁ କହିରଖେ ସୂର୍ୟ୍ୟାଶଙ୍କ ମାଆ ବାପା ଏନଜିଓ ଚଳାଇଥାନ୍ତି|ବାପାଙ୍କ ଏନଜିଓ ସଂଯୁକ୍ତ ରାଷ୍ଟ୍ର ସହ ଜଡ଼ିତ|ପିତା ସନ୍ତୋଷ କୁମାର ଓ ମା ଅର୍ଚ୍ଚନା କହିଛନ୍ତି ଖେଳକୁଦ ବୟସରେ ତାଙ୍କ ପୁଅ କମ୍ପାନୀ ଚଳାଉଛି ଯାହା ଅୟ ପାଇଁ ପ୍ରେରଣାର ସ୍ରୋତ ଅଟେ|

Leave A Reply

Your email address will not be published.