ପ୍ରେମିକା ଘରକୁ ଯାଇଥିଲେ ଯୁବକ । କିନ୍ତୁ ‘ସେକ୍ସ କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

0

Get real time updates directly on you device, subscribe now.

ଅଦ୍ଭୁତ, ଅଜବ ଏବଂ ଅବିଶ୍ୱସନୀୟ । ପ୍ରେମିକା ସହ ସମ୍ଭୋଗ କରିବା ସମୟରେ ୪୭ ବର୍ଷୀୟ ଜଣେଯୁବକଙ୍କ ଉଡ଼ିଗଲା ପ୍ରାଣବାୟୁ । ଆଉ ଉକ୍ତ ଯୁବକଙ୍କ ନାମ ଡଗଲସ ଫଣ୍ଡି ମୁଥୁରୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଯୁବକ ଜଣଙ୍କୁ ତାଙ୍କ ପ୍ରେମିକା ଘରକୁ ଡାକିଥିଲେ ।

ଡିନର ପରେ ସେ ନିଜ ପାର୍ଟନରଙ୍କ ସହ କିଛି ରୋମାଣ୍ଟିକ୍ ସମୟ ଅତିବାହିତ କରୁଥିଲେ । ତାପରେ ସେକ୍ସ କରିବା ସମୟରେ ଯୁବକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ପରେ ସେ ବେହୋସ୍ ହୋଇ ଯାଇଥିଲେ ଯାହାକି ପୋଲିସର ରିପୋର୍ଟରେ ଉଲ୍ଲେଖ ଅଛି । ତେବେ ବନ୍ଧୁଗଣ ଏଭଳି ଆଶ୍ଚର୍ଯ୍ୟକର ଘଟଣା କେନ୍ୟାର ରାଜଧାନୀ ନୈରୋବୀରେ ଘଟିଥିବା ସୂଚନା ମିଳିଛି । ଯୁବକ ଜଣକ ବେହୋସ୍ ହେବା ଖବର ଶୁଣିବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ସେତେବେଳେକୁ ଡଗଲସଙ୍କୁ ମୃତ୍ୟୁ ହୋଇସାରିଥିଲା । ତେବେ ପୋଲିସ ଫାଇଲ ରିପୋର୍ଟରେ କୁହାଯାଇଛି ଯେ, ଡଗଲସଙ୍କ ପ୍ରେମିକା ହେଉଛନ୍ତି ନିକେରା ଯିଏକି ନିଜ ଇଚ୍ଛାରେ ଡଗଲସଙ୍କୁ ତାଙ୍କ ଘରକୁ ଡାକିଥିଲେ ।

ସୂଚନା ଅନୁସାରେ ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ସରିଥିଲା । ଡିନର ପରେ ଦମ୍ପତ୍ତି ଯେତେବେଳେ ରୋମାଣ୍ଟିକ୍ ସମୟ ଅତିବାହିତ କରୁଥିଲେ, ସେବେ ଡଗଲସଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା ଓ ସେ ହଠାତ୍ ବେହୋସ୍ ହୋଇ ଯାଇଥିଲେ । ଘଟଣା ପରେ ଏମରଜେନ୍ସି ସର୍ଭିସର ଟିମ୍ ପହଞ୍ଚିଲା ବେଳକୁ ଡଗଲସଙ୍କର ମୃତ୍ୟୁ ଘଟି ସାରିଥିଲା । ଏହା ପରେ ତାଙ୍କ ପକେଟ୍ ଚେକ୍ କରିବାରୁ ଏକ ଲଫାଫା ମିଳିଥିଲା, ଯେଉଁଥିରେ ୨ଟି ମେଡିସିନ୍ ଥିଲା ।

ଗୋଟିଏ ହାଇ ବ୍ଲଡ ପ୍ରେସର ଔଷଧ ଥିବା ବେଳେ ଅନ୍ୟଟି ଭିଗରା ଥିଲା । ପୋଲିସର କହିବା ଅନୁସାରେ, ତଦନ୍ତ ସମୟରେ ଡଗଲସଙ୍କ ଶରୀରରେ କୌଣସି କ୍ଷତ ବା ଆଘାତର ଚିହ୍ନ ବର୍ଣ୍ଣ ନଥିଲା । ତାଙ୍କ ମୃତ୍ୟୁର କାରଣ ମଧ୍ୟ ଏପର୍ଯ୍ୟନ୍ତ ଯାଏଁ ଜଣା ପଡିନାହିଁ । ଏବେ ଡଗଲସଙ୍କ ପୋଷ୍ଟମର୍ଟମ କରାଯିବ, ଯାହାପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Leave A Reply

Your email address will not be published.