“ପତିଙ୍କ ହତ୍ୟା କରି ଆସିଛି,ସାହେବ’,ସାତ ବର୍ଷର ପୁଅକୁ ନେଇ ଥାନାରେ ପହଞ୍ଚିଲା ମହିଳା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଜାଲୈନରେ ମହିଳା ସାତ ବର୍ଷର ପୁଅର ସାମ୍ନାରେ ପତି ଉପରେ ଟାଙ୍ଗିଆରେ ଆକ୍ରମଣ କରି ହାଣି ଦେଇଛନ୍ତି|ହତ୍ୟା ପରେ ସେ ପୁଅକୁ ନେଇ ଥାନାରେ ପହଞ୍ଚିଲେ ଓ ପୋଲିସ ସାମ୍ନାରେ ଆତ୍ମସମର୍ପଣ କଲେ|ପୋଲିସ ଯେତେବେଳେ ମହିଳାଙ୍କୁ ନେଇ ତା ଘରେ ପହଞ୍ଚିଲେ ତ କୋଠରୀରେ ରକ୍ତ ଜୁଡୁବୁଡୁ ସହ ପତିର ଶବ ପଡିଥିଲା|ଏ ଦୃଶ୍ୟ ଦେଖି ପୋଲିସର ହୋଶ ଉଡିଗଲା|

ନ୍ୟୁଜ ଏଜେନ୍ସି ମୁତାବକ ମାମଲା ଉରୁଇ ଥାନା କ୍ଷେତ୍ରର ଉମରାର ଖେଡା ଗାଁର ଅଟେ|ପୋଲିସ ମହିଳାଙ୍କୁ ତୁରନ୍ତ ହିରାସତରେ ନେଇଛି|ଶବକୁ କ୍ଜାରେ ନେଇ ପୋଷ୍ଟମର୍ଟମ ପାଇଁ ପଠେଇ ଦିଆଯାଇଛି|ପୋଲିସ କହିଛି ମୃତକଙ୍କ ନାମ ସନ୍ଦୀପ ଓରଫ କୁଲୁ ଅଟେ|ତା ପତ୍ନୀ ସନ୍ଧ୍ୟା ତାକୁ କୁରାଢିରେ ହତ୍ୟା କରିଛନ୍ତି|

ପୋଲିସ ସନ୍ଧ୍ୟାକୁ କହିଛନ୍ତି ସନ୍ଦିପକୁ ମଦ ପାଇବା୍ ଖରାପ ଅଭ୍ୟାସ ଥିଲା|ଏଥିପାଇଁ ଘରେ ସବୁଦିନେ ଝଗଡା ହେଉଥିଲା|ସେ ମଦ ପିଇ ସବୁଦିନ ତାକୁ ଓ ପୁଅକୁ ମାରପିଟ୍ କରୁଥିଲେ|ରବିବାର ବିଳମ୍ବିତ ରାତିରେ ସେ ମଦ ପିଇ ଘରକୁ ଆସିଲା ଓ ମାରପିଟ କଲା|ପୁଣି ଝଗଡା କରି ସୋଇଗଲା|ସନ୍ଧ୍ୟା କହିଛନ୍ତି ତାକୁ ସନ୍ଦିପ ଉପରେ ଏତେ ରାଗ ହେଉଥିଲା ଯେ ତାକୁ କୁରାଢିରେ ହତ୍ୟା କରିଥିଲେ|ସେ ସମୟରେ ତା ୭ ବର୍ଷୀୟ ପୁଅ ଥିଲା|

ସନ୍ଧ୍ୟାର ପୁଅ ପୋଲିସକୁ କହିଛନ୍ତି ଯେ ବାପା ମଦ ପିଇ ଆସିଥିଲେ ଓ ଝଗଡା କରିବା ପରେ ସୋଇଗଲେ|ମା କୁରାଢ଼ିରେ ମାଆକୁ ଆକ୍ରମଣ କଲା ଓ ହାଣିଦେଲା|

ଜାଲୈନ ଏସପି ରବି କୁମାରଙ୍କ କହିବାନୁଯାୟୀ ମହିଳାଙ୍କୁ ଗିରଫ କରାଯାଇଛି|ସବୁଦିନ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥିଲା ଏଥିରେ ଜର୍ଜରିତ ହୋଇ ମହିଳା କୁରାଢ଼ିରେ କାଟି ହତ୍ୟା କରିଥିଲେ|ଏଵେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି|

Leave A Reply

Your email address will not be published.