ଭାରତ ବନାମ ୱେଷ୍ଟଇଣ୍ଡିଜ: ଆଭେଶ ଖାନଙ୍କ ଏହି ଗୋଟିଏ ଭୁଲ ଭାରତୀୟ ଦଳ ଉପରେ ଭାରି ପଡ଼ିଗଲା। ହାରୁଥିବା ମ୍ୟାଚକୁ ଜିତିଲା ଇଣ୍ଡିଜ ଦଳ

0

Get real time updates directly on you device, subscribe now.

ଟିମ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ଵିତୀୟ t20 ମ୍ୟାଚ ବହୁତ ରୋମାଞ୍ଚକର ଥିଲା। ମ୍ୟାଚରେ ଭାରତୀୟ ଟିମକୁ 5 ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଲା। ଭାରତୀୟ ଟିମ ଏହି ମ୍ୟାଚକୁ ଜିତିବାର ବହୁତ ନିକଟତର ଥିଲା କିନ୍ତୁ ବୋଲର ଆଭେଶ ଖାନଙ୍କ ଗୋଟିଏ ଭୁଲ ଦଳକୁ ହରାଇ ଦେଇଥିଲା।

ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି t20 ସିରିଜରେ ପ୍ରଥମ ତିନୋଟି ମୁକାବିଲା ୱେଷ୍ଟଇଣ୍ଡିଜରେ ଖେଳାଯିବ ଓ ଶେଷ ଦୁଇଟି ମ୍ୟାଚ ଆମେରିକାରେ ଖେଳାଯିବ। ଭାରତୀୟ ଟିମ ପ୍ରଥମ t20 ମ୍ୟାଚକୁ 68 ରନରେ ଜିତିନେଇ ସିରିଜରେ (1-0) ଆଗୁଆ ଥିଲା କିନ୍ତୁ ଦ୍ଵିତୀୟ t20 ମ୍ୟାଚରେ ଇଣ୍ଡିଜ ଦଳ ମ୍ୟାଚକୁ ଜିତିନେଇ (1-1) ରେ ସିରିଜ ବରାବର କରିଦେଇଥିଲା।

ଶେଷ ମ୍ୟାଚରେ ଆଭେଶଙ୍କ ଏକ ଭୁଲ ପାଇଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା:-

ଦ୍ଵିତୀୟ t20 ମ୍ୟାଚରେ 139 ରନର ଟାର୍ଗେଟ କରି ଇଣ୍ଡିଜ ଦଳ 19 ଓଭରରେ 5 ଉଇକେଟ ହରାଇ 129 ରନ କରିଥିଲା। ଜିତିବାପାଇଁ ଶେଷ ଓଭରରେ ଇଣ୍ଡିଜକୁ 10 ରନର ଆବଶ୍ୟକ ଥିଲା ଓ ଅଧିନାୟକ ରୋହିତ ଶର୍ମା ଏହି ଓଭର ଆଭେଶ ଖାନଙ୍କୁ ପକାଇବାକୁ ଦେଇଥିଲେ ଓ ଆଭେଶ ଏହି ଓଭରର ପ୍ରଥମ ବଲରେ ଏମିତି ଭୁଲ କରିଥିଲେ ଯେଉଁ ଭୁଲ ପାଇଁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା।

ଅଭେଶ ପ୍ରଥମ ବଲରେ ନୋ ବଲ ପକାଇଥିଲେ ଓ ଏଥିରେ ସିଙ୍ଗଲ ରନ ମଧ୍ୟ ହୋଇଥିଲା। ଏହାପର ବଲ ଖେଳିବାକୁ ଷ୍ଟ୍ରାଇକରେ ଡେବାନ ଥୋମାସ ଥିଲେ ଓ ସେ ଏକ ଛକା ଓ ଚୌକା ଲଗାଇ ମ୍ୟାଚ ଶେଷ କରିଦେଇଥିଲେ।

କୌଣସି ଭାରତୀୟ ଖେଳାଳି ଚାଲିନଥିଲେ:-

ମ୍ୟାଚରେ ଭାରତୀୟ ଟିମ ଟସ ହାରି ପ୍ରଥମେ ବ୍ୟାଟିଂ କରି 19.4 ଓଭରରେ 138 ରନ ବନାଇ ଅଲଆଉଟ ହୋଇଯାଇଥିଲେ। ଭାରତ ତରଫରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ 31 ଓ ରବୀନ୍ଦ୍ର ଜାଡେଜା 27 ରନ ବନାଇଥିଲେ। ଯେବେକି ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଓଭେଦ ମକୱେ 4 ଓଭରରେ 17 ରନ ଦେଇ 6ଟି ଉଇକେଟ ନେଇଥିଲେ। ଜବାବରେ ଇଣ୍ଡିଜ ଟିମ 5 ଉଇକେଟ ହରାଇ 145 ରନ କରିଥିଲା। ଓପନର ବ୍ରାଣ୍ଡନ କିଙ୍ଗ ସର୍ବାଧିକ 68 ରନର ପାଳି ଖେଳିଥିଲେ।

Leave A Reply

Your email address will not be published.