ପ୍ରଥମେ Google ୩୯ ଥର କଲା ରିଜେକ୍ଟ,ତା ପରେ ୪୦ ଥରରେ ଦେଲା ଚାକିରରି

0

Get real time updates directly on you device, subscribe now.

ପରିଶ୍ରମର ଫଳ କେବେ ବି ବୃଥା ଯାଏନି, ଯିଏ ପରିଶ୍ରମ କରେ ସେ ଦିନେ ନା ଦିନେ ସଫଳତାର ଶୀର୍ଷରେ ପହଞ୍ଚିଥାଏ | ଏହିଭଳି ଜଣେ ବ୍ୟକ୍ତିଙ୍କ କାହାଣୀ ରହିଛି, ଯିଏ ଚାକିରି ପାଇବାପାଇଁ ଚେଷ୍ଟା କରିବା ବନ୍ଦ କରିନଥିଲେ ଏବଂ ଶେଷରେ ଗୁଗୁଲରେ ଚାକିରି ପାଇଲେ | ସେ ଯେଉଁ ସ୍ବପ୍ନ ଦେଖିଥିଲେ, ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି | ତାଙ୍କ କାହାଣୀ ଏବେ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି | ଟାଇଲର କୁହାନ ନାମକ ଜଣେ ବ୍ୟକ୍ତି ଟେକ ଯାଇଣ୍ଟରେ ଚାକିରି ପାଇବାପାଇଁ ଥରେ ନୁହେଁ, ବରଂ ୩୯ ଥର ଆବେଦନ କରିଥିଲେ | ଶେଷରେ ଗତ ଜୁଲାଇ ୧୯ ତାରିଖରେ ଗୁଗୁଲରେ ସେ ଚାକିରି ପାଇଲେ |

ଟାଇଲର କୁହାନ ଆମେରିକାର ସେନ ଫ୍ରାନସିସ୍କୋରେ ରୁହନ୍ତି | ଗୁଗୁଲରେ ଚାକିରି ପାଇବା ପୂର୍ବରୁ ସେ ଟୋଲଡ୍ୟାସ କମ୍ପାନୀରେ ଆସୋସିଏଟ ମ୍ୟାନେଜର ଭାବେ କାମ କରୁଥିଲେ | କୁହାନଙ୍କ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ସେ ଲେଖିଛନ୍ତି ଯେ ସ୍ଥିରତା ଏବଂ ପାଗଳାମି ମଧ୍ୟରେ ଗୋଟିଏ ରେଖା ରହିଛି | ମୁଁ ଜାଣିବାକୁ ଚେଷ୍ଟା କରୁଛି ଯେ ମୋର ସେଥିରେ ୩୯ ପ୍ରତ୍ୟାଖ୍ୟାନ ଥିବା ବେଳେ ଗୋଟିଏ ଅନୁମୋଦନ ରହିଛି | ସେହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୩୫ ହଜାର ଲୋକ ଲାଇକ କରିଛନ୍ତି ଏବଂ ୮୦୦ ରୁ ଅଧିକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି |

ଗୁଗୁଲ କରିଥିବା ଗୋଟିଏ ମେଲର ସ୍କ୍ରିନସଟକୁ ସେ ସେୟାର କରିଛନ୍ତି | ଯେଉଁଥିରେ ଦର୍ଶାଯାଇଛି ଯେ ସେ ପ୍ରଥମେ ଅଗଷ୍ଟ ୨୫, ୨୦୧୯ ରେ ଗୁଗୁଲ ଚାକିରି ପାଇଁ ଆବେଦନ କରିଥିଲେ | କିନ୍ତୁ ତାହା ପ୍ରତ୍ୟାଖ୍ୟାନ କରାଯାଇଥିଲା | କିନ୍ତୁ ସେ ହାର ମାନିନଥିଲେ ଏବଂ ସେପ୍ଟେମ୍ବର ୨୦୧୯ରେ ଆଉ ଏକ ପଦ ପାଇଁ ପୁନର୍ବାର ଆବେଦନ କରିଥିଲେ | ଉଭୟ ଥର ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା |ପୁଣିଥରେ ସେ କୋଭିଡ ମହାମାରୀ ସମୟରେ ଜୁନ ୨୦୨୦ ସମୟରେ ଗୁଗୁଲରେ ଚାକିରି ପାଇଁ ଆବେଦନ କରିଥିଲେ ଏବଂ ସେତେବେଳେ ମଧ୍ୟ ତାଙ୍କର ଆବେଦନକୁ ପ୍ରତ୍ୟାଖ୍ୟାନ କରାଗଲା |

କିନ୍ତୁ ସେହି ସମୟରେ କୁହାନ ଟେକ ଯାଇଣ୍ଟ କମ୍ପାନୀରେ ଚାକିରି ପାଇଁ ମନୋନୀତ ହୋଇଥିଲେ | ୨୯ ଥର ପ୍ରତ୍ୟାଖ୍ୟାନ ପରେ ସେ ଶେଷରେ ଗୁଗୁଲରେ ଚାକିରି ପାଇଲେ | କୁହାନ ପାଇଥିବା ଉପଲବ୍ଧିକୁ ନେଇ ବହୁ ଲୋକ ତାଙ୍କର ପ୍ରଶଂସା କରିବା ସହିତ ନିଜ ନିଜର ସଂଘର୍ଷର କାହାଣୀ ବଖାଣୁଛନ୍ତି | ସେଥିମଧ୍ୟରୁ ଜଣେ କହିଛନ୍ତି ଯେ ସେ ମଧ୍ୟ ଆମାଜନରେ ଚାକିରି ପାଇଁ ୧୨୦ ଥର ଆବେଦନ କରିଥିଲେ ଏବଂ ସବୁଥର ମୋର ଆବେଦନକୁ ପ୍ରତ୍ୟାଖ୍ୟାନ କରାଗଲା | ଶେଷ ଯାଏଁ ମୁଁ ଚେଷ୍ଟା କରି ଆମାଜନରେ ପାଇଲି |

Leave A Reply

Your email address will not be published.