ଘଟିଯାଇଥିବା ପୁରା ଘଟଣାର ଅସଲ ଖେଳାଳି ହେଉଛନ୍ତି ବାବୁଶାନଙ୍କ ମ୍ୟାନେଜର ଜଏତା ରୟ !

0

Get real time updates directly on you device, subscribe now.

ତୃପ୍ତି-ବାବୁସାନ-ପ୍ରକୃତି ଝଗଡା ମଧ୍ୟରେ ମୁଖ୍ୟ ଖଳନାୟକ ହେଉଛନ୍ତି ଜଏତା ରୟ। ଏ ହେଉଛନ୍ତି ସେହି ଖଳନାୟକ ଯିଏକି ତୃପ୍ତିଙ୍କୁ କହିଥିଲେ କେଉଁଠାରେ ବାବୁସାନ ଓ ପ୍ରକୃତି ରହୁଛନ୍ତି। ଜଏତା ହିଁ କହିଥିଲେ ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମସ୍ତ ସମ୍ପର୍କ ବିଷୟରେ। ଏହାସହିତ ଜଏତା ହିଁ କରୁଛନ୍ତି ବାବୁସାନଙ୍କ ଫିଲ୍ମ ଦମନର ପିଆର ପ୍ରମୋଶନ। ଶୁଣିବାକୁ ମିଳୁଛିକି ଇଣ୍ଟରନେଟରେ ଭାଇରାଲ ହେଉଥିବା କଲ ରେକର୍ଡିଂକୁ ଜଏତା ହିଁ ଭାଇରାଲ କରିଛନ୍ତି। କେବଳ ସେତିକି ନୁହଁ ଚେନ୍ନାଇରେ ବାବୁସାନ ଓ ପ୍ରକୃତି ରହୁଥିବା ସମୟର ଫୋଟକୁ ମଧ୍ୟ ଜଏତା ହିଁ ଭାଇରାଲ କରିଥିଲେ। ଏମିତି କରିବା ପଛରେ କାରଣ କଣ ଆସନ୍ତୁ ଜାଣିବା।

ସୂଚନା ଅନୁସାରେ, ଏକ ମେଲ ପ୍ରକୃତିଙ୍କୁ ୧ ସେପ୍ଟେମ୍ବର ୨୦୨୧ରେ ପଠାଯାଇଥିଲା। ଯେଉଁଥିରେ ଜଏତା କାମ କରୁଥିବା ସିଗନେଚର୨୪ ତରଫରୁ ଏହି ମେଲକୁ ପଠାଯାଇଥିଲା। ଓ ପ୍ରକୃତି ଏଥିରୁ କୌଣସି ସର୍ଭିସ ନେବେ ନାହିଁ ବୋଲି ମଧ୍ୟ କୁହାଯାଉଛି। ଜଏତା ହେଉଛନ୍ତି ଜଣେ ପିଆର ମ୍ୟାନେଜର। ସେ ବାବୁସାନଙ୍କର ଫିଲ୍ମ ପ୍ରୋମୋଶନ କରିବା ସହିତ, ବାବୁସାନଙ୍କର କୌଣସି ତାରିଖ ଆବଶ୍ୟକ ହେଲେ ସେ ସେହି ତାରିଖ ଦେଇଥାନ୍ତି। ତେବେ କାହିଁକି ଜଏତା ଏହାର ପ୍ରତିଶୋଧ ପରାୟଣ ହୋଇଗଲେ।

ତେବେ ଏହାର ପଛର ହେଉଛି କୋଭିଡ ଲକଡାଉନ ସମୟରେ। ଯେତେବେଳେ ପ୍ରକୃତି ଭୁବନେଶ୍ବର ଫେରିଥିଲେ, ସେତେବେଳେ ଜଏତା-ବାବୁସାନ-ପ୍ରକୃତିଙ୍କ ମଧ୍ୟରେ ଏକ ବନ୍ଧୁତ୍ଵ ଆରମ୍ଭ ହେବାକୁ ଲାଗିଲା। ଏହା ସହିତ ପ୍ରକୃତି ମିଶ୍ରଙ୍କୁ ସିଗନେଚର୨୪ ରେ ସାଇନ କରାଗଲା। ଏହାପରେ ସେ ଏହି ଚୁକ୍ତିକୁ ଖଣ୍ଡନ କରି, ଆଉ ଏକ ପିଆରଙ୍କ ସହିତ ଚୁକ୍ତି କରିଲେ। ଯାହାକି ଜଏତାଙ୍କୁ ଆଦୌ ସହ୍ୟ ହେଲାଣି। ଜଏତା ଜାଣିଥିଲେ ପ୍ରକୃତିଙ୍କ ସମସ୍ତ କଥା। ଏହାସହିତ ପ୍ରକୃତି ଚାଲାକି କରି ବାବୁସାନଙ୍କୁ ଅନ୍ୟ ପିଆରମାନଙ୍କ ସହିତ ସାକ୍ଷାତ କରି ସେମାନଙ୍କ ସହିତ ବାବୁସାନଙ୍କ ଚୁକ୍ତିକୁ ଠିକ କରିଦେଲେ। ଆଉ ଏହିସବୁ ଘଟଣାକୁ ପ୍ରକୃତି ଆଦୌ ସହ୍ୟ କରିପାରିଲେ ନାହିଁ, ଯାହାକି ଏହି ମେଲ ହିଁ କହିଦେଉଛି। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛିକି ଜଏତା ଏମିତି କାହିଁକି କରିଲେ? ସେ ବାସ୍ତବରେ ତୃପ୍ତିଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ନା ତାଙ୍କର ଦମନ ଫିଲ୍ମ ପାଇଁ ଏମିତି କରିଲେ।

ଦେଖିବାକୁ ଗଲେ ବର୍ତ୍ତମାନ ସମସ୍ତେ ପ୍ରକୃତିଙ୍କୁ ଖରାପ କରିସାରିଲେଣି। କିନ୍ତୁ ବାସ୍ତବ କଥା ହେଉଛିକି ଏଥିରେ ବାବୁସାନଙ୍କର ଯେତିକି ଭୁଲ ପ୍ରକୃତିଙ୍କର ମଧ୍ୟ ସେତିକି ଭୁଲ। ବର୍ତ୍ତମାନ ଜଏତା ରୟ ଏହି ମାମଲା ଉପରେ ନିଜର କଣ ସ୍ପଷ୍ଟୀକରଣ ଦେବେ ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.