ମଙ୍କିପକ୍ସ: ସେକ୍ସୁଆଲ ବିହେବିୟର, ହଗିଙ୍ଗ, କିସିଂ……. ମଙ୍କିପକ୍ସ ବିଷୟରେ ଆସିଥିବା ଏହି ଗାଇଡ଼ ଲାଇନ ଗୁଡିକୁ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ

0

Get real time updates directly on you device, subscribe now.

ଦୁନିଆରେ କରୋନା ଭାଇରସର କରାଳରୁ ଲୋକେ ମୁକ୍ତି ପାଇଛନ୍ତି କି, ନାହିଁ ହଠାତ ମଙ୍କିପକ୍ସ ହାଜିର ହୋଇଯାଇଛି। ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ଜ୍ୱର ଭଳି ଲକ୍ଷଣ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ତାଜା ଅନୁମାନ ଅନୁସାରେ, କୁହାଯାଉଛି କି ଏବେ ଦୁନିଆରେ 78 ଦେଶର ପ୍ରାୟ 18 ହଜାର ଲୋକଙ୍କ ଠାରେ ଏହି ମଙ୍କିପକ୍ସ ବ୍ୟାପି ସାରିଛି। ଏଥିରୁ 70 ପ୍ରତିଶତ କେସ ୟୁରୋପରୁ ଆସିଥିବା ବେଳେ ବାକି 25 ପ୍ରତିଶତ ଆମେରିକାରୁ ଆସିଛି। ଏହି ଭୟାନକ ସଂକ୍ରମଣ ଜରିଆରେ ମୋଟ 5 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 1800 ଜଣ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ରହିଛନ୍ତି।

ଭାରତରେ ମଧ୍ୟ ମଙ୍କିପକ୍ସର ପ୍ରବେଶ:-

ଭାରତରେ ମଧ୍ୟ ମଙ୍କିପକ୍ସ ପ୍ରବେଶ କରିସାରିଛି। ରିପୋର୍ଟ ଅନୁଯାୟୀ 5 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 4 ଜଣ କେରଳ ଓ ଜଣେ ଦିଲ୍ଲୀର ବୋଲି କୁହାଯାଉଛି। ନୋଏଡ଼ା ଓ ଗାଜିଆବାଦରୁ 3ଟି ସନ୍ଦିଗ୍ଧ କେସ ସାମ୍ନାକୁ ଆସିଛି। ଏହି ନମୁନା ଗୁଡ଼ିକ ଯାଞ୍ଚ ପାଇଁ ପଠାଯାଇଛନ୍ତି। ମଙ୍କିପକ୍ସର ଏକ ସନ୍ଦିଗ୍ଧ ଝାରଖଣ୍ଡରୁ ମଧ୍ୟ ସାମ୍ନାକୁ ଆସିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବିକ, ଏହି ମଙ୍କିପକ୍ସ ଜାନୁଆର ମାନଙ୍କ ଠାରୁ ମଣିଷ ଶରୀରକୁ ଆସିଥାଏ। ଏହା ହାଡ଼ଫୁଟିର ଲକ୍ଷଣ ନେଇ ଆସିଥାଏ। ମଙ୍କିପକ୍ସ ବହୁତ କମ ମାମଲାରେ ଗମ୍ଭୀର ସାବ୍ୟସ୍ତ ହୋଇପାରେ କିନ୍ତୁ ଏହାକୁ ବିଲକୁଲ ମାତ୍ରାରେ ଅବହେଳା କରନ୍ତୁନାହିଁ।

କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ:-

ମଙ୍କିପକ୍ସ ସହିତ ଲଢ଼ିବାପାଇଁ କେନ୍ଦ୍ର ସରକାର ଗାଇଡ଼ ଲାଇନ ଜାରି କରିଦେଇଛନ୍ତି। ଏହାସହ ମଙ୍କିପକ୍ସର ସମ୍ପର୍କରେ ଆସୁଥିବା ବ୍ୟକ୍ତିଙ୍କୁ 21 ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଜରୁରୀ ହୋଇଥାଏ। ଏହାର କାରଣ ଏହାକି ଯେ, ମଙ୍କିପକ୍ସର ଇଂକ୍ୟୁବେଶନ ପିରିୟଡ଼ ମାତ୍ର 21 ଦିନ ଅଟେ। ଏହାସହ ଅନିବାର୍ୟ୍ଯ ମାସ୍କ ପିନ୍ଧିବା, ହାତକୁ ଲାଗାତର ଭାବରେ ଧୋଇବା, ଏହାସହ ନିଜର ତ୍ୱଚାକୁ ଘୋଡ଼ାଇ ରଖିବା ଉଚିତ।

ଭ୍ୟାକ୍ସିନ ପାଇଁ ଜାରିହେଲା ଟେଣ୍ଡର:-

ବଢ଼ୁଥିବା ସଂକ୍ରମଣକୁ ଦେଖି ଭାରତ ସରକାର ମଧ୍ୟ ଆଲର୍ଟ ହେଉଛନ୍ତି। ଏବେ ସରକାର ମଙ୍କିପକ୍ସର ଯାଞ୍ଚ କରିବାପାଇଁ କିଟ ବିକଶିତ କରିବା ସହିତ ଭ୍ୟାକ୍ସିନ ବନାଇବା ପାଇଁ Expression of interest ଜାରି କରିଛନ୍ତି। ଏହାକୁ ସାଧାରଣତଃ ଆମ ଭାଷାରେ ଟେଣ୍ଡର କୁହାଯାଏ। ଯେଉଁ କମ୍ପାନୀ ଗୁଡ଼ିକ ମଙ୍କିପକ୍ସର ଭ୍ୟାକ୍ସିନ ଡେଭେଲପ କରିବାକୁ ଇଛୁକ ସେ ଏଥିପାଇଁ ଆପ୍ଲାଏ କରିପାରିବେ।

WHO ର ଗାଇଡ଼ ଲାଇନ:-

ମଙ୍କିପକ୍ସର ବଢ଼ୁଥିବା ପ୍ରକୋପକୁ ଦେଖି WHO ମଧ୍ୟ କିଛି ଗାଇଡ଼ କରିଛନ୍ତି। ତାଙ୍କର କହିବାହେଲା ମଙ୍କିପକ୍ସକୁ ଦୂରେଇ ରଖିବାକୁ ହେଲେ ଆମକୁ ଏକ୍ସପୋଜର ଠାରୁ ଦୂରେଇ ରହିବାକୁ ହେବ।

ଦୁଇ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ଵନ୍ଧକୁ ନେଇ ଚିନ୍ତା:-

WHO ର କହିବାହେଲା, ଯୌନ ସମ୍ଵନ୍ଧରେ ଦୁଇ ପୁରୁଷଙ୍କ ମଧ୍ୟରେ ହେଉଥିବା ସବୁଠାରୁ ବଡ଼ କାରଣ ହୋଇଯାଇଛି। ଏଥିପାଇଁ WHO କହିଛି କି, ନିଜର ସେକ୍ସ ପାର୍ଟନର ବାରମ୍ବାର ବଦଳାଇବା ସଠିକ ନୁହେଁ। ଯଦି ପାରୁଛନ୍ତି ନିଜର ଏକମାତ୍ର ସେକ୍ସ ପାର୍ଟନର ରଖନ୍ତୁ ଓ ତାଙ୍କୁ ମଧ୍ୟ ଏହି ମଙ୍କିପକ୍ସକୁ ନେଇ ସୂଚିତ କରାନ୍ତୁ।

WHO କହିଛି ଏବେଯାଏଁ ମଙ୍କିପକ୍ସ 98 ପ୍ରତିଶତ ସେହି ପୁରୁଷଙ୍କ ଠାରେ ରହିଛି ଯେଉଁ ପୁରୁଷ ଅନ୍ୟ ପୁରୁଷଙ୍କ ସହିତ ସମ୍ଵନ୍ଧ ବନାଉଛନ୍ତି। କାହାକୁ ମଧ୍ୟ ମଙ୍କିପକ୍ସ ହୋଇପାରେ ବୋଲି WHO ମନ୍ତବ୍ୟ ଦେଇସାରିଛି।

ହ୍ୟାଙ୍ଗିଙ୍ଗ ଓ କିସିଂ ମଧ୍ୟ ବହୁତ ଖତରନାକ:-

WHO ଅନୁସାରେ, ପାଖାପାଖି ସମ୍ପର୍କ, କାହାକୁ ହଗ କରିବା, କିସ କରିବା ମଙ୍କିପକ୍ସକୁ ବ୍ୟାପିବାରେ ବହୁତ ସାହାର୍ଯ୍ୟ କରିଥାଏ। WHO ମୁତାବିକ ମଙ୍କିପକ୍ସରୁ ବର୍ତ୍ତିବା ପାଇଁ ଏହିସବୁ ଠାରୁ ବର୍ତ୍ତିବା ବହୁତ ଆବଶ୍ୟକ।

ମେ 6 ତାରିଖରେ ଆସିଥିଲା ପ୍ରଥମ କେସ:

ଇଂଲଣ୍ଡରୁ ମଙ୍କିପକ୍ସର ପ୍ରଥମ କେସ ମେ 6 ତାରିଖରେ ସାମ୍ନାକୁ ଆସିଥିଲା। ଏହା ପରଠାରୁ ଦୁନିଆରେ ମଙ୍କିପକ୍ସର କେସ ବହୁତ ଜୋରରେ ବଢ଼ିବାରେ ଲାଗିଛି। ଦୀର୍ଘ 70 ଦିନ ପରେ ଜୁଲାଇ 14 ତାରିଖରେ ଭାରତର କେରଳରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଏବେପର୍ଯ୍ୟନ୍ତ କେରଳରେ ମୋଟ ତିନିଜଣ ଲୋକେ ଏଥିରେ ସଂକ୍ରମିତ ହୋଇସାରିଛନ୍ତି ଓ ତେଲେଙ୍ଗାନାରୁ ଜଣେ ଏଥିରେ ସାମ୍ନାକୁ ଆସିଛନ୍ତି।

ମଙ୍କିପକ୍ସ ଉତ୍ତର ଭାରତରେ ସେତେବେଳେ ପହଞ୍ଚିଥିଲା ଯେତେବେଳେ ରାଜଧାନୀ ଦିଲ୍ଲୀରୁ ପ୍ରଥମ ମାମଲା ଜୁଲାଇ 24 ତାରିଖରେ ସାମ୍ନାକୁ ଆସିଲା। ଏହି ବ୍ୟକ୍ତି ଜଣକ ବିଦେଶ ଯାଇନଥିଲେ ଓ ଏହି ସଂକ୍ରମଣ ତାଙ୍କୁ ଘରୋଇ ପରିସ୍ଥିତିରେ ହୋଇଯାଇଥିଲା।

ଗାଜିଆବାଦରୁ ସାମ୍ନାକୁ ଆସିଲେ ଦୁଇଜଣ ସନ୍ଦିଗ୍ଧ:-

ବୁଧବାର ଦିନ ଗାଜିଆବାଦରୁ ଦୁଇଜଣ ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି। ଜଣେ ଗାଜିଆବାଦର ଅର୍ଥଲା ଅଞ୍ଚଳର ଅଟନ୍ତି ଓ ସେ ଗାଜିଆବାଦ ଜିଲ୍ଲା ହସ୍ପିଟାଲରେ ନିଜର ଚିକିତ୍ସା କରିବାକୁ ପହଞ୍ଚିଥିଲା। ଏହି ବ୍ୟକ୍ତିର ସାଂପଲ ଯାଞ୍ଚ ପାଇଁ ପୁନେକୁ ପଠାଯାଇଥିଲା ଓ ତାଙ୍କୁ ଘରେ ହିଁ ଆଇସୋଲେସନ୍ କରାଯାଇଥିଲା। ସେହିପରି ଗାଜିଆବାଦରେ ରହୁଥିବା ଆଉଜଣେ ରୋଗୀ ଦିଲ୍ଲୀର ଏଲଏନଜେପି ଅଞ୍ଚଳରରେ ଭର୍ତ୍ତି ହୋଇଛନ୍ତି ଓ ଏଠାରେ ମଧ୍ୟ ତାଙ୍କର ନମୁନାକୁ ଲାବୋରେଟୋରୀ ପଠାଯାଇଛି। ଏବେ ଯାଞ୍ଚପରେ ଜଣାପଡ଼ିବ ଏହି ଦୁହିଁଙ୍କ ଠାରେ ମଙ୍କିପକ୍ସ ଅଛି କି ନାହିଁ।

ଗାଜିଆବାଦ ସ୍ୱାସ୍ଥ୍ୟ ବିଭାଗ ଏହି ସନ୍ଦିଗ୍ଧ ମାମଲା ପରେ ଆଲର୍ଟ ମୋଡ଼କୁ ଆସିସାରିଛି ଓ ଗାଜିଆବାଦରେ ମଙ୍କିପକ୍ସ ରୋଗୀଙ୍କ ପାଇଁ 6ଟି ବେଡ଼ ମଧ୍ୟ ରିଜର୍ଭ କରାଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ ଆଡ଼ଭାଇଜରୀ ଜାରି କରି କହିଛି ଯେ, ଶରୀର ଉପରେ ଦାଗ ଓ ଜିଭରେ ଦାନା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଓ ଡ଼କ୍ଟରଙ୍କୁ ସୂଚନା ପ୍ରଦାନ କରନ୍ତୁ ଓ ଆଇସୋଲେସନକୁ ଚାଲି ଯାଆନ୍ତୁ।

ନୋଏଡ଼ାରେ ମଧ୍ୟ ଜଣେ ଦଶଟି ବେଡ଼ ପ୍ରସ୍ତୁତ:-

ନୋଏଡ଼ାରେ ମଧ୍ୟ ଜଣେ ବୟସ୍କା ମହିଳା ସନ୍ଦିଗ୍ଧ ଆସିଥିଲେ ଓ ତାଙ୍କର ନମୁନା ଟେଷ୍ଟ ପାଇଁ ଯାଇଥିଲା କିନ୍ତୁ ନେଗେଟିଭ ଆସିଥିଲା। ମହିଳାଙ୍କ ବୟସ 47 ବର୍ଷ ଅଟେ। ଅଧିକାରୀଙ୍କ କହିବାହେଲା ବର୍ତ୍ତମାନ ସୁଦ୍ଧା କୌଣସି ବି ପ୍ରକାରର ଷ୍ଟ୍ରଙ୍ଗ କେସ ମିଳିନାହିଁ। ମହିଳାଙ୍କ ଘରଲୋକ ସ୍ୱୀକାର କରିଥିକେ କି, ତାଙ୍କ ଦେହରେ ଦାଗ ସୃଷ୍ଟି ହେବାସହ ଜ୍ୱର ମଧ୍ୟ ହୋଇଥିଲା।

ଦିଲ୍ଲୀରେ ମଙ୍କିପକ୍ସ ରୋଗୀ ମିଳିବାପରେ ନୋଏଡ଼ାର ଜିଲ୍ଲା ହସ୍ପିଟାଲରେ ସତର୍କତା ବଢ଼ାଇ ଦିଆଗଲା। ଏଠାରେ 10 ବେଡ଼ ବାଲା ଏକ ୱାର୍ଡ଼ ପ୍ରସ୍ତୁତ କରାଯାଇଛି ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ କଣ୍ଟ୍ରୋଲ ରୁମ ମଧ୍ୟ ପ୍ରସ୍ତୁତ କରାଯାଇଛି। କଣ୍ଟ୍ରୋଲ ରୁମ ସେକ୍ସନ 39 ସ୍ଥିତ ହସ୍ପିଟାଲରେ ବନାଯାଇଛି। ନୋଏଡ଼ା ନିବାସୀ 9675322717 ଓ 9899 75203 ରେ କଲ କରି ଏହି ରୋଗର ସୂଚନା ନେଇପାରିବେ। କଣ୍ଟ୍ରୋଲ ରୁମରେ ଦୁଇଜଣ ଡ଼କ୍ଟରଙ୍କୁ ମଧ୍ୟ ପ୍ରସ୍ତୁତ କରାଯାଇଛି।

ସିଏମଓ କହିଲେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପ୍ରସ୍ତୁତି:-

ଗୌତମ ନଗର ସିଏମଓ ସୁନୀଲ କୁମାର ଶର୍ମା ସୂଚନା ଦେଇ କହିଲେ, ମଙ୍କିପକ୍ସର ପ୍ରଭାବକୁ ଦେଖି ନୋଏଡ଼ାର ଜିଲ୍ଲା ହସ୍ପିଟାଲରେ 10ଟି ବେଡ଼ ର ୱାର୍ଡ଼ ପ୍ରସ୍ତୁତ କରାଯାଇଛି, ଯେପରି ବହୁତ ଭଲ ଭାବରେ ରୋଗୀଙ୍କୁ ଯାଞ୍ଚ କରାଯାଇପାରିବ। ଏହାସହ ଯେଉଁ ମାନଙ୍କ ଠାରେ ଏହିସବୁ ଲକ୍ଷଣ ଦେଖାଯାଉଛି ପ୍ରଥମେ ତାଙ୍କର ସାମ୍ପଲକୁ ଲକ୍ନୌ ପଠାଯିବ କାରଣ ବର୍ତ୍ତମାନ ନୋଏଡ଼ାରେ ଯାଞ୍ଚ ପାଇଁ କୌଣସି ସୁବିଧା ନାହିଁ। ସେପଟେ ସିଏମ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ମଙ୍କିପକ୍ସ କେସ ପାଇଁ ହସ୍ପିଟାଲରେ ଅତିକମରେ 10ଟି ବେଡ଼ ୱାର୍ଡ଼ ରଖାଯିବା ଉଚିତ।

ଝାରଖଣ୍ଡରୁ ମଧ୍ୟ ମିଳିଲେ ଜଣେ ସନ୍ଦିଗ୍ଧ:-

ଝାରଖଣ୍ଡର ଗଢ଼ାବା ଠାରେ ସାତବର୍ଷର ଏକ ଝିଅ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି। ଏହାପରେ ଝିଅର ସାମ୍ପଲକୁ ଟେଷ୍ଟ କରିବାପାଇଁ ପୁନେକୁ ପଠାଯାଇଛି। ଏହାବ୍ୟତୀତ ଝାରଖଣ୍ଡ ସରକାର ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତୁତ କରି ରଖିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ସିଂହ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି କି, ଝିଅକୁ ଜ୍ୱର ହୋଇଥିଲା ଓ ଝିଅର ଶରୀରରେ ଦାଗ ମଧ୍ୟ ଥିଲା। ଏହାସହ ରାଜ୍ୟ ସରକାର ସବୁ 24 ଜିଲ୍ଲାରେ ଅଧିକାରୀ ମାନଙ୍କୁ ସତର୍କ କରାଇ ଦେଇଛନ୍ତି।

Leave A Reply

Your email address will not be published.