କୁନି ପିଲାର ଅଜବ କଥା – ମୁଁ ଦୁନିଆଁ ଛାଡିଦେବି………….

0

Get real time updates directly on you device, subscribe now.

ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହା ସମସ୍ତଙ୍କୁ ଖୁସି ଦେଇ ଥାଏ।

ସୋସିଆଲ ମିଡିଆରେ ଏହିପରି ଏକ ଶିଶୁର ଭିଡିଓ ଭାଇରାଲ ହେଉଛି। ଯେଉଁଠି ପାଠପଢ଼ାରେ ଅସନ୍ତୋଷ ପ୍ରକାଶ କରି ନିଜ ମା’ଙ୍କୁ କିଛି କହୁଛି। ଯାହା ଶୁଣି ମା’ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଛୋଟ ଛୁଆ ପଢ଼ୁଥିବାର ଦେଖାଯାଇଛି।

View this post on Instagram

A post shared by Bunny (@daiviksharma28)

ସେ ଏକ ଖାତାରେ ପେନ୍‌ସିଲ ଧରି କିଛି ଲେଖୁଛି। କିନ୍ତୁ ତାକୁ ଦେଖିଲେ ବୁଝାପଡ଼ୁଛି ଯେ ତା’ ମନ ଆଦୌ ପଢ଼ାରେ ନାହିଁ।ଛୁଆଟି ଲେଖି ଲେଖି ତା’ ମା’ଙ୍କୁ କହୁଛି, ‘ମମି ମୁଁ ବହୁତ ଟେନ୍ସନ୍‌ରେ ଅଛି। ମୋତେ ଦୁନିଆକୁ କାହିଁକି ଅଣାଯାଇଛି। ମୁଁ ଏ ଦୁନିଆରୁ ବାହାରିଯିବି। ବାହାରି ଯିବି ବାହାରି ଯିବି।’ ଏମିତି କହି କହି ଛୁଆଟି ପେନ୍‌ସିଲ୍‌କୁ ଟେବୁଲରେ ପିଟୁଛି।

ତା’ ପରେ ମା’ ପଚାରୁଛନ୍ତି- ‘କାହିଁକି ପଳେଇବୁ?’ ତା’ ପରେ ଛୁଆଟି କହୁଛି, ‘ମୋର ଏ ଦୁନିଆରେ ମନ ଲାଗୁନି’। ତା’ ପରେ ମା’ ପଚାରୁଛନ୍ତି- ‘ମନ କାହିଁକି ଲାଗୁନି?’ ଏହାର ଜବାବରେ ଛୁଆଟି କହୁଛି- ‘କାରଣ ତୁମେ ଭଲ ନୁହେଁ।’ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।ଇନ୍‌ଷ୍ଟାଗ୍ରାମ୍‌ରେ daiviksharma28ନାମକ ଆକାଉଣ୍ଟରେ ଭିଡିଓଟି ସେୟାର କରାଯାଇଛି।ଏହାକୁ ୪.୬ ମିଲିୟନରୁ ଅଧିକ ଅର୍ଥାତ୍‌ ୪୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୪ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି।

Leave A Reply

Your email address will not be published.