India vs West Indies 3rd ODI: ୱେଷ୍ଟଇଣ୍ଡିଜ ବିପକ୍ଷରେ ସବୁ ମ୍ୟାଚ ଜିତି ସିରିଜକୁ ମୂଳପୋଛ କଲା ଭାରତୀୟ ଦଳ,ଗିଲ ଖେଳିଲେ ଦମଦାର ପାଳି

0

Get real time updates directly on you device, subscribe now.

ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚରେ ପୋର୍ଟ ଅଫ ସ୍ପେନରେ ଇଣ୍ଡିଜ ଦଳକୁ ଡ଼କ-ବର୍ଥ ଲୁଇସ ନିୟମ ଅନ୍ତର୍ଗତ 119 ରନରେ ହରାଇ ଦେଇଛି। ଏହି ବିଜୟ ସହିତ ଶିଖର ଧାୱନଙ୍କ ଅଧିନାୟକତାରେ ଖେଳୁଥିବା ଭାରତୀୟ ଟିମ 3-0 ରେ ସିରିଜ ମଧ୍ୟ ଜିତିନେଇଛି। ଭାରତୀୟ ଟିମ ପ୍ରଥମଥର ୱେଷ୍ଟଇଣ୍ଡିଜ କୁ ନିଜ ଦେଶରେ ହିଁ ଦିନିକିଆ ସିରିଜରେ ହରାଇ ଦେଇଛି। ଭାରତୀୟ ଓପନର ଶୁଭମାନ ଗିଲ 98 ରନର ନଟଆଉଟ ପାଳି ଖେଳି ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି।

ଡ଼କ-ବର୍ଥ ନିୟମ ମୁତାବିକ ଇଣ୍ଡିଜ ଦଳକୁ 35 ଓଭରରେ 257 ରନର ଲକ୍ଷ୍ୟ ମିଳିଥିଲା କିନ୍ତୁ ତାଙ୍କର ବ୍ୟାଟ୍ସମ୍ୟାନ ଜଣକ ପରେ ଜଣେ ହୋଇ ଆଉଟ ହୋଇଗଲେ ଓ ଦଳ 26 ଓଭରରେ ମାତ୍ର 137 ରନ ବନାଇ ଅଲ ଆଉଟ ହୋଇଯାଇଥିଲେ। ଦଳ ପାଇଁ ଅଧିନାୟକ ନିକୋଲାସ ପୂରଣ ଓ ବ୍ରାଣ୍ଡନ କିଙ୍ଗ 42-42 ରନର ପାଳି ଖେଳିଥିଲେ ଓ ଏହାବ୍ୟତୀତ ସାଇ ହୋପ 22 ଏବଂ ୱାଲସ ଜୁନିୟର ଦୁଇଅଙ୍କ ଛୁଇଁ ପାରିଥିଲେ।

ଚହଲ ନେଲେ 4ଟି ଉଇକେଟ:-

ୱେଷ୍ଟଇଣ୍ଡିଜ ପାଇଁ ସବୁଠାରୁ ଖରାପ ବିଷୟ ହେଉଛି ତାଙ୍କର ଚାରିଜଣ ବ୍ୟାଟ୍ସମ୍ୟାନ ବିନା ଖାତା ଖୋଲି ଆଉଟ ହୋଇଥିଲେ। ଭାରତ ତରଫରୁ ସ୍ପିନର ଜୁଜବେନ୍ଦ୍ର ଚହଲ ସବୁଠାରୁ ଅଧିକ ଉଇକେଟ ନେଇଥିଲେ। ସେହିପରି ଶାର୍ଦୁଲ ଠାକୁର ଓ ମହମ୍ମଦ ସିରାଜ ଦୁଇ ଦୁଇଟି ଉଇକେଟ ନେଇଥିଲେ। ପ୍ରସିଦ୍ଧ କୃଷ୍ନା ଓ ଅକ୍ଷର ପଟେଲ ମଧ୍ୟ ଦୁଇ ଦୁଇଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଶୁଭମାନ ଗିଲ ପ୍ଲେୟାର ଅଫ ଦ ମ୍ୟାଚ ଓ ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ।

ଭାରତ ପାଇଁ ପ୍ରାରମ୍ଭିକ ଆରମ୍ଭ ବହୁତ ଭଲ ଥିଲା:-

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଓପନର ଶିଖର ଧାୱନ ଓ ଶୁଭମାନ ଗିଲ 113 ରନର ପାର୍ଟନରଶିପ ଖେଳିଥିଲେ। ଜାସନ ହୋଲଡ଼ରଙ୍କ ବଲକୁ ଚୌକା ମାରି ଶିଖର ନିଜ ପାଳିର ଆରମ୍ଭ କରିଥିଲେ ଓ ଶୁଭମାନ, ଜେଡନ ସିଲସଙ୍କ ବଲକୁ ଚୌକା ମାରି ପାଳି ଆରମ୍ଭ କରିଥିଲେ।

ଅଧିନାୟକ ଶିଖର ଧାୱନ 62 ବଲରୁ ନିଜର ଅର୍ଧଶତକ ହାସଲ କଲେ। ସେପଟେ ଭାରତୀୟ ଦଳ 20 ଓଭରରେ 100 ରନ ପୁରା କରିଥିଲା। ଏହି ସମୟରେ ଶୁଭମାନ ଗିଲ 60 ବଲରେ ନିଜର ଅର୍ଧଶତକ କରିଥିଲେ। କିଛି ସମୟ ପରେ ହେଡେନ ୱାଲସ ଜୁନିୟର ଶିଖର ଧାୱନଙ୍କୁ ନିଜର ଜାଲରେ ଫସାଇ 58 ରନରେ ଆଉଟ କରିଥିଲେ। ଭାରତୀୟ ପାଳିର 24 ଓଭର ପରେ ବର୍ଷା ହେବା କାରଣରୁ ମୁକାବିଲାକୁ 40 ଓଭର କରିଦିଆଗଲା।

ଶ୍ରେୟାସ- ଗିଲଙ୍କ ମଧ୍ୟରେ ଶାନଦାର ପାର୍ଟନରଶିପ:-

ଶିଖରଙ୍କ ଆଉଟ ହେବାପରେ ଶ୍ରେୟାସ ଆୟର ଗିଲଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ ଗଢ଼ିଥିଲେ। ଶ୍ରେୟାସ 34 ବଲରୁ ଚାରି ଚୌକା ଓ ଏକ ଛକା ସହାୟତାରେ 44 ରନ କରିଥିଲେ। ଗିଲ ଓ ଶ୍ରେୟାସଙ୍କ ମଧ୍ୟରେ ଦ୍ବିତୀୟ ଉଇକେଟ ପାର୍ଟନରଶିପ 86 ରନ ହୋଇଥିଲା।

ବର୍ଷା କାରଣରୁ ନିଜର ପ୍ରଥମ ଶତକରୁ ବର୍ତିଲେ ଗିଲ:-

ତୃତୀୟ ଉଇକେଟର ପାର୍ଟନରଶିପ ପାଇଁ କ୍ରିଜକୁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ କିନ୍ତୁ ସେ କିଛି ଖାଆସ କରି ପାରିନଥିଲେ। ଜୁନିୟର ୱାଲସ ତାଙ୍କୁ ଫସାଇ ଆଉଟ କରିଦେଇଥିଲେ। ଏହାସହ 36 ଓଭର ଶେଷ ବେଳକୁ ଭାରତର ସ୍କୋର 225 ରନ ହୋଇଥିଲା, ସେତେବେଳେ ବର୍ଷା ଆସିଗଲା ଓ ଭାରତୀୟ ପାଳିକୁ ସେହିଠାରେ ହିଁ ଅଟକାଇବାକୁ ପଡ଼ିଥିଲା।

ଏହାପରେ ଡ଼କ-ବର୍ଥ ଲୁଇସ ମେଥଡ଼ରେ ଇଣ୍ଡିଜକୁ 35 ଓଭରରେ 257 ରନର ଲକ୍ଷ୍ୟ ମିଳିଥିଲା। ଶୁଭମାନ ଗିଲ 98 ବଲରେ ସାତଟି ଚୌକା ଓ ଦୁଇଟି ଛକା ଜରିଆରେ 98 ରନ କଲେ। ଯଦି ବର୍ଷା ହୋଇନଥାନ୍ତା ତାହେଲେ ବୋଧହୁଏ ଶୁଭମାନ ଦିନିକିଆରେ ନିଜର ପ୍ରଥମ ଶତକ ହାସଲ କରି ପାରିଥାନ୍ତେ। ଇଣ୍ଡଜ ତରଫରୁ ୱାଲସ ଜୁନିୟର ଦୁଇଟି ଓ ଆକିଲ ହୁସେନ ଗୋଟିଏ ଉଇକେଟ ନେଇଥିଲେ।

Leave A Reply

Your email address will not be published.