ଘରକୁ ଆସିଲା 3419 କୋଟି ଟଙ୍କାର ଲାଇନ୍ ବିଲ, ବିଲ ଦେଖି ବୋହୂର ବଢିଗଲା ବିପି,ଶ୍ୱଶୁର ହସ୍ପିଟାଲରେ ଭର୍ତି

0

Get real time updates directly on you device, subscribe now.

ବୈଜ୍ଞାନିକମାନେ ମଣିଷକୁ ବରଦାନ ସ୍ୱରୂପ ଅନେକ ଉଦ୍ଭାବନ ଦେଇଛନ୍ତି, ଯେଉଁଥିରୁ ବିଦ୍ୟୁତ ମଧ୍ୟ ଗୋଟିଏ ବରଦାନ ଅଟେ । ଆମ ଜୀବନରେ ବିଦ୍ୟୁତ ବହୁତ ବ୍ୟବହୃତ ହୁଏ । ବିଦ୍ୟୁତ୍ ଶକ୍ତିର ଗୋଟିଏ ଶକ୍ତିଶାଳୀ ଉତ୍ସ ଅଟେ, ଯାହାକୁ ବ୍ୟବହାର କରି ଅନେକ କାର୍ଯ୍ୟ କରାଯାଇଥାଏ । ଆଜିକାଲି ବିଦ୍ୟୁତ୍ ଆମ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି । ଆଜିର ଦିନରେ ପ୍ରତ୍ୟେକ ଘରେ ବିଦ୍ୟୁତର ବ୍ୟବହାର ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଯଦି କିଛି ସମୟ ପାଇଁ ବିଦ୍ୟୁତ ଚାଲିଯାଏ, ତେବେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗନ୍ତି । ଆଜିର ଆଧୁନିକ ଜୀବନରେ ବିଦ୍ୟୁତ ମାନବ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଛି । ଏହା ପ୍ରାୟତଃ ଦେଖାଯାଇଛି ଯେ ଲୋକମାନେ ବିଦ୍ୟୁତ ତ ବ୍ୟବହାର କରନ୍ତି, କିନ୍ତୁ ବେଳେବେଳେ ବିଲ ଏତେ ଅଧିକ ଆସେ ଯେ ଏହା ମଧ୍ୟ ସେମାନଙ୍କ ପାଇଁ ଗୋଟିଏ ସମସ୍ୟା ପାଲଟିଯାଏ ।

ଯଦି ଆପଣଙ୍କର ଲାଇନ୍ ବିଲ ହଜାର କି ଲକ୍ଷ ଲକ୍ଷ ଟଙ୍କାରେ ନୁହେଁ ବରଂ କୋଟି କୋଟି ଟଙ୍କାରେ ଆସିଲେ, ଆପଣଙ୍କର କି ଅବସ୍ଥା ହେବ । ଏପରି କିଛି ହୋଇଛି ମଧ୍ୟପ୍ରଦେଶର ଗ୍ବାଲିୟରରେ, ଯେଉଁଠାରେ ବିଦ୍ୟୁତ ବିଭାଗର ଗୋଟିଏ ବଡ ଭୁଲ କାରଣରୁ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏତେ ଖରାପ ହୋଇଗଲା ଯେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା ।

3419 କୋଟି ଟଙ୍କାର ଆସିଲା ଲାଇନ୍ ବିଲ :-

ଆପଣଙ୍କୁ କହିରଖୁଛୁ ଯେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ପରିଚାଳିତ ବିଦ୍ୟୁତ୍ କମ୍ପାନୀ ଏକ ପରିବାରର ଲାଇନ୍ ବିଲ୍ ଭୁଲ ପଠାଇଥିଲା, ଯେଉଁଥିରେ 3419 କୋଟି ଟଙ୍କା ଛପା ହୋଇଥିଲା ଏବଂ ତାକୁ ଦେଖିବାପରେ ବ୍ୟକ୍ତି ଜଣକ ଚକିତ ହୋଇ ରୋଗରେ ପଡିଗଲେ । କୁହାଯାଉଛି ଯେ ମଧ୍ୟପ୍ରଦେଶର ଗ୍ୱାଲିଅର ନିବାସୀ ପ୍ରିୟଙ୍କା ଗୁପ୍ତାଙ୍କୁ 3419 କୋଟି ଟଙ୍କାର ଲାଇନ୍ ବିଲ ମିଳିଥିଲା, ଯାହା ପରେ ତାକୁ ଦେଖି ତାଙ୍କ ଶ୍ୱଶୁର ଅସୁସ୍ଥ ହୋଇପଡିଥିଲେ ।

ବର୍ତ୍ତମାନ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ପାୱାର କମ୍ପାନୀ ଏହାକୁ ମାନବୀୟ ତ୍ରୁଟି ବୋଲି କହିଛି । ଏହାସହିତ ସହରର ଶିବ ବିହାର କଲୋନୀର ବାସିନ୍ଦା ଗୁପ୍ତା ପରିବାରକୁ ଆରାମ ଦେବାପାଇଁ ସେମାନଙ୍କୁ 1300 ଟଙ୍କାର ସଠିକ ବିଲ ପ୍ରଦାନ କରାଯାଇଛି ।

ବିଭାଗ କହିଲା ଏମିତି କଥା :-

ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଲା, ସେତେବେଳେ MPMKVVC ପରେ ଏହି ବିଷୟରେ ଜାଣିପାରି ଲାଇନ୍ ବିଲ ସଂଶୋଧନ କରି ପରିବାରକୁ 1300 ଟଙ୍କା ସଠିକ ବିଲ ଦେଇଥିଲା । ଏହି ମାମଲାରେ, MPMKVVC ଜେନେରାଲ ମ୍ୟାନେଜର ନିତିନ ମଙ୍ଗଲିକ ଲାଇନ୍ ବିଲରେ ମୁଦ୍ରିତ ବିପୁଳ ପରିମାଣ ପାଇଁ ମାନବିକ ତ୍ରୁଟି ବୋଲି ଦାୟୀ କରିଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ସହକାରୀ ରାଜସ୍ୱ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଜୁନିଅର ଇଞ୍ଜିନିୟରଙ୍କୁ କାରଣ କୁହ ବୋଲି ମଧ୍ୟ ନୋଟିସ ଜାରି କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ସୋସିଆଲ ମିଡିଆରେ ଏହି ମାମଲା ହେଡଲାଇନ ପାଲଟିଛି । କେବଳ ଏତିକି ନୁହେଁ ଅନେକ ଲୋକ ଏହି ଅବହେଳାକୁ ନେଇ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରୁଛନ୍ତି ।

Leave A Reply

Your email address will not be published.