ପ୍ରକୃତିଙ୍କୁ ଧରି ବାବୁଶାନଙ୍କ ଘରକୁ ଆସିବେ ମନ୍ମଥ କୃଷ୍ଣପ୍ରିୟା

0

Get real time updates directly on you device, subscribe now.

ପ୍ରକୃତିକୁ ଧରି ମନ୍ମଥ ମିଶ୍ର ନିଜ ସ୍ତ୍ରୀ କୃଷ୍ଣପ୍ରିୟା ସହ ବାବୁଶାନଙ୍କ ଘରକୁ ଆସିବେ । ଏହାପରେ ସମସ୍ତେ ବସି ନିଷ୍ପତ୍ତି ନେବେ । କଣ ରହିବ ତେବେ ବାବୁଶାନ, ପ୍ରକୃତି ଓ ତୃପ୍ତିଙ୍କ ବିବାଦର ଶେଷ ପରିଣାମ କଣ ରହିବ । କାହିଁକି ନା ପୋଲିସ ତ ସାଧାରଣ ତାଙ୍କ ପ୍ରଶ୍ନ ପଚାରି ଚାଲିଯିବେ ଏବଂ ଯେଉଁ କେସ ଦିଆଯାଇଛି, ତା ହିସାବରେ ଇନଭେଷ୍ଟିଗେସନ କରିବେ ।

କିନ୍ତୁ ଯେହେତୁ ଏଇଟା ଗୋଟିଏ ହାଇ ପ୍ରୋଫାଇଲ୍ ମାମଲା, ତେଣୁ ପୋଲିସ ଏହାର ନିଷ୍କର୍ଷ ବାହାର କରିପାରିବ ନାହିଁ । ସେମାନେ କୋର୍ଟ ଯିବେ, ନଚେତ୍ ଆପୋଷ ବୁଝାମଣା କରି ସମାଧାନ କରିବେ । ଏ କଥା ଅନେକ ଆଇନଜୀବୀ ଏବଂ ଅନେକ ସମାଜସେବୀ ମଧ୍ୟ କହିସାରିଛନ୍ତି । ତେବେ ଗୋଟିଏ ବାଟ ହିଁ ବାହାରୁଛି, ତାହା ହେଉଛି ମନ୍ମଥ ମିଶ୍ର ନିଜ ସ୍ତ୍ରୀ କୃଷ୍ଣପ୍ରୀୟା ଏବଂ ଝିଅ ପ୍ରକୃତିକୁ ଧରି ଆସିବେ, ଆଉ ବାବୁଶାନଙ୍କ ଘରେ ଆମ୍ନାସାମ୍ନାରେ ବସି କଥା ହେବେ ।

ବାବୁଶାନଙ୍କ ଘରେ ବର୍ତ୍ତମାନ ଓଲିଉଡର ମୁଣ୍ଡି ମାନେ ଅଛନ୍ତି, ଅର୍ଥାତ୍ ଯେଉଁମାନେ ହର୍ତ୍ତା କର୍ତ୍ତା ଦୈବ ବିଧାତା । ଯେଉଁମାନେ କି ବାବୁଶାନଙ୍କୁ ଅଭିନେତା କରିଛନ୍ତି ବା ସୁପରଷ୍ଟାର କରିଛନ୍ତି । ଆଉ ଯେଉଁମାନେ ପ୍ରକୃତି ମିଶ୍ରଙ୍କୁ ବି ଗୋଟିଏ ବଡ ଷ୍ଟାର କରିଛନ୍ତି । ତେବେ ତାଙ୍କ କଥାରୁ କେବେ ବି ବାବୁଶାନ୍ ଓ ପ୍ରକୃତି ଓହରି ଯିବେନି । ଆଉ ବାକି ରହିଲା ତୃପ୍ତିଙ୍କ କଥା, ତୃପ୍ତି ନିଜ ସ୍ୱାମୀଙ୍କ ସହ କଥା ହେବେ ଏବଂ ତାଙ୍କୁ ଆଉ କାହାର ଆବଶ୍ୟକତା ନାହିଁ । ତେବେ ଏହା ଭିତରେ ଗୋଟିଏ ନିଷ୍ପତ୍ତି ନିଆଯିବ ଯେ ବାବୁଶାନ୍ ଆଗକୁ କଣ କରିବେ । ପ୍ରକୃତି ବାବୁଶାନ୍ ଉଭୟ ମିଳାମିଶା କରିବେ ନା ତାହା ବନ୍ଦ୍ ହେବ ।

ଆଉ ଯେଉଁ ବନ୍ଧୁତ୍ୱ କଥା ଉଠୁଛି, ସେ କଥାର ସତ୍ୟତା ମଧ୍ୟ ସମସ୍ତଙ୍କ ସାମ୍ନାରେ ପରୀକ୍ଷା ଦେବେ ଏବଂ ଯେଉଁମାନେ ବାବୁଶାନଙ୍କୁ ମଣିଷ କରିଛନ୍ତି, ସେମାନେ ଯାହା ନିଷ୍ପତ୍ତି ନେବେ, ଆଶା କରାଯାଉଛି ଯେ ବାବୁଶାନ୍ ତାକୁ ମାନିନେବେ । ତାପରେ ଯାଇ ଏସବୁରେ ଗୋଟିଏ ଅନ୍ତ ଘଟିବ ଏବଂ ବାବୁଶାନ୍ ଓ ପ୍ରକୃତି ନିଜ ନିଜ ଜୀବନରେ ଆଗକୁ ବଢିବେ ବୋଲି କେବଳ ଆଶା କରାଯାଇପାରେ ।

Leave A Reply

Your email address will not be published.