କେବେ ଦେଖିନଥିବେ Wrong Parking ର ଏମିତି ଦଣ୍ଡ, ଟ୍ରାଫିକ ପୋଲିସ ସ୍କୁଟି ସହିତ ମାଲିକକୁ ପବନରେ ଉଠାଇଲା,ଦେଖନ୍ତୁ ଭିଡ଼ିଓ
Traffic Police Lift Scooty With Owner Video: ସୋସିଆଲ ମିଡିଆରେ ଆଜିକାଲି କିଛି ନା କିଛି ଭିଡିଓ ଭାଇରାଲ୍ ହୋଇ ଚାଲିଥାଏ । ଅନେକଥର କିଛି ଅଜବ ପ୍ରକାରର ଭିଡିଓ ମଧ୍ୟ ଭାଇରାଲ୍ ହୋଇଯାଏ । ଏପରି ଏକ ଭିଡିଓ କିଛି ଦିନ ହେଲାଣି ସୋସିଆଲ ମିଡିଆରେ ଖୁବ୍ ଦେଖାଯାଉଛି । ଭିଡ଼ିଓରେ ଜଣେ ବ୍ୟକ୍ତି ନିଜ ସ୍କୁଟିରେ ବସିଛି ଏବଂ ଗୋଟିଏ କ୍ରେନ୍ ତାକୁ ସ୍କୁଟିରେ ବସି ପବନରେ ଉଠାଇ ରଖିଛି ।
ବ୍ୟକ୍ତିଜଣକ ନିଜ ସ୍କୁଟି ନୋ-ପାର୍କିଂ ଜୋନରେ ପାର୍କ କରିଦେଇଥିଲେ । ଏହାପରେ ଟ୍ରାଫିକ ପୋଲିସର ଗାଡ଼ି ଉଠାଉଥିବା କ୍ରେନ ବ୍ୟକ୍ତିଙ୍କୁ ସ୍କୁଟି ସହିତ ପବନରେ ଝୁଲାଇଦେଲେ । ଯାହା ପରେ ସେଠାରେ ଆଖପାଖ ଲୋକ ଏହି ପୁରା ଘଟଣାର ଭିଡିଓ ତିଆରି କରିନେଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ନାଗପୁରରେ ଟ୍ରାଫିକ ପୋଲିସର ଅଜବ ପ୍ରକାରର ଆକ୍ସନ :-
13 ସେକେଣ୍ଡର ଏହି ଭିଡିଓ ନାଗପୁରର ବୋଲି କୁହାଯାଉଛି । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଏଠିକାର ଅଞ୍ଜୁମନ୍ କମ୍ପ୍ଲେକ୍ସ ପାଖରେ ଜୁଲାଇ 22 ତାରିଖରେ ଜଣେ ବ୍ୟକ୍ତି -ପାର୍କିଂ ଜୋନରେ ନିଜ ସ୍କୁଟି ପାର୍କ କରିଦେଇଥିଲେ । ଯାହା ପରେ ସେଠିକାର ଟ୍ରାଫିକ ପୋଲିସ ଗାଡି ଉଠାଉଥିବା କ୍ରେନ ଦ୍ଵାରା ବ୍ୟକ୍ତିଙ୍କୁ ସ୍କୁଟି ସହିତ ପବନରେ ଉଠାଇ ଦେଲେ ।
ଦେଖନ୍ତୁ ଭିଡିଓ :-
A video of #Nagpur @trafficngp went viral on social media after they picked up the scooter parked in the no-parking zone along with the owner. The police lifted a vehicle along with its rider from a no-parking zone near #Anjuman_Complex in Nagpur on July 22. pic.twitter.com/jaSeuQD5Al
— Satya Tiwari (@SatyatTiwari) July 23, 2022
ପବନରେ ଝୁଲୁଥିବାର ଦେଖାଗଲା ସ୍କୁଟି ଉପରେ ବସିଥିବା ବ୍ୟକ୍ତି :-
ଭାଇରାଲ୍ ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଧଳା ରଙ୍ଗର ସ୍କୁଟି କ୍ରେନ ସାହାଯ୍ୟରେ ପବନରେ ଝୁଲୁଛି । ଏଥିରେ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ପବନରେ ଝୁଲୁଥିବା ଏହି ସ୍କୁଟିରେ ବ୍ୟକ୍ତିଜଣକ ମଧ୍ୟ ବସିଛନ୍ତି । ଏହି ଅଜବ ପ୍ରକାରର ଦୃଶ୍ୟକୁ ଆଖପାଖ ଲୋକ ରେକର୍ଡ କରିନେଲେ ଏବଂ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ ୟୁଜରମାନେ ବହୁତ୍ ପ୍ରତିକ୍ରିୟା ଦେଉଛନ୍ତି । ଏହାସହିତ ପୋଲିସର ଏହିପରି ଆକ୍ସନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି କିଛି ସୋସିଆଲ ମିଡ଼ିଆ ୟୁଜର ଭିଡିଓ କୁ ଫେକ୍ ବୋଲି କହୁଛନ୍ତି । ଏହାସହିତ ଲୋକମାନେ କହୁଛନ୍ତି ଯେ ଏହି ଭିଡ଼ିଓରେ କର୍ମଚାରୀ ଦ୍ଵାରା ମସ୍ତି କରାଯାଉଛି ।