ଜନ୍ମଦିନ ପାଳିବା ପାଇଁ ପ୍ରକୃତି ମିଶ୍ରଙ୍କୁ ଧରି ଆଣ୍ଡାମାନ ଚାଲିଗଲେ ବାବୁସାନ !

0

Get real time updates directly on you device, subscribe now.

କୁଆଡେ ଗଲେ ବାବୁସାନ? ଚେନ୍ନାଇରୁ ‘ଦମନ’ ଟିମ ଫେରିଲା। କିନ୍ତୁ ସେଥିରେ ବାବୁସାନ ଆସିନାହାନ୍ତି। ୨୪ ତାରିଖ ରାତି ୧୦ ଟାରେ ବାବୁସାନ ହୋଟେଲ୍‌ ଛାଡିଥିଲେ ବୋଲି ସୂଚନା ମିଳିଛି। ଫେରିବା ପାଇଁ ଟିକେଟ ହୋଇଥିଲା, କିନ୍ତୁ ବାବୁସାନ ଆସିଲେନି। ଏମିତିକି ଚେନ୍ନାଇର ଉତ୍କଳ ସମାଜର କାର୍ଯ୍ୟକ୍ରମରେ ମଧ୍ୟ ବାବୁସାନ ଯୋଗ ଦେଇନଥିଲେ ବୋଲି କହିଛନ୍ତି।

ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା କହିଛନ୍ତିଯେ, ଗତ ୨୩ ତାରିଖ ଦିନ ସକାଳେ ଆମେ ଏକାଠି ଚେନ୍ନାଇ ଯାଇଥିଲୁ। ବାବୁସାନ ଆମ ସହ ଥିଲେ। ଆସନ୍ତା ଦୁର୍ଗାପୂଜାରେ ଏହି ଫିଲ୍ମଟି ରିଲିଜ ହେବ । ସେଠାରେ ଉତ୍କଳ ଆସୋସିଏସନ ଅଫ୍‌ ମାଡ୍ରାସ୍‌’ ଆୟୋଜିତ ଉତ୍କଳ ଦିବସ ଉତ୍ସବରେ ଫିଲ୍ମ ପ୍ରମୋଶନ କରାଯିବାର ଯୋଜନା ଥିଲା। କିନ୍ତୁ ସେଦିନ ଅପ୍ରୀତିକର ସ୍ଥିତି ପାଇଁ ତାଙ୍କୁ ପ୍ରମୋଶନରେ ଯୋଗ ଦେବାକୁ ଆମେ ମନା କରିଥିଲୁ। ପ୍ରକୃତି ଉକ୍ତ ଫିଲ୍ମରେ ଅଭିନୟ କରୁନାହାନ୍ତି। ସେ ଟିମର ସଦସ୍ୟ ମଧ୍ୟ ନୁହନ୍ତି। କିନ୍ତୁ ସେ ବ୍ୟକ୍ତିଗତ ଭାବରେ ବାବୁସାନଙ୍କ ସହିତ ଚେନ୍ନାଇ ଯାଇଥିଲେ।

ଗତକାଲି ପ୍ରକୃତିଙ୍କ ମାଆ-ବାପା ଚେନ୍ନାଇରେ ପହଞ୍ଚିଛନ୍ତି। ତାଙ୍କ ସହ ଦେଖାକରି ସେ ସେଠାରୁ ଆଣ୍ଡାମାନ ଚାଲି ଯାଇଛନ୍ତି ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ଅନୁମାନ କରାଯାଉଛିକି ବାବୁସାନ ମଧ୍ୟ ତାଙ୍କ ସହିତ ଆଣ୍ଡାମାନ ଚାଲି ଯାଇଛନ୍ତି। ଆସନ୍ତା ମାସ ଜୁଲାଇ ୩୦ ତାରିଖରେ ବାବୁସାନଙ୍କ ଜନ୍ମଦିନ ଅଛି। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ତାଙ୍କ ପାଇଁ ଜୁଲାଇ ୩୦ ତାରିଖରେ ଅନେକ କିଛି ପ୍ଲାନ କରିଥିଲେ। କିନ୍ତୁ ବର୍ତ୍ତମାନ ଦେଖିବାକୁ ହେବ ବାବୁସାନ ଗଲେ କୁଆଡେ। ଗୋଟିଏ ହୋଟେଲରେ ଉଭୟ ପ୍ରକୃତି ଓ ବାବୁସାନ ରହୁଥିଲେ ବୋଲି ଅନୁମାନ କରାଯାଉଛି। ହୁଏତ ଉଭୟ ଏକ ସହିତ ଆଣ୍ଡାମାନ ଯାଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.