କିଙ୍ଗ କୋବ୍ରା ସହିତ ଖେଳୁଛି ଛୋଟ ଛୁଆ, ଭିଡିଓ ଦେଖି ଲୋକଙ୍କର ଉଡ଼ିଲା ହୋସ

0

Get real time updates directly on you device, subscribe now.

King Cobra Viral Video: ସୋସିଆଲ ମିଡିଆରେ ସାପମାନଙ୍କର ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଏଠି ମଧ୍ୟରୁ ଅନେକ କିଙ୍ଗ କୋବ୍ରାର ଭିଡିଓ ମଧ୍ୟ ହୋଇଥାଏ । କିଙ୍ଗ କୋବ୍ରା ସବୁଠାରୁ ଖତରନାକ ଏବଂ ବିଷାକ୍ତ ସାପମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏହି ସାପ କାମୁଡ଼ିଲେ ମଣିଷର ବଞ୍ଚିବା ଅସମ୍ଭବ ହୋଇପଡେ । କିଙ୍ଗ କୋବ୍ରାର ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକଙ୍କର ହୋସ ଉଡ଼ିଯାଉଛି । ଏହି ଭିଡିଓ ଖୁବ୍ ଭାଇରାଲ୍ ମଧ୍ୟ ହେଉଛି । ଏହି ଭିଡ଼ିଓରେ ଗୋଟିଏ ଛୋଟ ଛୁଆ କିଙ୍ଗ କୋବ୍ରା ସହିତ ଖେଳୁଥିବାର ଦେଖାଯାଇଛି । ପିଲାଟି ଅନେକଥର ତାକୁ ଛୁଏଁ ଏବଂ ଏହି ଖତରନାକ ସାପକୁ ଧରିବାପାଇଁ ମଧ୍ୟ ଚେଷ୍ଟା ମଧ୍ୟ କରିଥାଏ । ଏହି ଭିଡିଓ ଦେଖି ଲୋକଙ୍କ ମୁଣ୍ଡ ବୁଲାଇ ଦେଉଛି ।

କିଙ୍ଗ କୋବ୍ରା ସହିତ ଖେଳୁଥିବାର ଦେଖାଗଲା ଛୋଟ ଛୁଆ :-

ଭାଇରାଲ୍ ଭିଡ଼ିଓରେ ଦେଖାଯାଇପାରେ ଯେ ଗୋଟିଏ ଛୋଟ ପିଲା ତଳେ ବସିଛି । ତା ପାଖରେ ଗୋଟିଏ କିଙ୍ଗ କୋବ୍ରା ରଙ୍ଗୁଥିବାର ଦେଖାଯାଉଛି । ପିଲାଟି ବାରମ୍ବାର ନିଜ ହାତ ହଲାଉଛି । କିଙ୍ଗ କୋବ୍ରା ନିଜର ଫଣା ବାହାର କରିଛି ଏବଂ ପିଲାଟି ହାତ ହଲାଇବାରୁ ଫଣା ଏପଟ ସେପଟ କରୁଛି । ଏହାପରେ ପିଲାଟି କୋବ୍ରାର ଫଣାକୁ ଅନେକଥର ଧରିବାକୁ ଚେଷ୍ଟା କରେ, କିନ୍ତୁ ସେ ଖସିଯାଇ ଟିକେ ଦୂରକୁ ଚାଲିଯାଏ । ଯାହାକୁ ଦେଖି ଲାଗୁଛି ଯେ ଦୁହେଁ ପରସ୍ପର ସହିତ ଖେଳୁଛନ୍ତି ।

ବହୁତ୍ ଆରାମରେ କିଙ୍ଗ କୋବ୍ରାକୁ ହାତରେ ଧରିନିଏ ପିଲାଟି :-

ଭିଡ଼ିଓରେ ଆଗକୁ ଦେଖାଯାଇପାରେ ଯେ କିଙ୍ଗ କୋବ୍ରା ପୁଣି ପିଲା ପାଖକୁ ଆସେ ଏବଂ ତା ପାଖକୁ ଯାଇ ତା ହାତକୁ ଛୁଏଁ । ଏଥର ପିଲାଟି ମଧ୍ୟ ତାକୁ ଦୁଇ ହାତରେ ବହୁତ୍ ଆରାମରେ ଧରେ । କିନ୍ତୁ କିଙ୍ଗ କୋବ୍ରା ପିଲାଟିର ମୁହଁ ପାଖକୁ ଯାଇ ପୁଣି ଖସିଯାଇ ତା ଠାରୁ ଦୂରକୁ ଚାଲିଯାଏ । ଏଥିରେ ପିଲାଟି ଖୁସି ହୋଇଯାଇ ଏବଂ କିଙ୍ଗ କୋବ୍ରା ଦୂରରୁ ତାକୁ ଦେଖେ । ପୁରା ଭିଡ଼ିଓରେ ପିଲାଟି କେତେବେଳେ ବି କିଙ୍ଗ କୋବ୍ରାକୁ ଡରୁଥିବାର ଦେଖାଯାଏ ନାହିଁ । ଏହି ଭିଡିଓ ଦେଖି ଭଲ ଭଲ ଲୋକଙ୍କର ଅବସ୍ଥା ଖରାପ୍ ହୋଇପାରେ ।

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ @awituchuz ନାମକ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଏହା ଖୁବ୍ ଜୋରରେ ଭାଇରାଲ୍ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ 6 ହଜାରରୁ ଅଧିକ ଥର ଦେଖାଯାଇଛି । ୟୁଜରମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ଏହାକୁ ବହୁତ୍ ସେୟାର ମଧ୍ୟ କରାଯାଉଛି ଏବଂ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Leave A Reply

Your email address will not be published.