ବାବୁସାନଙ୍କ ପାଇଁ ଗଞ୍ଜେଇ ଆଣୁଥିଲେ ପ୍ରକୃତି,ନିଶାଦେଇ ନେଉଥିଲେ ପଇସା…

0

Get real time updates directly on you device, subscribe now.

ବାବୁସାନଙ୍କୁ ଗଞ୍ଜେଇ, ମଦ ଆଦି ନିଶା ଦ୍ରବ୍ୟ ଦିଅନ୍ତି ପ୍ରକୃତି। ନିଜର ଆର୍ଥିକ ଅବସ୍ଥା ପୂରଣ କରିବା ପାଇଁ ବାବୁସାନଙ୍କୁ ଏପରି ନିଶା ଯୋଗାଇଥାଆନ୍ତି। ଫଳରେ ବାବୁସାନ ୨୪ ଘଣ୍ଟା ନିଶା କବଳିତ ହୋଇ ରୁହନ୍ତି। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଏଭଳି ଏକ ସଙ୍ଗୀନ ଅଭିଯୋଗ ବର୍ତ୍ତମାନ ଆଉ ଏକ ଦିଗକୁ ଆଙ୍ଗୁଳି ଉଠାଇଲାଣି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତୃପ୍ତି ଶତପଥୀ ଥାନାରେ ଯାଇ ଅଭିଯୋଗ କରିଛନ୍ତି। ସେଥିରେ ସେ ଓଲିଉଡରେ ଚାଲିଥିବା ନିଶା କାରବାର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଏକ ତଦନ୍ତ ହେଉ ବୋଲି ସେ କହିଛନ୍ତି। ବାବୁସାନଙ୍କ ପତ୍ନୀ ଖାରବେଳନଗର ଥାନାରେ ଏକ ଏଫଆଇଆର ଦେଇଛନ୍ତି ଯେଉଁଥିରେ ଲେଖାହୋଇଛିକି, ଆମ ବୈବାହିକ ଜୀବନ ବହୁତ ଭଲ ଥିଲା ପ୍ରକୃତିଙ୍କ ପ୍ରବେଶ ଫଳରେ ଆମ ବୈବାହିକ ଜୀବନରେ ଅଶାନ୍ତି ହେଲା। ସେ ମୋଠାରୁ କିଛି ବ୍ୟକ୍ତିଗତ କଥା ହାସଲ କରିନେଲେ। କାରଣ ସେ ମୋ ସ୍ବାମୀଙ୍କ ସହ ଘନିଷ୍ଠ ହେବାକୁ ଚାହୁଁଥିଲେ। ସେ ମୋ ଠାରୁ ଏହିସବୁ କଥା ନେଇ ନିଜର ଲକ୍ଷ୍ୟ ହାସଲ କରିନେଲେ। ଏମିତି କିଛି ତାଙ୍କ ଏଫଆଇଆରରେ ଲେଖିଥିଲେ ତୃପ୍ତି।

ଆଉ ଏକ ସଙ୍ଗୀନ ଅଭିଯୋଗ ହେଉଛିକି କୋଭିଡ ଲକଡାଉନରେ ପ୍ରକୃତିଙ୍କ କ୍ୟାରିୟର ମାନ୍ଦା ଥିଲା, ସେବେଠାରୁ ସେ ମୋ ସ୍ବାମୀଙ୍କ ସହ ସମ୍ପର୍କ ଯୋଡିଲେ। ସେ ଏଥିରେ ସଫଳ ଓ ଆର୍ଥିକ ସହଯୋଗ ପାଇଁ ମୋ ସ୍ବାମୀଙ୍କୁ ଗଞ୍ଜେଇ, ମଦ ଆଦି ଯୋଗାଉଥିଲେ। ସବୁବେଳେ ନିଶାରେ ରହି ମୋ ସ୍ବାମୀ ଆଉ ଘରକୁ ଆସୁନଥିଲେ। ମୁଁ ପ୍ରକୃତିଙ୍କ ଖରାପ ଉଦ୍ଦେଶ୍ୟ ଜାଣିବା ପରେ ମୋ ସ୍ବାମୀଙ୍କୁ ମୁଁ ବହୁତ ଥର ବୁଝାଇଛି। ପ୍ରକୃତିଙ୍କ ପରିବାରକୁ ମଧ୍ୟ ଅନେକ ଥର ଜଣାଇଛି। ମୁଁ ଆଉ ମୋ ପରିବାର ବାବୁସାନଙ୍କୁ ସେହି ପରିସ୍ଥିତିରୁ ବାହାର କରିବାକୁ ବହୁତ ଚେଷ୍ଟା କରିଲୁ। କିନ୍ତୁ ପ୍ରକୃତି ଅନେକ ଥର ବାଧା ଦେଇଥିଲେ। ସେ ମୋତେ ଓ ମୋ ସ୍ବାମୀଙ୍କୁ ଭିନ୍ନ ଭିନ୍ନ ପ୍ରକାର ଧମକ ଦେଉଥିଲେ। ନିଜେ ନିଜକୁ କ୍ଷତି ପହଞ୍ଚାଇ ଆତ୍ମହତ୍ୟା କରିବେ ତୃପ୍ତି କହିଛନ୍ତି। ଏଫଆଇଆରରେ ତୃପ୍ତି ଏମିତି ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.