କାଠହଣା ପକ୍ଷୀର ବସାରେ ଲୁଚି ରହିଥିଲା ଏକ ବିଶାଳକାୟ ସାପ । କିନ୍ତୁ ପକ୍ଷୀ ଦେଲା ସାପକୁ ଉଚିତ ଶିକ୍ଷା । ଦେଖଣାହାରୀଙ୍କ ଉଡ଼ିଗଲା ହୋସ,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଦର୍ଶକ ବନ୍ଧୁ କାଠହଣା ପକ୍ଷୀକୁ ଆପଣମାନେ ନିଶ୍ଚିତ ଦେଖିଥିବେ । ଏବଂ ତାହା ଉପରେ ଅନେକ କାହାଣୀ ମଧ୍ୟ ସବୁ ଶୁଣିଥିବେ । ଦେଖିବାକୁ ଗଲେ ଏହି ପକ୍ଷୀଟି ରଙ୍ଗୀନ୍ ଏବଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ମୁଣ୍ଡରେ ଗୋଟେ ତାର ଲାଲ୍ ରଙ୍ଗର ଚୁଳି ଥାଏ ଆଉ ଦେହଟା ତାର ବାଦାମୀ ରଙ୍ଗର ହୋଇଥାଏ । ଆପଣମାନେ ଏହା ମଧ୍ୟ ଦେଖିଥିବେ ଯେ ଏଇ ପକ୍ଷୀଟି ଗଛରେ ସବୁବେଳେ ବସି ଗଛକୁ ଥଣ୍ଟରେ ଖୁମ୍ପୁଥାଏ । ଲମ୍ବା ଓ ଧାରୁଆ ଥଣ୍ଟ ଥିବା କାରଣରୁ ଗଛକୁ ସେ ଅତି ସହଜରେ ଖୁମ୍ବୁର କରି ତା ଭିତରେ ରହିଥାଏ ।

ଦେଖଣାହାରୀ ଭାବି ଥାଆନ୍ତି ଯେ ପକ୍ଷୀଟି ଭାଜନ ଉଦ୍ଦେଶ୍ୟରେ ହିଁ ଗଛ ଖୁମ୍ପି ଖାଇବାକୁ ଚେଷ୍ଟା କରିଥାଏ । କିନ୍ତୁ ନା ଆଜ୍ଞା ଏହି ପକ୍ଷୀଟି କଥା ହାଣି ତାଭିତରେ ଥିବା କୀଟ ପତଙ୍ଗକୁ ଅନ୍ୟ ପକ୍ଷୀ ମାନଙ୍କ ଭଳିଆ ଖାଇଥାଏ । ଆଉ ତା ସହିତ ନିଜର ଘର ଉଦ୍ଦେଶ୍ୟରେ ମଧ୍ୟ ଗଛ କାଠକୁ ଖୋଳି କୋରଡ଼ ବାନାଇଥାଏ । ସେହି ଅନୁସାରେ ତର ନାଆଁ ମଧ୍ୟ ହୋଇଛି ‘କାଠହଣା’ ପକ୍ଷୀ ।

View this post on Instagram

A post shared by @planet_visit

ତେବେ ବନ୍ଧୁଗଣ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ସେହି କାଠହଣା ପକ୍ଷୀର ଏକ ଭିଡ଼ିଓ ଭାଇରାଲ ହେଉଛି । ଯାହାକୁ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି ଏକ ବିରାଟ ବିଷାକ୍ତ ସାପ ଲୁଚିଛପି ସେହି କାଠହଣା ପକ୍ଷୀର ବସା ଭିତରେ ପଶି ସେଠାରେ ଥିବା ତାର ଅଣ୍ଡାକୁ ଚୋରାଇବା ପାଇଁ ଯାଇଥିଲା । କିନ୍ତୁ ଠିକ୍ ସେହି ସମୟରେ କାଠହଣା ପକ୍ଷୀଟି ସେଠାରେ ପହଞ୍ଚି ନିଜ ଅଣ୍ଡାକୁ ବଞ୍ଚାଇବା ପାଇଁ ସାହସିକତା ର ସହ ସାପଟିକୁ ଉଚିତ୍ ଶିକ୍ଷା ଦେଉଛି ।

ସେ କିଭଳି ସାପଟିକୁ ଜୋର୍ ଜୋର୍ ରେ ତାର ଧାରୁଆ ଥୁଣ୍ଟରେ ଖୁମ୍ପୁଛି ଆଉ କ୍ଷତାକ୍ତ କରି ଘାଇଲା କରିଦେବା ପାଇଁ ଚେଷ୍ଟା କରୁଛି ଦେଖିଲେ ଆପଣମାନେ ମଧ୍ୟ ଚକିତ ହୋଇଯିବେ । କିନ୍ତୁ ସେତେବଳେକୁ ସାପଟି ପକ୍ଷୀର ଅନେକ ଅଣ୍ଡାକୁ ଖାଇ ଦେଇଛି । ଆଉ ସାପଟି ପକ୍ଷୀ ଉପରେ ମଧ୍ୟ ପ୍ରତି ଆକ୍ରମଣ କରୁଛି । ପକ୍ଷୀଟି ମଧ୍ୟ ନଡରି ସାପର ସାମ୍ନା କରିବାର ଭିଡ଼ିଓରେ ଦେଖିବାକୁ ମିଳିଛି । ହେଲେ ଶେଷରେ କିଏ ଜିତିଲା ତାହା ଜଣା ପଡିନାହିଁ ।

Leave A Reply

Your email address will not be published.