ପ୍ରକୃତି ଟଙ୍କା ନେଇନି କି ମତେ ବ୍ଲାକମେଲ କରିନି, ଯିଏ ଯାହା କହୁଛନ୍ତି ସବୁ ମିଛ

0

Get real time updates directly on you device, subscribe now.

ପତି, ପତ୍ନୀ ଓ ପ୍ରକୃତିଙ୍କ ମଧ୍ୟରେ ବିବାଦ ହେବାପରେ ଚକଲେଟ ହିରୋ ବାବୁସାନ୍ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବେ ଚେନ୍ନାଇରେ ଅଛନ୍ତି । ଠିକ୍ ଏହି ସମୟରେ ବାବୁସାନଙ୍କ ମା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ କହିବା କଥା ହେଉଛି ଯେ କୋଭିଡ ସମୟରୁ ବାବୁ ବଦଳି ଯାଇଛି । ଆମ ପରିବାରଠାରୁ ଦୂରେଇ ରହୁଛି । ଆମକୁ ଲାଗୁଛି ଯେ ବାବୁକୁ କିଏ ବ୍ଲାକମେଲ କରୁଛି ।

ଆଜ୍ଞା ହଁ, ଏହି ଷ୍ଟାର ପରିବାରଙ୍କ ଯୁଦ୍ଧ ମଧ୍ୟରେ ବ୍ଲାକମେଲ ଗୋଟିଏ ମୁଖ୍ୟ ଅସ୍ତ୍ର ହୋଇଯାଇଛି । ବାବୁସାନଙ୍କୁ ପ୍ରକୃତି ଟଙ୍କା ମାଗୁଥିବା କଥା ତୃପ୍ତି କହିଛନ୍ତି । ଦେଖା ନ କଲେ ଜୀବନ ହାରିଦେବା କଥା ବାରମ୍ବାର ଅପରାଜିତା ମହାନ୍ତି କହିଛନ୍ତି । ଏହାସହିତ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମା ଅପରାଜିତା ମହାନ୍ତି କହିବା କଥା ଯେ ପ୍ରକୃତି ମଧ୍ୟ ମୋ ପୁଅକୁ ବ୍ଲାକମେଲ କରୁଛି । ତାସହ ଅପରାଜିତା ଏହା ମଧ୍ୟ କହିଛନ୍ତି ଯେ ପୁଅ ଯେତେବେଳେ ଘରେ ରୁହେ, ସେତେବେଳେ ତାକୁ କୌଣସି ଝିଅ ବାରମ୍ବାର କଲ୍ କରେ ଏବଂ କଲ୍ ନ ଉଠାଇଲେ ଧମକ ମିଳେ । ଆଉ ସେ ଝିଅ ତା ପାଖକୁ ଜିଦ୍ କରି ଡ଼ାକେ ।

ଆଜ୍ଞା ହଁ, ବାବୁସାନଙ୍କ ମା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି, ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏବଂ ବାବୁସାନଙ୍କ ଭଉଣୀ ତୃପ୍ତି ଏଭଳି କିଛି ଅଭିଯୋଗ ଆଣିଥିଲେ । ଆଉ ଏସବୁ ପରେ ରିଲରେ ସୁପର ମିଛୁଆ ସାଜିଥିବା ବାବୁଶାନ୍ ଘରର ସମସ୍ତ ସଦସ୍ୟମାନଙ୍କୁ ମିଛେଇ ବୋଲି ପ୍ରମାଣିତ କରିଦେଇଛନ୍ତି । ଅର୍ଥାତ୍ ସେ ଗୋଟିଏ ଭିଡିଓ ଛାଡିଛନ୍ତି । ଆଉ ଏ ଭିଡ଼ିଓ ଦେଖିବାପରେ ସମସ୍ତେ କହୁଛନ୍ତି କି ବାବୁଶାନ୍ ତାଙ୍କ ମାଙ୍କୁ ମିଛେ଼ଇ ସଜେଇ ଦେଇଛନ୍ତି । ତାଙ୍କ ସ୍ତ୍ରୀକୁ ମିଛେ଼ଇ ସଜେଇ ଦେଇଛନ୍ତି ଏବଂ ତାଙ୍କ ଭଉଣୀକୁ ମିଛେ଼ଇ ସଜେଇ ଦେଇଛନ୍ତି ।

ଏହାସହିତ ଭିଡ଼ିଓରେ ସେ ବ୍ଲାକମେଲ ଅଭିଯୋଗକୁ ଅତି ଦୃଢତାର ସହ ଖଣ୍ଡନ କରିଛନ୍ତି । ଭିଡିଓ ମାଧ୍ୟମରେ ବାବୁସାନ୍ କହିଛନ୍ତି ଯେ ତାଙ୍କୁ ଆଦୌ କେହି ବି ବ୍ଲାକମେଲ କରୁନାହାନ୍ତି ଏବଂ ପ୍ରକୃତି ତାଙ୍କ ଠାରୁ କେବେବି ଟଙ୍କାଟିଏ ନେଇନାହାନ୍ତି । ସେପଟେ ଏ ଭିଡିଓ ଦେଖିବା ପରେ ବାବୁସାନଙ୍କ ଭଉଣୀ କହିଛନ୍ତି ଯେ ଏବେ ବି ସେ ମୋ ଭାଇକୁ ବ୍ଲାକମେଲ କରୁଛି । ତେବେ ଆଗକୁ ପୋଲିସର ତଦନ୍ତ ହିଁ ବ୍ଲାକମେଲ ପଛର ପ୍ରକୃତ ରହସ୍ୟକୁ ପଦାକୁ ଆଣିବ ।

Leave A Reply

Your email address will not be published.