ଜୁଲାଇ ୨୫ରେ କାହିଁକି ହୋଇଥାଏ ଭାରତର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ? ଜାଣନ୍ତୁ କାରଣ ଓ କେବେଠାରୁ ଏହା ହୋଇଛି ଆରମ୍ଭ ?

0

Get real time updates directly on you device, subscribe now.

ଜୁଲାଇ 25 ତାରିଖ ଦିନ ଭାରତ ପାଇଁ ବହୁତ୍ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ପ୍ରତି ପାଞ୍ଚ ବର୍ଷ ପରେ ଜୁଲାଇ 25 ତାରିଖରେ ଭାରତକୁ ନୂତନ ରାଷ୍ଟ୍ରପତି ମିଳିଥାଏ । ଆଜି ଜୁଲାଇ 25 ତାରିଖରେ ଭାରତର 15 ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି । ସେ ନିଜ ପ୍ରତିଦ୍ବନ୍ଦୀ ଜସବନ୍ତ ସିହ୍ନାଙ୍କୁ ବହୁତ୍ ଭୋଟରେ ହରାଇ ଏହି ବିଜୟ ହାସଲ କରିଛନ୍ତି । ଇତିହାସ ବିଷୟରେ କହିବାକୁ ଗଲେ, ଜୁଲାଇ 25 ତାରିଖ ଦିନ ହିଁ ଅନେକ ମହାପୁରୁଷ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି । ଏପରି ପରିସ୍ଥିତିରେ ଭାରତର ଇତିହାସରେ ଜୁଲାଇ 25 ତାରିଖ ରାଷ୍ଟ୍ରପତି ଶପଥ ସମାରୋହ ପାଇଁ ମଧ୍ୟ ଜଣାଶୁଣା ଅଟେ ।

କାହିଁକି ଜୁଲାଇ 25 ତାରିଖରେ ହୋଇଥାଏ ରାଷ୍ଟ୍ରପତି ଶପଥ ଗ୍ରହଣ ?

ଦେଶର ଷଷ୍ଠ ରାଷ୍ଟ୍ରପତି ନିଲମ୍ ସଞ୍ଜୀବ ରେଡ୍ଡୀ ଜୁଲାଇ 25 ତାରିଖରେ ରାଷ୍ଟ୍ରପତି ପଦର ଶପଥ ନେଇଥିଲେ । ତାପରେ ଯେକୌଣସି ରାଷ୍ଟ୍ରପତିମାନେ ନିଜର କାର୍ଯ୍ୟକାଳ ପୁରା କଲେ, ସେମାନେ ସମସ୍ତେ ଏହି ତାରିଖରେ ରାଷ୍ଟ୍ରପତି ପଦର ଶପଥ ନେଇଥିଲେ । ନିଲମ୍ ସଞ୍ଜୀବ ରେଡ୍ଡୀଙ୍କ ପରଠାରୁ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ 8 ଜଣ ରାଷ୍ଟ୍ରପତି ନିଜର କାର୍ଯ୍ୟକାଳ ପୁରା କରିଛନ୍ତି । ଜୁଲାଇ 24 ତାରିଖରେ ରାମନାଥ କୋବିନ୍ଦଙ୍କର ମଧ୍ୟ କାର୍ଯ୍ୟକାଳ ପୁରା ହୋଇଯାଇଛି ଏବଂ ଆଜି ଜୁଲାଇ 25 ତାରିଖରେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବରେ ଶପଥ ନେବେ ।

ଜାଣନ୍ତୁ କେଉଁ କେଉଁ ରାଷ୍ଟ୍ରପତି ଜୁଲାଇ 25 ତାରିଖରେ ଶପଥ ନେଇଛନ୍ତି :-

ଇନ୍ଦିରା ଗାନ୍ଧୀଙ୍କ ସରକାର ଦେଶରେ ଯେତେବେଳେ ଏମର୍ଜେନ୍ସି ଲଗାଇଥିଲେ, ସେତେବେଳେ ତାପରେ ଯେତେବେଳେ ପ୍ରଥମଥର ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେଲା, ସେତେବେଳେ ପୂର୍ବରେ ଜନତା ପାର୍ଟିର ନେତା ଥିବା ନିଲମ୍ ସଞ୍ଜୀବ ରେଡ୍ଡୀ ଜିତିଥିଲେ । ନିଲମ୍ ସଞ୍ଜୀବ ରେଡ୍ଡୀ ଜୁଲାଇ 25 ତାରିଖ 1977 ମସିହାରେ ରାଷ୍ଟ୍ରପତି ପଦର ଶପଥ ନେଲେ । ତା ପରଠାରୁ ପ୍ରତି ପାଞ୍ଚ ବର୍ଷ ପରେ ଜୁଲାଇ 25 ତାରିଖରେ ଦେଶର ନୂତନ ରାଷ୍ଟ୍ରପତି ଶପଥ ନେଇଚାଲିଲେ । ବର୍ତ୍ତମାନ ସୁଦ୍ଧା ଯେଉଁ ରାଷ୍ଟ୍ରପତିମାନେ ଜୁଲାଇ 25 ତାରିଖରେ ଶପଥ ନେଇଛନ୍ତି, ସେମାନେ ହେଲେ :-

– ନିଲମ୍ ସଞ୍ଜୀବ ରେଡ୍ଡୀ ( ଜୁଲାଇ 25 ତାରିଖ 1977 ରୁ ଜୁଲାଇ 25 ତାରିଖ 1982)
– ଜ୍ଞାନୀ ଜୈଲ ସିଂହ (ଜୁଲାଇ 25 ତାରିଖ 1982 ରୁ ଜୁଲାଇ 25 ତାରିଖ 1987)
– ରାମାସ୍ଵାମୀ ଭେଙ୍କଟରମଣ (ଜୁଲାଇ 25 ତାରିଖ 1987 ରୁ ଜୁଲାଇ 25 ତାରିଖ 1992)
– ଶଙ୍କର ଦୟାଲ ଶର୍ମା ( ଜୁଲାଇ 25 ତାରିଖ 1992 ରୁ ଜୁଲାଇ 25 ତାରିଖ 1997)
– କେଆର ନାରାୟଣନ (ଜୁଲାଇ 25 ତାରିଖ 1997 ରୁ ଜୁଲାଇ 25 ତାରିଖ 2002)
– ଏପିଜେ ଅବଦୁଲ କଲାମ (ଜୁଲାଇ 25 ତାରିଖ 2002 ରୁ ଜୁଲାଇ 25 ତାରିଖ 2007)
– ପ୍ରତିଭା ପାଟିଲ ( ଜୁଲାଇ 25 ତାରିଖ 2007 ରୁ ଜୁଲାଇ 25 ତାରିଖ 2012)
– ପ୍ରଣବ ମୁଖାର୍ଜୀ (ଜୁଲାଇ 25 ତାରିଖ 2012 ରୁ ଜୁଲାଇ 25 ତାରିଖ 2017)
– ରାମନାଥ କୋବିନ୍ଦ (ଜୁଲାଇ 25 ତାରିଖ 2017 ରୁ ଜୁଲାଇ 25 ତାରିଖ 2022) ।

Leave A Reply

Your email address will not be published.