ଏହି ଖେଳାଳି ଏକା ପିଟିଲେ ୪୧୦ ରନ, ସୃଷ୍ଟି କଲେ ଇତିହାସ….

0

Get real time updates directly on you device, subscribe now.

ଗ୍ଲାମରଗନ ବ୍ୟାଟ୍ସମ୍ୟାନ ସାମ ନର୍ଥଇଷ୍ଟ ଇତିହାସ ରଚି ଦେଇଛନ୍ତି। ଏହି ବ୍ୟାଟ୍ସମ୍ୟାନ ଜଣକ କାଉଣ୍ଟି ଚମ୍ପିୟାନସିପ ଡିଭିଜନ-2 ରେ ଲିସେସ୍ଟରଶାୟାରଙ୍କ ବିପକ୍ଷରେ ଖେଳି ଶାନଦାର 410 ରନର ପାଳି ଖେଳିଥିଲେ। ନର୍ଥଇଷ୍ଟ କାଉଣ୍ଟି କ୍ରିକେଟ ଇତିହାସରେ 400 ରନ ଛୁଇଁଥିବା ଚତୁର୍ଥ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ନର୍ଥଇଷ୍ଟଙ୍କ ପୂର୍ବରୁ ବ୍ରାୟନ ଲାରା, ଏସି ମ୍ୟାକଲରେନ ଓ ଗ୍ରିମ ହିକ କାଉଣ୍ଟି କ୍ରିକେଟରେ 400 ରନ ଛୁଇଁ ପାରିଥିଲେ।

32 ବର୍ଷୀୟ ନର୍ଥଇଷ୍ଟ ଛକା ଲଗାଇ ଏହି ଉପଲବ୍ଧି ହାସଲ କଲେ। ନର୍ଥଇଷ୍ଟ 450 ବଲର ସମ୍ମୁଖୀନ ହୋଇ 410 ରନ ବନାଇ ନଟଆଉଟ ରହିଥିଲେ ଓ ତାଙ୍କ ଦଳ 5 ଉଇକେଟ ହରାଇ 795 ରନ ବନାଇ ପାଳି ଘୋଷିତ କରିଥିଲା। ନର୍ଥଇଷ୍ଟ ନିଜ ପାଳିରେ 45 ଚୌକା ଓ 3 ଛକା ଲଗାଇଥିଲେ। ଫାଷ୍ଟ କ୍ଲାସ କ୍ରିକେଟରେ କୌଣସି ବ୍ୟାଟ୍ସମ୍ୟାନଙ୍କର ଏହା ସର୍ବୋଚ୍ଚ ସ୍କୋର ଅଟେ।

ଲାରାଙ୍କ ନାମରେ ସବୁଠାରୁ ବଡ଼ ସ୍କୋର ର ରେକର୍ଡ଼:-

ପ୍ରଥମଶ୍ରେଣୀ କ୍ରିକେଟରେ ଲାରାଙ୍କ ନାମରେ ସବୁଠାରୁ ଅଧିକ ବ୍ୟକ୍ତିଗତ ସ୍କୋର ରହିଛି। ଯିଏକି 1994 ମସିହାରେ ଡ଼ରହମ ବିପକ୍ଷରେ ୱାରଉଇକଶାୟାର ପାଇଁ 501 ରନ ବନାଇଥିଲେ। ଏହାର 10 ବର୍ଷ ପରେ ଲାରା ଇଂଲଣ୍ଡ ବିପକ୍ଷରେ ଟେଷ୍ଟରେ 400 ରନ କରିଥିଲେ ଯାହାକି ଏବେଯାଏଁ ସବୁଠାରୁ ବଡ଼ ରେକର୍ଡ଼ ହୋଇ ରହିଛି।

ଗ୍ଲାମରଗନଙ୍କର ଏହା ସବୁଠାରୁ ବଡ଼ ସ୍କୋର:-

ଗ୍ଲାମରଗନ ର ମଧ୍ୟ ଫାଷ୍ଟ କ୍ଲାସ କ୍ରିକେଟରେ ଏହା ସବୁଠାରୁ ବଡ଼ ସ୍କୋର ଥିଲା। ଏହାପୂର୍ବରୁ ଦଳର ସର୍ବାଧିକ ସ୍କୋର 718 ରନ ଥିଲା। ଷଷ୍ଠ ଉଇକେଟ ପାଇଁ ନର୍ଥଇଷ୍ଟ, କ୍ରିସ କୁକଙ୍କ ସହିତ 461 ରନର ପାର୍ଟନରଶିପ କରିଥିଲେ।

2007 ମସିହାରେ ଫାଷ୍ଟ କ୍ଲାସରେ ପଦାର୍ପଣ କରିଥିବା ନର୍ଥଇଷ୍ଟ 192 ମ୍ୟାଚରେ 27 ଶତକ ଓ 61 ଅର୍ଧଶତକ ସହିତ ପାଖାପାଖି 12,000 ରନ ବନାଇଛନ୍ତି। ଗ୍ଲାମରଗନ ବର୍ତ୍ତମାନ କାଉଣ୍ଟି ଡିଭିଜନ-2 ରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଲିସେସ୍ଟରଶାୟାର ସବୁଠାରୁ ତଳେ ରହିଛି।

Leave A Reply

Your email address will not be published.