ଅନୁଭବଙ୍କ ଠାରୁ ବାବୁଶାନ୍ ଶିଖିଗଲେ କି ରାତି ଅଧରେ ଭିଡିଓ ପୋଷ୍ଟ କରିବା….

0

Get real time updates directly on you device, subscribe now.

ଏବେ ସବୁଠୁ ସେହି ଗୋଟିଏ କଥା ଚାଲିଛି ଯେ ବଡ଼ଭାଇ ଅନୁଭବଙ୍କ ଠାରୁ କଣ ଶିଖିଗଲେ କି ସାନଭାଇ ବାବୁଶାନ୍ । ଆଜ୍ଞା ହଁ, ଯେତେବେଳେ ଅନୁଭବ ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଖବର ଦୁନିଆରେ ଭିଡ ଲାଗିଥିଲା, ଠିକ୍ ସେତିକିବେଳେ ଅଭିନେତା ଓ ସୁପରଷ୍ଟାର ଅନୁଭବ ମହାନ୍ତି ରାତି ଅଧିଆ ଭିଡିଓ ପୋଷ୍ଟ କରୁଥିଲେ ।

ଆଉ ଆଜି ଯେତେବେଳେ ଖବରର ଭିଡ ଭିତରେ ବାବୁଶାନ୍ ଏବଂ ପ୍ରେମିକା ପ୍ରକୃତି ମିଶ୍ର, ଠିକ୍ ସେତିକିବେଳେ ଲୋକେ ଚର୍ଚ୍ଚା କରୁଛନ୍ତି ଯେ ବଡ଼ଭାଇ ଅନୁଭବଙ୍କ ଠାରୁ ଶିଖିଗଲେ କି ବାବୁଶାନ୍ ରାତି ଅଧିଆ ଭିଡିଓ ପୋଷ୍ଟ କରିବା ! ଆଉ କେହି କେହି କହୁଛନ୍ତି ଅନୁଭବଙ୍କର ବାବୁଶାନ୍ ହେଉଛନ୍ତି ଶିଷ୍ୟ । ଆଉ କେହି କେହି କହୁଛନ୍ତି ଅନୁଭବ ଏବଂ ବାବୁଶାନଙ୍କର ଦଣ୍ଡେ ବି ପଡୁ ନଥିଲା ।

ଏହାସହିତ ବାବୁଶାନ୍ ଦାଦାଗିରି ମଞ୍ଚକୁ ଏକ ସୁଯୋଗ ଭାବିଥିଲେ ଏବଂ ସେହି ମଞ୍ଚରୁ କାଳେ ଅନୁଭବଙ୍କୁ ଗୁରୁ କରିଥିଲେ ବାବୁଶାନ୍, ଆଉ ତାଙ୍କ ଚେଲ୍ଲା ପାଲଟି ଯାଇଥିଲେ । ଗୋଟିଏ ଖାତାରେ ନାଁ ଲେଖାଇଥିଲେ । ଚର୍ଚ୍ଚା ଏବେ ଏମିତି ହଉଛି ଯେ ଅନୁଭବ ଯେଉଁ ରାସ୍ତାରେ ଯାଇଥିଲେ, ଏବେ ଶିଷ୍ୟ ବାବୁଶାନ୍ ସମାନ ରାସ୍ତାରେ ଯାଉଛନ୍ତି । ଯେମିତି ରାତି ଅଧରେ ଭିଡିଓ ପୋଷ୍ଟ କରି ଅନୁଭବ ଅନେକ ଗୁଡ଼ିଏ କଥା କହୁଥିଲେ, ଠିକ୍ ସେମିତି ବାବୁଶାନ୍ ମଧ୍ୟ ରାତି ଅଧରେ ଭିଡିଓ ପୋଷ୍ଟ କରିଛନ୍ତି ।

ଆଜ୍ଞା ହଁ, ରାଜଧାନୀର ରାଜରାସ୍ତାରେ ହାଇ ଭୋଲ୍ଟେଜ ଡ୍ରାମା ପରେ ବାବୁଶାନ୍ ରାତି ଅଧରେ ଭିଡିଓ ପୋଷ୍ଟ କରିଛନ୍ତି । ବାବୁଶାନ୍ କହିଛନ୍ତି, ଭାଇରାଲ୍ ଭିଡିଓ ଦେଖିକି ଆପଣମାନେ ଖୁବ୍ ମଜା ନେଉଥିବେ । କିନ୍ତୁ ସେ ଚେନ୍ନାଇ ଯାଇଛନ୍ତି, ଉତ୍କଳ ଦିବସ ପାଳିବା ପାଇଁ । ପ୍ରକୃତି ମିଶ୍ରଙ୍କୁ ମଧ୍ୟ ନିମନ୍ତ୍ରଣ ଥିଲା ଏବଂ ସେ ଚେନ୍ନାଇରେ ଫିଲ୍ମ ପ୍ରମୋସନ ଓ ପ୍ରକୃତିଙ୍କ ସହ ଆଉ ଗୋଟିଏ ନୂଆଁ ଫିଲ୍ମର ଘୋଷଣା କରିବାର ଥିଲା । ହେଲେ ସେ ଜାଣିନଥିଲେ ଯେ ତାଙ୍କ ଘରେ ଏତେ ଅସୁବିଧା ଚାଲିଛି ।

ଯଦି ଏତେ ଅସୁବିଧା ଅଛି, ତେବେ ସେ ଏଣିକି ପ୍ରକୃତୀଙ୍କ ସହ ଫିଲ୍ମ କରିବେ ନାହିଁ । ଏମିତିକି ସେ ଦରକାର୍ ପଡ଼ିଲେ ସେ ଆଉ କୌଣସି ହିରୋଇନଙ୍କ ସହ ଫିଲ୍ମ କରିବେ ନାହିଁ । ଏବେ ଡାହା ବାଳୁଙ୍ଗା କାଳେ ସୁନା ପିଲା ହୋଇଯିବେ । ଘରେ ରହିବେ ଏବଂ ପରିବାର କଥା ମାନିବେ । ତେବେ ଏସବୁ ଭିତରେ ପ୍ରତି ମୁହୂର୍ତ୍ତ ପୂର୍ବଧିତ ନ୍ୟାୟରେ ସମୟ କହିବ କେଉଁ ପାଣି କୁଆଡେ ଯାଉଛି ।

Leave A Reply

Your email address will not be published.