ଇଣ୍ଟରନେଟ୍ ରେ ନିଆଁ ଲଗେଇଲେ ରଣବୀର ସିଂ । ନ୍ୟୁଡ ଫୋଟ ସୁଟ୍ କରି ସମସ୍ତଙ୍କୁ ଚକିତ କରିଦେଲେ । ଏବେ ଚାରିଆଡ଼େ ହଇଚଇ

0

Get real time updates directly on you device, subscribe now.

ରଣବୀର ସିଂଙ୍କୁ କିଏ ବା ନଜାଣେ । ଅଭିନେତା ଭାବେ ରଣବୀର ସିଂ ଜଣେ ଚମତ୍କାର କଳାକାର । ରଣବୀର ସିଂ ନିଜର ଅତରଙ୍ଗୀ ପୋଷାକ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । ତେବେ ସିମ୍ବା ଓ ପଦ୍ମାବତ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରଣବୀର ସିଂ ଏବେ ଏକ ନୂଆ ଅବତାର ରେ ନଜର ଆସିଛନ୍ତି । ଅଭିନେତା ରଣବୀର ସିଂ ବଲିଉଡର ଜଣେ ଜଣାଶୁଣା ଓ ପ୍ରସିଦ୍ଧ ଅଭିନେତା । ସବୁବେଳେ ରଣବୀର ନିଜର ଲୁକ୍ କୁ ନେଇ ଟ୍ରୋଲ୍ ହୋଇଥାନ୍ତି ।

କେବେ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ତ କେବେ କିଛି ମଜାକିୟା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରଣବୀର । ନିଜ ଲୁକ୍‌ ଉପରେ ସବୁବେଳେ ଏକ୍ସପେରିମେଣ୍ଟ କରନ୍ତି ରଣବୀର ସିଂ । ଏଥର ମଧ୍ୟ ସେ ତାଙ୍କର ନୂଆ ହେୟାର ଷ୍ଟାଇଲର ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ଆଗରୁ ରଣବୀର ଭିନ୍ନ ଭିନ୍ନ ଲୁକରେ ନଜର ଆସିଥିବା ବେଳେ ଏବେକାର ଲୁକ୍ ପୁରା ଅଲଗା ଦେଖା ଯାଉଛନ୍ତି

ତେବେ ନିକଟରେ ରଣବୀର ସିଂ ତୁର୍କୀ କାର୍ପେଟରେ ଏକ ପେପର୍ ମ୍ୟାଗାଜିନ୍‌ ପାଇଁ ବିଭିନ୍ନ ପୋଜ ରେ ନ୍ୟୁଡ୍‌ ଫଟୋସୁଟ୍‌ କରିଛନ୍ତି । କିଛି ଫୋଟ ଶୋଇକି ଉଠାଇଥିବା ବେଳେ ଆଉ କିଛି ଫୋଟ ବସିକି ଉଠାଇଛନ୍ତି । ବନ୍ଧୁଗଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ ହେବନାହିଁ । ତେବେ ସମସ୍ତଙ୍କ ସାମ୍ନାରେ ସବୁକିଛି ଭୁଲି ଯାଇ ଟ୍ରୋଲ କୁ ଖାତିର ନକରି ବିନା ପୋଷାକରେ ନିଜର ନ୍ୟୁଡ୍‌ ଫଟୋ ସୁଟ କରି ସୋସିଆଲ ମିଡ଼ିଆରେ ସେୟାର କରି ନିଆଁ ଲଗାଇ ଦେଇଛନ୍ତି ରଣବୀର ସିଂ ।

ରଣବୀରଙ୍କ ଏହି ଫଟୋ ପୋଜ୍ ବର୍ଟ ରେନୋଲ୍ଡସ୍‌ଙ୍କ ଦ୍ୱାରା ଅନୁପ୍ରାଣିତ । ତେବେ ଏକ ସାକ୍ଷାତକାରରେ ବାଇଟ ଦେଇ ରଣବୀର ନିଜ ମନର କଥା କହିଛନ୍ତି ଯେ ତାଙ୍କୁ ଉଲଘ୍ନ ହେବାରେ କୋୖଣସି ଆପତ୍ତି ନାହିଁ । ବହୁତ ଗୁଡ଼ିଏ ଫିଲ୍ମରେ ମଧ୍ୟ ସେ ବିନା ପୋଷାକରେ ପରଦା ସାମ୍ନାକୁ ଆସିଛନ୍ତି । ତେବେ ସୂଚନାଯୋଗ୍ୟ ରଣବୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ରୋହିତ ଶେଟ୍ଟୀଙ୍କ ସହ ‘ସର୍କସ’ । ଯେଉଁଥିରେ ସେ ଜ୍ୟାକଲିନ୍ ଓ ପୂଜା ହେଗଡେ ସହ ନଜର ଆସିବେ ।

Leave A Reply

Your email address will not be published.