ସାପକୁ‌ ଦାନ୍ତରେ କାମୁଡ଼ିଲେ ,ବେକରେ ଗୁଡ଼େଇଲେ ,କିଏ ଏହି ଲୋକମାନେ ? ଜୀବନରେ କେବେ ବି ଏମିତି ଅଦ୍ଭୁତ ମେଳା ଦେଖି ନଥିବେ !

0

Get real time updates directly on you device, subscribe now.

ବିହାରର ସମସ୍ତିପୁରରେ ନାଗପଞ୍ଚମୀ ଦିନ ସବୁବର୍ଷ ସାପଙ୍କ ଅଦ୍ଭୁତ ମେଳା ଲାଗେ|ଏହି ଅଦ୍ଭୁତ ମେଳା ଦେଖିବାକୁ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଦେଖିବାକୁ ଆସନ୍ତି|ଏଭଳି ମାନ୍ୟତା ରହିଛି ଏଠାରେ ମନୋସ୍କାମନା ପୁରଣ ହୋଇଥାଏ|

ପୂର୍ବରୁ ତିନିଶହ ବର୍ଷ ଧରି ପରମ୍ପରାଗତ ଭାବେ ସାପ ମେଳାର ଆୟୋଜନ ହେଉଛି|ସମସ୍ତିପୁର ଜିଲ୍ଲାର ସିଙ୍ଘିଆରେ ନାଗ ପଞ୍ଚମୀ ଦିନ ଏହି ଅଦ୍ଭୁତ ସାପର ମେଳା ଲାଗେ|

ଏହି ମେଳାରେ ନଦୀରୁ ଶହଶହ ସଂଖ୍ୟାରେ ଭାଗୁଥିବା ସାପକୁ ବୁଡି ବାହାର କରନ୍ତି|ଏହି ମେଳାକୁ ଦେଖିବାକୁ ଦେଶ ବିଦେଶରୁ ଓ ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଆସନ୍ତି|ଏହି ମେଳାର ଇତିହାସ ପାଖାପାଖି ୩୦୦ ବର୍ଷ ପୁରୁଣା ଅଟେ|

ହଜାର ହଜାର ସଂଖ୍ୟାରେ ଲୋକମାନେ ପ୍ରତିବର୍ଷ ଏହି ମେଳା ଦେଖିବାକୁ ଆସନ୍ତି|ନଦୀରେ ବୁଡି ବିଭିନ୍ନ ପ୍ରକାରର ସାପକୁ ଧରନ୍ତି ଓ ଲୋକମାନେ ତାଳି ମାରି ତାଙ୍କ ଉତ୍ସାହ ବଢାଇଥାନ୍ତି|

ଦୈଡୁଥିବା ସାପକୁ ନଦୀରେ ବୁଡି ହାତ ଓ ମୁହଁରେ ଧରି ବାହାର କରାଯାଏ ଯାହାକୁ ଦେଖି ଲୋକେ ଆଚମ୍ବିତ ହୋଇଥାନ୍ତି|

ମେଳାର ଆରମ୍ଭରେ ଭଗତ ସିଙ୍ଘିଆ ବଜାର ସ୍ଥିତ ମା ଭଗବତୀଙ୍କ ମନ୍ଦିରରୁ ପୂଜା ଅର୍ଚ୍ଚନା କରି ଢୋଲ ଓ ବାଦ୍ୟ ସହ ଗଣ୍ଡକ ନଦୀ ପହଞ୍ଚି ଥାନ୍ତି,ନଦୀରେ ପୂଜା ଅର୍ଚ୍ଚନା କରି ପାଣିରେ ବୁଡି ଆରମ୍ଭ ହୁଏ ସାପ ଧରିବା ପରମ୍ପରା|

ଏହିଭଳି ଭାବେ ନଦୀରୁ ଅଜବଗଜଵ ତରିକାରେ ସାପ ବାହାର କରୁଥିବା ମେଳା ଦେଖିବାକୁ ବିଭିନ୍ନ ପ୍ରକାରର ଅନୁମାନ ଲଗାଇ ଥାନ୍ତି , କିଛି ଲୋକ ଏହାକୁ ଚମତ୍କାର କହିବା ସହ ହାତ ଯୋଡି ପ୍ରଣାମ କରନ୍ତି|ଲୋକଙ୍କ କହିବାନୁଯାୟୀ ଏହି ଦିନ ମାଗା ଯାଇଥିବା କଥା ସତ୍ୟ ହୁଏ|

ଏହି ମେଳାରେ ଭାଇ ନେଉଥିବା ବ୍ୟକ୍ତିଙ୍କ କହିବାନୁଯାୟୀ ସିଦ୍ଧ ପୂରା ହେଲେ ବାହାର କରାଯାଇଥିବା ସାପକୁ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଥାଏ|

ଏହି ଅଦ୍ଭୁତ ସାପ ମେଳା ଅନ୍ୟ ଜାଗାରେ ଦେଖିବାକୁ ମିଳେନାହିଁ|ଏଥିପାଇଁ ଏହାର ଅଲଗା ଏକ ମହତ୍ୱ ରହିଛି|ଲୋକଙ୍କ ମାନ୍ୟତା ଯେ ସମସ୍ତିପୁର ଭଳି ସାପ ମେଳାର ଆୟୋଜନ ପୂରା ଭାରତରେ କେଉଁଠି ବି ଦେଖିବାକୁ ମିଳେ ନାହିଁ|

Leave A Reply

Your email address will not be published.