ସାଙ୍ଗମାନଙ୍କ ସହିତ ଗାଧୋଉଥିବା ସମୟରେ ଟାଣିନେଲା ପ୍ରଖର ସୁଅ, ନଦୀରେ ଭାସୁଛି ମୃତ ଶରୀର, ଆଉ ଫେରିବେନି ଅନୁପମ

0

Get real time updates directly on you device, subscribe now.

ମୃତ୍ୟୁ କେତେବେଳେଯେ ଆସିବ ତାକୁ କିଏ ବା କହିବ। ଆଉ ମୃତ୍ୟୁ ଯେତେବେଳେ ଆସେ ଧୀରେ ଧୀରେ ଆସେ। ତାକୁ କେହିବି ଜାଣିପାରନ୍ତି ନାହିଁ। ଯଦି ମୃତ୍ୟୁ ଆସିବାଟା ସବୁ ଜାଣିପାରିଥାନ୍ତେ ହୁଏତ ଆଜି ଏମିତି ହୋଇନଥାନ୍ତା। ଆଉ ବଞ୍ଚି ଯାଇଥାନ୍ତା ଗୋଟିଏ ନିରୀହ ଜୀବନ। ଆଉ ହସଖୁସିରେ ସାଙ୍ଗମାନଙ୍କ ସହିତ ଘରକୁ ଫେରିଥାନ୍ତେ ଅନୁପମ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ସାଙ୍ଗ ହୋଇ ଆସିଥିଲେ ସମସ୍ତେ ବୁଲିବାକୁ ସତ କିନ୍ତୁ ପାଣି ଭିତରେ ରହିଗଲା ଅନୁପମ। ଆଜି ସକାଳୁ ଅନୁପମ ମିଳିଛନ୍ତି, କିନ୍ତୁ ମୃତ ଅବସ୍ଥାରେ।

ବାରିପଦା ଉପଖଣ୍ଡ ବାଲିଡ଼ିହା ଗ୍ରାମରେ ଏହିପରି ଘଟଣା ଘଟିଛି। ଅନୁପମ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ବୁଲିବାକୁ ଆସିଥିଲେ, କିନ୍ତୁ ସୁଅର ସ୍ରୋତ ଏତେ ପ୍ରଖର ଥିଲାଯେ ତାଙ୍କୁ ଟାଣି ନେଇଥିଲା। ତାଙ୍କର ମୃତ ଦେହ ଆଜି ସକାଳୁ ମିଳିଛି। ଛାତ୍ର ଜଣକ ବାରିପଦା ଆଇଟିଆଇ ବୈଶିୟିକ କେନ୍ଦ୍ରରେ ପାଠ ପଢୁଥିଲେ। ଛାତ୍ରାବାସରୁ ୪ଜଣ ସାଙ୍ଗଙ୍କ ସହିତ ବାଲିଡିହା ଡ୍ୟାମ ବୁଲିବାକୁ ଯାଇଥିଲେ। ଗାଧୋଇବା ସମୟରେ ଜଳସ୍ରୋତ ଅଧିକ ଥିବାରୁ ଛାତ୍ର ଜଣକ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗରେ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ବହୁତ ଖୋଜିବା ପରେ ମଧ୍ୟ ପିଲାଟିର କୌଣସି ସନ୍ଧାନ ପାଇନଥିଲେ।

ଅଗ୍ନିଶମ ବିଭାଗର ବୁଡାଳୀମାନେ ଅନେକ ଖୋଜିବା ପରେ ପିଲାଟିର ମର ଶରୀରକୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ ତାଙ୍କୁ ରକ୍ଷା କରି ଆଣୁଥିବା ସମୟର ଦୃଶ୍ୟକୁ ଯିଏବି ଦେଖିବ ସେ ଦୁଃଖରେ ଭାଙ୍ଗିପଡିବ। କିଏବା ଜାଣିଥିଲା ହସଖୁସିରେ ଆସିଥିବା ପିଲାଟି ଆଜି ଏମିତି ଅବସ୍ଥାରେ ମିଳିବ। ଅନୁପମର ମୃତ୍ୟୁକୁ ଘର ଲୋକ ମଧ୍ୟ ବିଶ୍ଵାସ କରିପାରୁନାହାନ୍ତି। ଏହାକୁ ଏହି କଥାକୁ କେମିତି ବା ବିଶ୍ଵାସ କରିବେ। ଅନୁପମର ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.