ନଦୀକୁ ଖସିଲା ଯାତ୍ରୀବାହୀ ବସ.. ଗଲା ୧୨ ଯାତ୍ରୀଙ୍କ ଜୀବନ, ବସରେ ଥିଲେ ୫୫ ଯାତ୍ରୀ

0

Get real time updates directly on you device, subscribe now.

ଅନେକ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ ନର୍ମଦା ନଦୀର ଗର୍ଭକୁ ଖସି ପଡ଼ିଛି। ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ହେଉଥିବା ନର୍ମଦା ନଦୀକୁ ଏକ ଯାତ୍ରୀବାହୀ ବସଟି ଖସି ପଡ଼ିଥିଲା। ଉକ୍ତ ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିଲା। ଏହି ଖବର ପାଇବା ପରେ ସଙ୍ଗେ ସଙ୍ଗେ ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ରେସକ୍ୟୁ ଅପରେସନକୁ ଆରମ୍ଭ କରିଥିଲେ।

ଏହି ଯାତ୍ରୀବାହୀ ବସରେ ପାଖାପାଖି ସମସ୍ତ ଯାତ୍ରୀ ନିଜର ପ୍ରାଣ ହରାଇଛନ୍ତି ବୋଲି ଆଶଙ୍କା କରାଯାଉଛି। ନଦୀ ଗର୍ଭରୁ ୧୨ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବିଷୟରେ ଖରଗୋନ ଏସପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଧାମନୋଦ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଏକ ଏନଡିଆରଏଫ ଦଳକୁ ନିୟୋଜିତ କରାଯାଇଛି।

ଏହି ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜାଣିବା ପରେ ସେ ଘଟଣାସ୍ଥଳକୁ ଏକ ଏସଡିଆରଏଫ ଟିମକୁ ପଠାଇବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖପ୍ରକାଶ କରିଛନ୍ତି। ପ୍ରଥମେ ବସଟି ଖଲଘଟ ବ୍ରିଜ ସହିତ ଧକ୍କା ହୋଇଥିଲା ଓ ତାପରେ ଭାରସାମ୍ୟ ହରାଇ ୧୦୦ ଫୁଟ ଗଭୀର ନର୍ମଦା ନଦୀର ଗର୍ଭକୁ ଖସି ପଡ଼ିଥିଲା। ତାପରେ ତଳେ ଥିବା ଚଟାଣରେ ବସଟି ମାଡ ହୋଇ ଓଲଟି ପଡ଼ିଥିଲା। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.