Electricity Bill Saving Tips: ଖରାଦିନେ AC ର ବିକ୍ରି ବହୁତ୍ ବଢିଯାଏ । ଗତ ଅନେକ ବର୍ଷ ମଧ୍ୟରେ ଗରମ ମଧ୍ୟ ରେକର୍ଡ ଭାଙ୍ଗିଛି । ଏପରି ପରିସ୍ଥିତିରେ ଲୋକମାନେ AC ବହୁତ କିଣୁଛନ୍ତି । କିଛି ବର୍ଷ ପୂର୍ବରୁ ଲୋକମାନେ ଇନଭର୍ଟର AC ବିଷୟରେ ଜାଣିନଥିଲେ । କିନ୍ତୁ ବର୍ତ୍ତମାନ ଇନଭର୍ଟର AC ହିଁ ଲୋକଙ୍କ ପ୍ରଥମ ପସନ୍ଦ ପାଲଟି ଯାଇଛି । କାରଣ ଇନଭର୍ଟର AC ବିଦ୍ୟୁତ୍ କମ୍ ଗ୍ରହଣ କରେ, ଯାହାଦ୍ଵାରା ପକେଟ୍ ଉପରେ ମଧ୍ୟ କମ୍ ବୋଝ ରହେ । ବର୍ତ୍ତମାନ୍ ଦେଖିବାର ଅଛି ଯେ ସତରେ କଣ୍ ସତରେ ଇନଭର୍ଟର AC ବିଦ୍ୟୁତ୍ କମ୍ ଗ୍ରହଣ କରିବାରେ ସଫଳ ଅଟେ ? ଆସନ୍ତୁ ଆପଣଙ୍କୁ କହିବା ଏହା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ।
Inverter ଏବଂ Non-Inverter AC :-
Inverter ଏବଂ Non-Inverter AC କୁ ନେଇ ଅଧିକାଂଶ ଲୋକ ଏହା ଜାଣନ୍ତି ଯେ ଉଭୟ ମଧ୍ୟରେ ଗୋଟିଏ ବିଦ୍ୟୁତ୍ କମ୍ ଗ୍ରହଣ କରେ ଏବଂ ଅନ୍ୟଟି ବିଦ୍ୟୁତ୍ ଅଧିକ ଗ୍ରହଣ କରିଥାଏ । ଇନଭର୍ଟର AC ଗ୍ରାହକଙ୍କୁ ଅଧିକ ଆକର୍ଷଣ କରେ, କାରଣ ଏହା ବିଷୟରେ କୁହାଯାଏ ଯେ ଏହା କମ୍ ବିଦ୍ୟୁତ୍ ଗ୍ରହଣ କରେ । ଆସନ୍ତୁ ଆପଣଙ୍କୁ କହିବା କେଉଁ AC ସବୁଠାରୁ ବେଷ୍ଟ ଅଟେ ।
Inverter ଏବଂ Non-Inverter AC ମଧ୍ୟରେ କେଉଁଟି ଭଲ :-
Non-Inverter AC ବିଷୟରେ କହିବାକୁ ଗଲେ ଏହି ଏସିରେ କଂପ୍ରେଶର ମୋଟର ବନ୍ଦ୍ ଥାଏ, ତାପରେ କିଛି ସମୟ ପରେ ଆରମ୍ଭ ହୁଏ । ଏହାକୁ AC ର ବ୍ଲୋବର୍ ମଧ୍ୟ କୁହାଯାଏ ଅର୍ଥାତ୍ ଆଉଟଡୋର ୟୁନିଟ କିଛି ସମୟ ପରେ ବନ୍ଦ ହୋଇଥାଏ ଏବଂ ତାପରେ କିଛି ସମୟ ପରେ ନିଜେ ନିଜେ ଷ୍ଟାର୍ଟ ହୋଇଥାଏ । ବର୍ତ୍ତମାନ ବିଦ୍ୟୁତ୍ ଗ୍ରହଣ ବିଷୟରେ କହିବା । ତେବେ Non-Inverter AC ଅଧିକ ବିଦ୍ୟୁତ୍ ଗ୍ରହଣ କରିଥାଏ ଏବଂ Inverter AC ବହୁତ କମ ବିଦ୍ୟୁତ୍ ଗ୍ରହଣ କରେ ।
ଦୁଇଟି ମଧ୍ୟରେ ପାର୍ଥକ୍ୟ କଣ ରହିଛି ?
Inverter AC ର Outdoor ୟୁନିଟରେ PCB ଆଟାଚ ହୋଇଥାଏ । ଏହା କମ୍ପ୍ରେସର୍ ମୋଟରକୁ ସବୁବେଳେ ଚାଲୁ ରଖେ । କମ୍ପ୍ରେ ସର୍ ମୋଟରର ଏଫିସିଏନ୍ସିକୁ କମ୍ ଅଧିକ କରିଥାଏ । ଏପରି ପରିସ୍ଥିତିରେ AC ବିଲକୁଲ ବନ୍ଦ ହୁଏନାହିଁ ଏବଂ ଆଉଟଡୋର ୟୁନିଟ ସବୁବେଳେ ଚାଲିଥାଏ । ଏହି କାରଣରୁ ଏହା ବିଦ୍ୟୁତ୍ କମ ଗ୍ରହଣ କରେ । କାରଣ କମ୍ପ୍ରେସର୍ ବନ୍ଦ ହେବା ଏବଂ ତାପରେ ପୁଣି ଚାଲୁ ହେବାରେ ବିଦ୍ୟୁତ୍ ଗ୍ରହଣ ଅଧିକ ହୋଇଥାଏ ।