4ଟି ହାତ ଏବଂ 4ଟି ଗୋଡ଼ ଥିବା ପିଲାର ହେଲା ଜନ୍ମ, ଦେଖିବାପାଇଁ ଲାଗିଲା ଲୋକଙ୍କ ଭିଡ, ଭଗବାନଙ୍କ ଅବତାର ବୋଲି କହୁଛନ୍ତି ଲୋକେ

0

Get real time updates directly on you device, subscribe now.

ପ୍ରାୟତଃ ଏମିତି କିଛି ମାମ-ଲା ସାମ୍ନାକୁ ଆସେ, ଯେଉଁଥିରେ ପିଲା ଜନ୍ମ ହେଲେ ଖୁସି ବଦଳରେ ବାପାମାଆ ବହୁତ୍ ଚିନ୍ତିତ ଏବଂ ଦୁଃଖି ହୋଇଯାନ୍ତି । କାରଣ ତାଙ୍କ ସନ୍ତାନ ବହୁତ୍ ବିରଳ ହୋଇଥାଏ । ବର୍ତ୍ତମାନ ଏହିପରି ଗୋଟିଏ ମାମ-ଲା ଉତ୍ତରପ୍ରଦେଶରୁ ଆସିଛି, ଯେଉଁଠାରେ ଜଣେ ମହିଳା ଏମିତି ଗୋଟିଏ ବିଚିତ୍ର ଶିଶୁକୁ ଜନ୍ମ ଦେଇଛନ୍ତି, ଯିଏ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି ।

4ଟି ହାତ ଏବଂ 4ଟି ଗୋଡ଼ ଥିବା ପିଲାର ହେଲା ଜନ୍ମ :-

ବାସ୍ତବରେ ଏହି ମାମ-ଲା ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଠାରେ ଅବସ୍ଥିତ ଶାହାବାଦ କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଜଣେ ମହିଳା ଚାରି ଗୋଡ଼ ଏବଂ ଚାରି ହାତ ଥିବା ଶିଶୁକୁ ଜନ୍ମ ଦେଇଛନ୍ତି । ଜନ୍ମ ହେବା ମାତ୍ରେ ହିଁ ଶିଶୁଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି । ଏପରି କୁହାଯାଉଛି ଯେ ଗତ ସପ୍ତାହରେ ହିଁ ଏହି ପିଲାଟିର ଜନ୍ମ ହୋଇଥିଲା । ପିଲାର ଓଜନ ଜନ୍ମ ସମୟରେ 3 କେଜି ଥିଲା ।

ପିଲାଟି ଜନ୍ମ ହେବା ପରେ ତାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଗଲା । ଏହି ପିଲାଟିକୁ ଦେଖିବାପାଇଁ ଲୋକଙ୍କର ବହୁତ୍ ଭିଡ ହେଲା । ଯିଏ ବି ଏହି ପିଲା ବିଷୟରେ ଜାଣୁଛି, ସେ ଲୋକ ଏହାକୁ ‘ ପ୍ରକୃତିର ଚମତ୍କାର” ବୋଲି କହୁଛି । ସେହିପରି କିଛି ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ ପିଲାଟିକୁ “ଭଗବାନଙ୍କ ପୁନର୍ଜନ୍ମ” ସହିତ ମଧ୍ୟ ତୁଳନା କରୁଛନ୍ତି ।

ଜୁଲାଇ 2 ତାରିଖରେ ଜନ୍ମ ହୋଇଥିଲା ଏହି ପିଲା :-

ଆପଣଙ୍କୁ କହିରଖୁଛୁ ଯେ ଜୁଲାଇ 2 ତାରିଖରେ ଏହି ପିଲାର ଜନ୍ମ ହୋଇଥିଲା । ଏହି ପିଲାଟିର ମା କରିନାଙ୍କୁ ଜୁଲାଇ 2 ତାରିଖରେ ହିଁ ଲେଭର ପେନ ଆରମ୍ଭ ହୋଇଥିଲା, ଯାହା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ଏହି ପିଲାଟି ଯେଉଁ ଅବସ୍ଥାରେ ଜନ୍ମ ହୋଇଥିଲା, ତାକୁ ଶୁଣି ଆଖପାଖର ଲୋକମାନେ ତାକୁ ଦେଖିବାପାଇଁ ହସ୍ପିଟାଲକୁ ଆସିବାକୁ ଲାଗିଲେ ।

ଶିଶୁର ଏହି ଜନ୍ମ ବିଷୟରେ ସୂଚନା ଆଖପାଖ ଅଞ୍ଚଳରେ ନି-ଆଁ ପରି ବ୍ୟାପିଗଲା ଏବଂ ବହୁ ସଂଖ୍ୟାରେ ଲୋକ ଏକାଠି ହେଲେ । ପରେ ଶିଶୁଟିକୁ ଶାହାବାଦରୁ ହରଦୋଇ ଏବଂ ତାପରେ ଲକ୍ଷ୍ନୌ ରେ-ଫର୍ କରିଦିଆଗଲା ।

ଯାଆଁଳା ପିଲା ମାମ-ଲା :-

ସେହିପରି ଡାକ୍ତର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ଯା-ଆଁଳା ଶିଶୁ ହେବ ବୋଲି ସମ୍ଭାବନା ଥିଲା । ମେଡିକାଲ ଅଫିସର ଡକ୍ଟର ରମେଶ ବାବୁ କହିଛନ୍ତି ଯେ ଏହା ଯାଆଁଳା ଶିଶୁ ମାମ-ଲା ଅଟେ ଏବଂ ଏହି ପିଲାର ପେଟରେ ଆଉ ଗୋଟିଏ ଶିଶୁର ଅଙ୍ଗପ୍ରତ୍ୟେଙ୍ଗ ଲାଗିଥିବା ପରି ଲାଗୁଛି, କିନ୍ତୁ ଏହା ସମ୍ପୂର୍ଣ ଭାବେ ବିକଶିତ ହୋଇପାରି ନାହିଁ, ଯେଉଁ କାରଣରୁ ଏହି ଶିଶୁଟି ଅତିରିକ୍ତ ଅଙ୍ଗ ସହିତ ଜନ୍ମ ହୋଇଛି ।

Leave A Reply

Your email address will not be published.