ଯଦି ଆପଣଙ୍କ ପାଖରେ ଅଛି ଏହିସବୁ ନୋଟ ତାହେଲେ ହୋଇଯାଆନ୍ତୁ ସାବଧାନ, ଆଉଅ କାମ କରିବନାହିଁ ଏହିସବୁ ନୋଟ

0

Get real time updates directly on you device, subscribe now.

ନୋଟ ଗୁଡ଼ିକୁ ନେଇ RBI ବହୁତ ବଡ଼ ନିଷ୍ପତ୍ତି ନେଇଛି। ସାଧାରଣତଃ କିଛିଲୋକେ ଫଟା ଓ ନଷ୍ଟ ହୋଇଥିବା ନୋଟ ଗୁଡ଼ିକୁ ଚଳାଇବା ପାଇଁ ଚେଷ୍ଟା କରିଥାନ୍ତି। ଏବେ ଆରବିଆଇର ନୂଆ ନିୟମ ପରେ ନୋଟ ଗୁଡ଼ିକର ଫିଟନେସ ଚେକ କରାଯାଉଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦେଶର ସମଗ୍ର ବ୍ୟାଙ୍କକୁ ଆଦେଶ ଦେଇଛନ୍ତି କି, ନୋଟ ମେସିନ ବଦଳରେ ଏହାର ଫିଟନେସ ମେସିନ ବ୍ୟବହାର କରିବା ଉଚିତ। ଆରବିଆଇର ଏହି ନିଷ୍ପତ୍ତି ଅନୁସାରେ ଏବେ ପ୍ରତ୍ୟେକ ତିନିମାସରେ ନୋଟ ଗୁଡ଼ିକର ଫିଟନେସ ଚେକ କରାଯିବ। ଏଥିରେ ଆପଣଙ୍କ ପକେଟରେ ଥିବା ନୋଟ ଗୁଡ଼ିକ ଫିଟ କିମ୍ବା ଅନଫିଟ ଏହାକୁ ଚେକ କରିବାପାଇଁ ଆରବିଆଇ ଏହି 11ଟି ମାନକ ତୟ କରିଛି।

ଅନଫିଟ ନୋଟ କଣ?:-

RBI ଅନୁସାରେ ସଫା ସୁତୁରା ନୋଟ ଗୁଡ଼ିକୁ ରିସାଇକେଲ କରିବାରେ କୌଣସି ସମସ୍ୟା ହୁଏନାହିଁ। କିନ୍ତୁ କିଛି ନୋଟ ଗୁଡ଼ିକ ରିସାଇକେଲ କରିବା ସମୟରେ ସମ୍ଭବ ହୋଇନଥାଏ, ଯାହାଦ୍ୱାରା ଆରବିଆଇ ଏହି ନିଷ୍ପତ୍ତି ନେଇଛି କି, ଏହି 11ଟି ମାନକ ଦ୍ୱାରା ଫିଟ କିମ୍ବା ଅନଫିଟ ନୋଟ ତୟ କରାଯାଇ ପାରିବ।

-ନୋଟଗୁଡିକ ଯାହା ଅତ୍ୟଧିକ ମଇଳା ଏବଂ ସେଥିରେ ବହୁ ଧୂଳି ଥିବା ଦେଖାଯାଏ, ତେବେ ଏହି ପରିସ୍ଥିତିରେ ସେହି ନୋଟ୍ ଗୁଡିକ ଅନଫିଟ ବୋଲି ବଛାଯିବ।

– ଯେତେବେଳେ ନୋଟ ବଜାରରେ ବହୁତ ସମୟ ପର୍ଯ୍ୟନ୍ତ ରୁହେ ଓ ଏହା ପକେଟରୁ ପକେଟକୁ ସ୍ଥାନାନ୍ତରିତ ହୁଏ ସେତେବେଳେ ଏହା ବହୁତ ନଷ୍ଟ ହୋଇଯାଏ। ନଷ୍ଟ ନୋଟଗୁଡିକ ଅନୁପଯୁକ୍ତ ବୋଲି ବିବେଚନା କରାଯିବ, ଯେତେବେଳେ ଖଣ୍ଡିଆ ନୋଟ ଗୁଡିକ ଫିଟ ବର୍ଗରେ ଅନ୍ତର୍ଭୂକ୍ତ ହେବ।

– ଧାର କିମ୍ବା ମଝିଭାଗରୁ ଚିରିଥିବା ନୋଟଗୁଡିକ ଅନୁପଯୁକ୍ତ ବୋଲି ଧରି ନିଆଯିବ।

– ଯଦି ନୋଟରେ ତିଆରି ଡ଼ଗ ଇୟର ର ଅଞ୍ଚଳ 100 ବର୍ଗ ମିଲିମିଟରରୁ ଅଧିକ ତେବେ ଏହା ଅନୁପଯୁକ୍ତ ବୋଲି ଧରାଯିବ।

– ନୋଟ ଯେଉଁଥିରେ 8 ବର୍ଗ ମିଲିମିଟରରୁ ଅଧିକ କଣା ଅଛି, ତାହା ଅନଫିଟ ନୋଟ ବୋଲି ଧରି ନିଆଯିବ।

– ନୋଟରେ କୌଣସି ପ୍ରକାରର ଗ୍ରାଫିକ୍ସ ଡିଜାଇନ ବଦଳି ଥିଲେ ଏହାକୁ ଅନଫିଟ ବା ଅନୁପଯୁକ୍ତ ମାନାଯିବ।

– ଯଦି ନୋଟ ଉପରେ କୌଣସି ଦାଗ, ପେନ କାଳି ଲାଗିଥାଏ ତେବେ ଏହା ଏକ ଅନଫିଟ ନୋଟ ଅଟେ।

– ଫଟା ନୋଟରେ କୌଣସି ପ୍ରକାରର ଟେପ କିମ୍ବା ଅଠା ଲାଗିଥିଲେ ଏହାକୁ ଅନଫିଟ ମାନାଯିବ।

– ନୋଟର ରଙ୍ଗ ଉଡ଼ିଗଲେ ଏହାକୁ ଅନଫିଟ ମାନି ନିଆଯାଇଥାଏ।

– ନୋଟରେ କିଛି ଲେଖା ହୋଇଥିଲେ କିମ୍ବା ଚିତ୍ର ହୋଇଥିଲେ ଏହାକୁ ଅନଫିଟ ଲିଷ୍ଟରେ ସାମିଲ କରାଯାଇଥାଏ।

ଅନଫିଟ ନୋଟ ଗୁଡ଼ିକରେ ମେସିନର ବ୍ୟବହାର କଣ ରହିବ?;-

ଜଣାଇଦେଉଛୁ କି, ଆରବିଆଇ ଅନଫିଟ ନୋଟ ଗୁଡ଼ିକୁ ଚିହ୍ନିବା ପାଇଁ ନିଜର ମେସିନକୁ ଅପଡେଟ କରାଉଛି। ମେସିନ ଏହି ନୋଟକୁ ଚିହ୍ନି ଏହାକୁ ମାର୍କେଟରୁ ବାହାର କରିଦେବ। ଏହି ମେସିନ ଅନଫିଟ ନୋଟ ଗୁଡ଼ିକୁ ଚିହ୍ନିପାରିବ। ଆରବିଆଇ ସମସ୍ତ ବ୍ୟାଙ୍କକୁ ନୋଟିସ ପଠାଇଛନ୍ତି କି, ଏହାକୁ ସଠିକ ଭାବରେ ବ୍ୟବହାର କରାଯାଇ ଗମ୍ଭୀରତାର ସହିତ ଯାଞ୍ଚ କରାଯିବା ଉଚିତ।

Leave A Reply

Your email address will not be published.