ଇଂଲଣ୍ଡ ବିରୁଦ୍ଧରେ ଏକଦିବସୀୟ – ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କିଏ କିଏ ରହିଲେ ଦଳରେ ଓ କିଏ କିଏ ହେଲେ ବାହାର ?

0

Get real time updates directly on you device, subscribe now.

ଇଂଲଣ୍ଡ ଗସ୍ତରେ ହେବାକୁଥିବା ଟି-୨୦ ଓ ଏକଦିବସୀୟ ମ୍ୟାଚର ସିରିଜ ପାଇଁ ଭାରତୀୟ ଦଳ ଘୋଷିତ ହୋଇ ଯାଇଛି|କରୋନା ପଜିଟିଭ ଆସିବା କାରଣରୁ ଟେଷ୍ଟ ମ୍ୟାଚରୁ ବାହାରି ଥିବା ରୋହିତ ଶର୍ମା ଦୁଇ ସିରିଜରେ ଅଧିନାୟକ ଭାବରେ ରହିବେ|

ବଡ କଥା ଏହା ଯେ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚରେ ବିରାଟ କୋହଲି, ୱିକେଟ୍ କିପର ଋଷଭ ପନ୍ଥ,ଦ୍ରୁତ ବୋଲଳ ଯଶପ୍ରୀତ ବୁମରା,ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଶ୍ରେୟଶ ଆୟର ଖେଳିବେ ନାହିଁ|ତାଙ୍କୁ ବିଶ୍ରାମ ଦିଆଯାଇଛି|

ଭାରତୀୟ ଦଳ ଇଂଲଣ୍ଡ ବିରୁଦ୍ଧରେ ୧ ଜୁଲାଇ ଠାରୁ ବର୍ମିହାମରେ ଟେଷ୍ଟ ଖେଳିବେ|ଏହି ମ୍ୟାଚ ୫ ଦିନ ସହ ୫ ଜୁଲାଇରେ ଶେଷ ହେବ|ଏହାର ଗୋଟେ ଦିନ ପରେ ମାନେ ୭ ଜୁଲାଇରେ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳାଯିବ|ଫଳରେ ପନ୍ଥ,କୋହଲି,ବୁମରା ଟେଷ୍ଟ ଖେଳି ଥକି ଯାଇଥିବେ, ଏଥିପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି|

ପ୍ରଥମ ଟି-୨୦ ମ୍ୟାଚ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା( ଅଧିନାୟକ),ଈଶାନ କିଷାନ,ଋତୁରାଜ ଗାୟକୱଡ୍,ସଞ୍ଜୁ ସାମସନ,ସୂର୍ଯ୍ୟ କୁମାର ଯାଦବ,ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ,ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା,ଭେଙ୍କଟେଶ ଆୟାର,ୟୁଜବେନ୍ଦ୍ର ଚହଲ,ଅକ୍ଷର ପଟେଲ,ରବି ବିଶ୍ନୋଇ, ଭୁବନେଶ୍ୱର କୁମାର,ହର୍ଷଲ ପଟେଲ,ଆବେଶ ଖାନ,ଅର୍ଶଦୀପ ସିଂ,ଅମରାନ ମଲ୍ଲିକ

ଦ୍ଵିତୀୟ-ତୃତୀୟ ଟି -୨୦ ମ୍ୟାଚ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା( ଅଧିନାୟକ),ବିରାଟ କୋହଲି,ଯଶପ୍ରୀତ ବୁମରା,ଈଶାନ କିଷାନ,ସୂର୍ଯ୍ୟ କୁମାର ଯାଦବ,ଦୀପକ ହୁଡ୍ଡା,ଶ୍ରେୟସ ଆୟର,ଦୀନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା,ୟୁଜବେନ୍ଦ୍ର ଚହଲ,ଅକ୍ଷର ପଟେଲ,ରବି ବିଶ୍ନୋଇ, ଭୁବନେଶ୍ୱର କୁମାର,ହର୍ଷଲ ପଟେଲ,ଆବେଶ ଖାନ,ଅମରାନ ମଲ୍ଲିକ

ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା ( ଅଧିନାୟକ),ବିରାଟ କୋହଲି,ଯଶପ୍ରୀତ ବୁମରା,ଶିଖର ଧାୱନ,ଈଶାନ କିଶାନ, ସୂର୍ଯ୍ୟ କୁମାର ଯାଦବ,ଶ୍ରେୟସ ଆୟର,ଋଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା,ଶାର୍ଦ୍ଦୁଲ ଠାକୁର,ଯୁଜବେନ୍ଦ୍ର ଚହଲ,ଅକ୍ଷର ପଟେଲ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ

Leave A Reply

Your email address will not be published.