ଭାବୁକ କରିଦେବ ଏହି କୁକୁରର କାହାଣୀ, ଭୂକମ୍ପରେ ଶେଷ ହେଲା ପୁରା ପରିବାର, ସବୁଦିନ ଆସି ସମସ୍ତଙ୍କୁ ଖୋଜୁଛି

0

Get real time updates directly on you device, subscribe now.

‘କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ହୋଇଥାଏ ।’ ଏହି କଥାକୁ ଅନେକ ସମୟରେ କୁକୁରମାନଙ୍କ ଦ୍ୱାରା ସତ୍ୟ ପ୍ରମାଣିତ ହୋଇଥାଏ । ବେଳେବେଳେ ସେମାନେ ନିଜ ମାଲିକଙ୍କ ଜୀବନ ରକ୍ଷା କରନ୍ତି ତ ଆଉ କେତେବେଳେ ତାଙ୍କ ମୃତ୍ୟୁରେ ତାଙ୍କୁ ସ୍ମରଣ କରି କାନ୍ଦି ଥାଆନ୍ତି । ଆଜି ଆମେ ଆପଣଙ୍କୁ ଆଫଗାନିସ୍ତାନର ଏମିତି ଗୋଟିଏ କୁକୁର ସହିତ ପରିଚିତ କରିବାକୁ ଯାଉଛୁ, ଯାହାର କାହାଣୀ ଶୁଣିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ ।

ବାସ୍ତବରେ, ବୁଧବାର ଦିନ ଆଫଗାନିସ୍ତାନରେ 6.1 ରେକ୍ଟର ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଏହି ଭୂକମ୍ପ ପୂର୍ବ ଆଫଗାନିସ୍ତାନର ଗ୍ରାମାଞ୍ଚଳ, ପାର୍ବତ୍ୟ ଅଞ୍ଚଳରେ ବହୁ ଧ୍ୱଂସାବଶେଷ କରିଥିଲା । ଏଥିରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ । ଅନେକ ଲୋକଙ୍କ ଘର ଭାଙ୍ଗି ଧ୍ଵଂସ ହୋଇଯାଇଥିଲା । ଏହା ମଧ୍ୟରେ ଏହି ଭଙ୍ଗାରୁଜା ଘର ମଧ୍ୟରେ ନିଜ ପରିବାରର ସଦସ୍ୟଙ୍କୁ ଖୋଜୁଥିବା କୁକୁରର ଚିତ୍ର ବହୁତ ଭାଇରାଲ ହେବାରେ ଲାଗିଛି ।

ମାଲିକଙ୍କ ମୃତ୍ୟୁ ପରେ ସବୁଦିନ ଖୋଜିବାକୁ ଆସେ କୁକୁର :-

ବାସ୍ତବରେ ଗୋଟିଏ କୁକୁର ତାର ପୁରୁଣା ମାଲିକଙ୍କ ଘରକୁ ପ୍ରତିଦିନ ଆସେ । ଏହି ଘର ନଷ୍ଟ ହୋଇଯାଇଛି । କେବଳ ଅଳିଆ ରହିଛି । ଭୂକମ୍ପରେ ଘରର ସମସ୍ତେ ମୃତ୍ୟୁ ବରଣ କରିଛନ୍ତି । ଏପରି ପରିସ୍ଥିତିରେ କୁକୁରଟି ତାର ପୁରୁଣା ଘରର ଲୋକଙ୍କୁ ଖୋଜିବା ପାଇଁ ପ୍ରତିଦିନ ଏଠାକୁ ଆସୁଛି । ସେମାନଙ୍କୁ ମନେ ପକାଇ କାନ୍ଦେ । ଏହି କୁକୁରକୁ ବର୍ତ୍ତମାନ ପଡୋଶୀମାନେ ଆଶ୍ରୟ ଦେଇଛନ୍ତି ।

ଏହି କଥାର ସୂଚନା ସମାୟରା ଏସଆର ନାମକ ଜଣେ ମହିଳା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦେଇଛନ୍ତି । ଭଙ୍ଗା ଘରେ ନିଜ ମାଲିକ ପରିବାରକୁ ଖୋଜୁଥିବା କୁକୁରର ଚିତ୍ରକୁ ସେ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି ‘ଏହି କୁକୁରର ପୁରା ପରିବାର ଏହି ଘରେ ରହୁଥିଲା । ଭୂକମ୍ପ କାରଣରୁ ସମସ୍ତେ ମରିଗଲେ । ପଡୋଶୀମାନେ କହିଛନ୍ତି ଯେ ସେମାନେ କୁକୁରକୁ ଖାଇବାକୁ ଦେବା ଏବଂ ତାର ଯତ୍ନ ନେବା ପାଇଁ ସାଙ୍ଗରେ ନେଇଥିଲେ । କିନ୍ତୁ କୁକୁରଟି ତାର ନଷ୍ଟ ହୋଇଥିବା ଘରକୁ ବାରମ୍ବାର ଆସୁଛି । ସେ ନିଜ ପରିବାରକୁ ଖୋଜେ ଏବଂ ମନେ ପକାଇ କାନ୍ଦୁଛି ।’ ଏହି ମାମଲା ଗୟାନ, ପାକ୍ଟିକାରେ ଓଚକି ଗାଁର ଅଟେ ।

ଲୋକମାନେ ଦେଲେ ଏପରି ରିଆକ୍ସନ୍ :-

ଏହି କୁକୁରର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକମାନେ ମଧ୍ୟ ଆକର୍ଷଣୀୟ ପ୍ରତିକ୍ରିୟା ଦେଉଛନ୍ତି । କେହି ଜଣେ କହିଛନ୍ତି ‘କୁକୁରମାନେ ପ୍ରମାଣ କରିଛନ୍ତି ଯେ ସେମାନେ ପ୍ରକୃତରେ ମଣିଷର ସର୍ବୋତ୍ତମ ବନ୍ଧୁ ବୋଲି କହିବା ଯୋଗ୍ୟ ଅଟନ୍ତି ।’ ତା’ପରେ ଅନ୍ୟ ଜଣେ ଲେଖିଛନ୍ତି ଯେ ‘ଏହି କୁକୁରଟି ଏକ ସ୍ନେହପୂର୍ଣ୍ଣ ଘର ଏବଂ ଯତ୍ନର ଯୋଗ୍ୟ ଅଟେ ।’ ତାପରେ ଆଉ ଜଣେ ଲେଖିଛନ୍ତି, ‘ କୁକୁର ସତରେ ମଣିଷର ବିଶ୍ଵସ୍ତ ବନ୍ଧୁ ଅଟେ ।’

Leave A Reply

Your email address will not be published.