ହାର୍ଟ ଦୁର୍ବଳ ହେଲେ ଶରୀର ଦେଇଥାଏ ଏହି ସଂକେତ, ହାର୍ଟଆଟାକ ଆସିବା ପୂର୍ବରୁ ସଚେତନ ହୋଇଯାନ୍ତୁ ଏବଂ ଚେକଅପ କରାନ୍ତୁ

0

Get real time updates directly on you device, subscribe now.

ହୃଦୟ ଆମ ଶରୀରର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ବିନା ଆମେ ଜୀବନର କଳ୍ପନା ମଧ୍ୟ କରିପାରିବା ନାହିଁ । ଏହା ଆମ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ପମ୍ପ କରି ପହଞ୍ଚାଇବାର କାମ କରେ । ଯେତେବେଳେ ଏହା ଦୁର୍ବଳ ହୋଇଯାଏ, ସେତେବେଳେ ଶରୀରର ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖାଯାଏ । ଯଦି ହାର୍ଟରେ କିଛି ସମସ୍ୟା ଥାଏ, ତେବେ ହାର୍ଟଆଟାକ ଭଳି ସମସ୍ୟା ମଧ୍ୟ ଦେଖାଦିଏ ।

ହାର୍ଟ ଖରାପ୍ ହେବା ପୂର୍ବରୁ ଯଦି ଏହା ଜଣାପଡେ, ତେବେ ବହୁତ୍ ଭଲ କଥା ହୋଇଥାଏ । ଠିକ୍ ସମୟରେ ଏହାର ଚିକିତ୍ସା କରାଇ ଆମେ ହାର୍ଟଆଟାକ ଆସିବା ବିପଦକୁ ଟାଳି ପାରିବା । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସେହି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହା ହାର୍ଟ ଦୁର୍ବଳ ହେବାକୁ ଦର୍ଶାଇଥାଏ ।

ବ୍ଲଡ଼ ପ୍ରେସର୍ ବଢିବା :-

ବହୁତ୍ ଲୋକଙ୍କର ବ୍ଲଡ଼ ପ୍ରେସର୍ ସମସ୍ୟା ରହିଥାଏ । କିଛି ଲୋକ ଏହାକୁ ହାଲକା ଭାବେ ନିଅନ୍ତି । କିନ୍ତୁ କଣ୍ ଆପଣ ଜାଣନ୍ତି ଯେ ବ୍ଲଡ଼ ପ୍ରେସର୍ ସମସ୍ୟା ଆଗକୁ ଯାଇ ହାର୍ଟ ଦୁର୍ବଳ ହେବାର ସଂକେତ ହୋଇପାରେ । ଯେତେବେଳେ ଆମ ହୃଦୟ ଦୁର୍ବଳ ହେବାକୁ ଲାଗେ, ସେତେବେଳେ ତାର ଶରୀରରେ ବ୍ଲଡକୁ ପମ୍ପ କରି ଶପ୍ଲାଇ କରିବାର ଶକ୍ତି ମଧ୍ୟ କମ୍ ହେବାକୁ ଲାଗେ । ଏପରି ପରିସ୍ଥିତିରେ ବ୍ଲଡ ପ୍ରେସର୍ ସମସ୍ୟା ସୃଷ୍ଟି ହୁଏ । ତେଣୁ ବ୍ଲଡ ପ୍ରେସର୍ ସମସ୍ୟା ଦେଖାଦେଲେ ନିଜ ହାର୍ଟର ବିଶେଷ ଧ୍ୟାନ ରଖନ୍ତୁ । ଯଦି ସମ୍ଭବ ତେବେ କୌଣସି ବିଶେଷଜ୍ଞ ଠାରୁ ପରାମର୍ଶ ନିଅନ୍ତୁ ।

କାନ୍ଧ ଏବଂ ଛାତିରେ ଯନ୍ତ୍ରଣା ହେବା :-

ଅନେକଥର ଆମ କାନ୍ଧ ଏବଂ ଛାତିରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ଆମେ ଏହାକୁ ସାଧାରଣ କଥା ଭାବି ଅଣଦେଖା କରିଦିଅନ୍ତି । କିନ୍ତୁ ଏହା ଦୁର୍ବଳ ହାର୍ଟର ସଂକେତ ମଧ୍ୟ ହୋଇପାରେ । ତେଣୁ ରିସ୍କ ନ ନେଇ କାନ୍ଧ ଏବଂ ଛାତିରେ ଅଧିକ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇବା ଉଚିତ୍ ।

ଘୁଙ୍ଗୁଡ଼ି ଅଧିକ ଏବଂ ନିଦରେ ସମସ୍ୟା ହେବା :-

କିଛି ଲୋକ ଶୋଇବା ସମୟରେ ବହୁତ୍ ଘୁଙ୍ଗୁଡ଼ି ମାରନ୍ତି । ତେବେ ଆପଣ ଏହି ଘୁଙ୍ଗୁଡ଼ିକୁ ହାଲକା ଭାବେ ନେବା ଉଚିତ୍ ନୁହେଁ । ଏହା ଆପଣଙ୍କ ହାର୍ଟ ଦୁର୍ବଳ ହେବାର ସଂକେତ ମଧ୍ୟ ଦେଇଥାଏ । ସେହିପରି ନିଦରେ ଅଧିକ ସମସ୍ୟା ଆସିବା ମଧ୍ୟ ହାର୍ଟ ଦୁର୍ବଳ ହେବାର ସଂକେତ ଅଟେ । ଏପରି ପରିସ୍ଥିତିରେ ଆପଣ ଡାକ୍ତରଙ୍କ ପାଖକୁ ଯାଇ ନିଜର ଚେକ ଅପ କରାଇ ନିଅନ୍ତୁ ।

Leave A Reply

Your email address will not be published.