ଏବେ ଖାଦ୍ୟ ବନାଇବା ପାଇଁ ମହଙ୍ଗା ସିଲିଣ୍ଡର ନେବା ଆବଶ୍ୟକ ନାହିଁ,ଘରକୁ ନେଇ ଆସନ୍ତୁ ଏହି ଶସ୍ତା ସୋଲାର ଚୁଲ୍ଲା

0

Get real time updates directly on you device, subscribe now.

ଦେଶରେ ମହଙ୍ଗା ବଢ଼ିବାରେ ଲାଗିଛି|ତାହା ପେଟ୍ରୋଲ ହେଉ ବା ଡିଜେଲ ବା ଏଲପିଜି ଗ୍ୟାସ ସଭିଙ୍କ ଦର ବଢ଼ିଛି|ଫଳରେ ସାଧାରଣ ଲୋକଙ୍କ ଜୀବନ ଜିଇବା କଷ୍ଟକର ହୋଇଛି|ଆଜିର ସମୟରେ ସଭିଙ୍କ ଦୁଇବେଳା ଖାଦ୍ୟ ଆବଶ୍ୟକ|ତେଣୁ ସମସ୍ତେ ଚାହାଁନ୍ତି ଅତିକମରେ ଏଲପିଜି ତ ଶସ୍ତା ମିଳୁ|ଏହି ସମସ୍ୟାର ସମାଧାନ ପାଇଁ ଦେଶର ସବୁଠାରୁ ବଡ ଅଏଲ କମ୍ପାନୀ ଇଣ୍ଡିଆନ ଓଏଲ୍ କର୍ପୋରେସନ ଏକ ସମାଧାନ ନେଇକରି ଆସିଛନ୍ତି|ଏହି କମ୍ପାନୀ ଭାତରେ ରିଚାର୍ଜ ହେଇ ପାରୁଥିବା ଓ ଘର ଭିତରେ ପ୍ରୟୋଗ ହୋଇ ପାରୁଥିବା ସୋଲାର ଚୁଲ୍ଲା ନେଇ ଆସିଛି|ଏଥିରେ ଆପଣ ତିନି ଓଳି ଖାଦ୍ୟ ମାଗଣାରେ ବନାଇ ପାରିବେ|

ଆପଣଙ୍କୁ କହିରଖେ ଦେଶର ସବୁଠାରୁ ପ୍ରସିଦ୍ଧ ତେଲ କମ୍ପାନୀ ଆଇଓସି ୨୨ ଜୁନ ୨୦୨୨ ବୁଧବାର ଦିନ ନୂଆ ସୋଲାର ଚୁଲ୍ଲା ଲଞ୍ଚ କରିଛନ୍ତି|ଏହାକୁ ରୋସେଇ ଘରେ ରଖି ସୈର ଉର୍ଜାରେ ରୋଷେଇ କରି ପାରିବେ|ଏହି ଚୁଲ୍ଲା ଘର ବାହାରେ ଲାଗିଥିବା ସୋଲାର‌ ପ୍ୟାନେଲରୁ ନିଜ ଶକ୍ତି ଖର୍ଚ୍ଚ କରେ ଯାହାଫଳରେ ଚାର୍ଜ ହୋଇ ସମ୍ପୁର୍ଣ୍ଣ ଉପଯୋଗୀ ହେବ|

ଏହି ଚୁଲ୍ଲାର ଖାସ କଥା ଏହା ଯେ ଏହାକୁ ରାତିରେ ମଧ୍ୟ ବ୍ୟବହାର କରି ପାରିବେ|ଏହାକୁ କିଣିବାକୁ ଓ ମେଣ୍ଟନାନ୍ସ ପାଇଁ କୈାଣସି ଏକ୍ସଟ୍ରା ଖର୍ଚ୍ଚ ଦେବାକୁ ପଡିବ ନାହିଁ|ବୁଧବାର ଦିନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ଅଫିସିଆଲ୍ ରେସିଡେନ୍ସରେ ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ କରିଛନ୍ତି|

ସେ କହିଛନ୍ତି ଏହି ସମୟରେ ଗ୍ୟାସ ଚୁଲ୍ଲାର ମୂଲ୍ୟ ୧୮୦୦୦-୩୦୦୦୦ ଭିତରେ ଆସେ|ଯଦି ୨-୩ ଲକ୍ଷ ୟୁନିଟ ପର୍ଯ୍ୟନ୍ତ ଉତ୍ପାଦନ ହୁଏ ଓ ଯଦି କିଛି ସରକାରୀ ସହାୟତା ମିଳେ ତେବେ ଏହାର ଦର ୧୦-୧୨ ହଜାର ପର୍ଯ୍ୟନ୍ତ ହୋଇପାରେ|

ବିନା ଦେଖାଶୁଣାରେ ଏହା ଅତିକମରେ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ|ଏଥିରେ କୈାଣସି ଟ୍ରାଡିସିନାଲ ବ୍ୟାଟେରୀ ନାହିଁ ଯାହାକୁ ବଦଳାଇବା ଆବଶ୍ୟକ ରହିଛି|ସୋଲାର ପ୍ୟାନେଲର ଲାଇଫ ୨୦ ବର୍ଷ ଅଟେ|

Leave A Reply

Your email address will not be published.