ବହୁତ କମ ବୟସରେ ସରପଞ୍ଚ ହେଲେ ହାଇଲି କ୍ବାଲିଫାଏଡ଼ ଲଖିକା, ଏହାପୂର୍ବରୁ ଆଙ୍କର ଓ ରେଡ଼ିଓ ଜକି ମଧ୍ୟ ରହିସାରିଛନ୍ତି

0

Get real time updates directly on you device, subscribe now.

କିଛିବର୍ଷ ପୂର୍ବେ ସମାଜର ଚିନ୍ତାଧାରା ଗାଁ ରୁ ସହରକୁ ଯାଇ ଜୀବନ ଯାପନ କରିବାର ମୂଳ ଉଦ୍ଦେଶ୍ୟ ଥିଲା। ପ୍ରତ୍ୟେକ ବ୍ୟକ୍ତି ସହର ଆଡ଼କୁ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଥିରେ ଅଧିକ ନୁହେଁ ଅଳ୍ପ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନ ହାଇଲି କ୍ବାଲିଫାଏଡ଼ ଲୋକ ସହରରୁ ଗାଁ ଅଭିମୁଖେ ଆସୁଛନ୍ତି। ଆଇଟି ସେକ୍ଟର ଓ ବଡ଼ ବଡ଼ ଚାକିରୀ ଛାଡ଼ି ଲୋକେ ଚାଷ ଓ ପଶୁପାଳନ କ୍ଷେତ୍ରକୁ ଆସୁଛନ୍ତି।

ଏହାମଧ୍ୟରେ ଏକ ନୂଆ ନାମ ଉଜେନର ଲଖିକା ଡ଼ାଗରଙ୍କର ରହିଛି। ମସ କମ୍ୟୁନିକେସନରେ ପୋଷ୍ଟ ଗ୍ରାଜୁଏଟ ଲଖିକା ନ୍ୟୁଜ ଆଙ୍କର ଓ ରେଡ଼ିଓ ଜକି ରହିସାରିଛନ୍ତି। କିନ୍ତୁ ଏବେ ସେ ଗାଁରେ ଲୋକଙ୍କ ପ୍ରତିନିଧି ହୋଇ ତାଙ୍କର ସେବା କରିବେ। ଲଖିକା ଉଜେନ ଜିଲ୍ଲାର ଚିନ୍ତାମନ ଜବାସିୟା ଗ୍ରାମ ପଞ୍ଚାୟତର ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ସେ ମାତ୍ର 21 ବର୍ଷ ବୟସରେ ସରପଞ୍ଚ ହୋଇଛନ୍ତି।

ଗାଁ ରେ ଖୁସିର ମାହୋଲ:-

ଉଚ୍ଚଶିକ୍ଷା ଗ୍ରହଣ କରିଥିବା ଏହି ଯୁବା ଲଖିକା ଗାଁ ର ସରପଞ୍ଚ ହେବାପରେ ବର୍ତ୍ତମାନ ଗାଁରେ ଖୁସିର ମାହୋଲ ଖେଳିଯାଇଛି। ଗାଁ ଲୋକେ ଭାବୁଛନ୍ତି ଏବେ ତାଙ୍କ ଗାଁର ଏକ ଆଧୁନିକ ବିକାଶ ଦିଗରେ ହେବ କାରଣ ସରପଞ୍ଚ ଜଣେ ଉଚ୍ଚ ଶିକ୍ଷିତା ଅଟନ୍ତି। ଲଖିକା ସମ୍ପୂର୍ଣ୍ଣ ଗାଁକୁ ନିଜର ପରିବାର କହି ଲୋକଙ୍କ ପାଖରେ ସହଯୋଗ ଲୋଡ଼ିଥିଲେ ଓ ଗାଁର ସେବା କରିବାକୁ କହିଥିଲେ।

8 ଜଣ ପ୍ରତିନିଧିଙ୍କ ଭିତରୁ ଲଖିକା ବିଜୟୀ ହୋଇଥିଲେ:-

ଉଜେନର ଚିନ୍ତମାନ ଜବାସିୟା ଗ୍ରାମର ଜନସଂଖ୍ୟା 3265 ଅଟେ। ଏହି ଗ୍ରାମ ପାଇଁ ସରପଞ୍ଚ ପଦ ଅନୁସୂଚିତ ଜାତିର ମହିଳା ଅରକ୍ଷିତ ଥିଲେ। ଗ୍ରାମର 8 ଜଣ ମହିଳା ନିର୍ବାଚନକୁ ଓହ୍ଲାଇଥିଲେ। ବହୁତ ଟକର ଦେବାପରେ ଲଖିକା 487 ଖଣ୍ଡ ଭୋଟରେ ବିଜୟୀ ହୋଇପାରିଲେ।

ଲଖିକା ଏକ ଭଲ ପରିବାରରୁ ଆସିଛନ୍ତି। ସେ ଯଦି ଚାହିଁଥାନ୍ତେ ସହରରେ ନିଜକୁ ସେଟଲ କରିପାରିଥାନ୍ତେ କିନ୍ତୁ ଗାଁ ଲୋକଙ୍କ ସେବାକୁ ସେ ପ୍ରାଧାନ୍ୟ ଦେଇଥିଲେ। ଜଣାଇଦେଉଛୁ କି, ଲଖିକାଙ୍କ ପିତା ଦିଲ୍ଲୀପ ଡ଼ାଗର ଜିଲ୍ଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ ଭରତୀପୁରରେ ରିଜନାଲ ଅଧିକାରୀ ରୂପରେ କାର୍ଯ୍ୟରତ ରହିଛନ୍ତି। ଲଖିକାଙ୍କ ପାଖରେ ଏମଏ ମସ କମ୍ୟୁନିକେସନ ଓ ଫ୍ୟାଶନ ଡ଼ିଜାଇନିଂର ଡ଼ିଗ୍ରୀ ରହିଛି। ସେ ଉଜେନରେ ଆଙ୍କର ଓ ରେଡ଼ିଓ ଜକି କାମ ମଧ୍ୟ କରିସାରିଛନ୍ତି।

ଲଖିକା ସରପଞ୍ଚ ନିର୍ବାଚନ ପୂର୍ବରୁ ନିଜେ ତାଙ୍କ ଘୋଷଣା ପତ୍ର ବନାଇଥିଲେ ଓ ଗାଁ ର ଜନତାଙ୍କ ପାଖରେ ଏହାକୁ ପୁରା କରିବାପାଇଁ ସମ୍ପୂର୍ଣ୍ଣ ରୋଡ଼ ମ୍ୟାପ ମଧ୍ୟ ବତାଇଥିଲେ। ଗାଁର ଲୋକେ ଲଖିକାଙ୍କ ପ୍ରତି ବହୁତ ପ୍ରଭାବିତ ହେଲେ ଓ ତାଙ୍କୁ ବହୁତ ସମୟ ପରେ ଜଣେ ହାଇଲି କ୍ବାଲିଫାଏଡ଼ ସରପଞ୍ଚ ମିଳିଛନ୍ତି।

Leave A Reply

Your email address will not be published.