ଲିଫ୍ଟ ଦେବା ବାହାନାରେ ମା ଓ ଝିଅକୁ ଗାଡ଼ିରେ ବସାଇଲେ, ଆଉ ତାପରେ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ କରି ରାସ୍ତାକଡ଼ରେ ଫିଙ୍ଗିଦେଲେ
ସମାଜରେ ଦୁଷ୍କର୍ମ ଭଳି ଏକ ଘୃଣ୍ୟ କାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ଝିଅ ଏବଂ ମହିଳାମାନେ କୌଣସି ସ୍ଥାନରେ ନିରାପଦ ନୁହଁନ୍ତି । ବର୍ତ୍ତମାନ ଏଭଳି ଗୋଟିଏ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଲିଫ୍ଟ ଦେବା ବାହାନାରେ ମା ଓ ଝିଅକୁ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି । ଚଳନ୍ତା ଗାଡ଼ିରେ ମଣିଷ ରୂପୀ ରାକ୍ଷସ ଜାଲରେ ମା ଏବଂ ଝିଅ ଅସହାୟ ହୋଇପଡିଲେ । ତାପରେ କାମ ସରିଯିବା ପରେ ରାସ୍ତାକଡ଼କୁ ଫିଙ୍ଗିଦେଲେ ।
ଉତ୍ତରାଖଣ୍ଡରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ଗାଡ଼ି ଭିତରେ ମା ଏବଂ ଛଅ ବର୍ଷର ଝିଅକୁ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି । ଏହାପରେ ରାସ୍ତାକଡକୁ ଫିଙ୍ଗି ଦେଇଛନ୍ତି । ଲିଫ୍ଟ ଦେବା ବାହାନାରେ କିଛି ଯୁବକ ମା ଓ ଝିଅକୁ ଗଣଦୁଷ୍କର୍ମ କରିଛନ୍ତି । ଦେହରାଦୁନର ରୁଡଗି ସହରରୁ ଏହି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତମାନେ ଦୁଷ୍କର୍ମ କରିବାପରେ ମା ଝିଅକୁ ରାସ୍ତାରେ ଫିଙ୍ଗି ଦେଇଥିଲେ । ବର୍ତ୍ତମାନ ପୀଡ଼ିତା ନାବାଳିକା ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ପୁରା ଘଟଣା ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ ମହିଳା ଜଣକ ନିଜ ଝିଅକୁ ନେଇ କଲିଓରୁ ରଡ଼କିକୁ ଆସୁଥିଲେ । ପିରନ କଲିଅର ନିକଟରେ ସୋନୁ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ସେ ମଧ୍ଯ ରଡକି ଯାଉଥିଲା ଏବଂ ସେଠାରେ ମହିଳାଙ୍କୁ ଛାଡି ଦେବ ବୋଲି କହିଥିଲା । ଆଉ ଏକଥା ଶୁଣିବାପରେ ମହିଳା ଜଣକ ନିଜ ଝିଅକୁ ନେଇ ସଂପୃକ୍ତ ଯୁବକଙ୍କୁ କାରରେ ବସିଥିଲେ ଏବଂ ଗାଡ଼ି ଭିତରେ ସୋନୁର କିଛି ସାଙ୍ଗମାନେ ମଧ୍ୟ ଥିଲେ ।
କିଛି ବାଟ ପର୍ଯ୍ୟନ୍ତ ତ ଠିକ ଠାକ ଚାଲିଥିଲା, ହେଲେ ତାପରେ ଚଳନ୍ତା ଗାଡି ଭିତରେ ମହିଳା ଏବଂ ତାଙ୍କ ନାବାଳିକା ଝିଅକୁ ସଂପୃକ୍ତ ଯୁବକମାନେ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣକ ବିରୋଧ କରିବାରୁ ସେମାନେ ମାରି ଦେବାର ଧମକ ଦେଇ ଚୁପ୍ କରାଇ ଦେଇଥିଲେ । ଆଉ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ମା ଝିଅଙ୍କୁ ରାସ୍ତାରେ ଫିଙ୍ଗି ସେଠାରୁ ଫେରାର ହୋଇଯାଇଥିଲେ ।
ପରେ ମହିଳା ଜଣକ ଗୁରୁତର ଅବସ୍ଥାରେ ନିଜ ଝିଅ ସହିତ ଥାନାରେ ପହଞ୍ଚି ପୁରା ଘଟଣାକୁ ପ୍ରକାଶ କରିଥିଲେ । ପୋଲିସ ରାତିସାରା ଖୋଜାଖୋଜି କରିବାପରେ ଅଭିଯୁକ୍ତମାନଙ୍କ କୌଣସି ସୂଚନା ପାଇନଥିଲା ।
ବର୍ତ୍ତମାନ ନାବାଳିକା ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ମହିଳାଙ୍କର ଡାକ୍ତରୀ ଯାଞ୍ଚ୍ ମଧ୍ୟ କରାଯାଇଛି । ତେବେ ଏଭଳି ଏକ ଗଣଦୁଷ୍କର୍ମ ଘଟଣାରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ୍ କରାଯାଉଥିବା ସୂଚନା ମିଳିଛି ।