ଝିଅକୁ ଯୌତୁକରେ ଦିଆଯାଏ ବିଷାକ୍ତ ସାପ, ଏଭଳି ଗୋଟିଏ ପରମ୍ପରାକୁ ନ ମାନିଲେ ସମ୍ପର୍କ ଭାଙ୍ଗିଯିବାକୁ ନେଇ ରହିଛି ବିଶ୍ୱାସ

0

Get real time updates directly on you device, subscribe now.

ଭାରତରେ ବର୍ତ୍ତମାନ ଯୌତୁକ ପ୍ରଥା ଗୋଟିଏ ଆଇନଗତ ଅପରାଧ ଅଟେ । କିନ୍ତୁ ଆମ ଦେଶରେ ବର୍ତ୍ତମାନ ମଧ୍ୟ ଗୋଟିଏ ସ୍ଥାନ ରହିଛି, ଯେଉଁଠାରେ କି ଏହି ଯୌତୁକ ପ୍ରଥା ଗୋଟିଏ ପରମ୍ପରା ଭାବେ ଚଳି ଆସିଛି । ଯାହାକୁ ନ ମାନିଲେ ସମ୍ପର୍କ ଭାଙ୍ଗିଯିବ ବୋଲି ବିଶ୍ୱାସ ରହିଛି । ଏଠାରେ ଏହି ଯୌତୁକ ପ୍ରଥା ପୁଣି ଗୋଟିଏ ସାଧାରଣ କଥା ନୁହେଁ, ଯାହାକୁ ଶୁଣିଲେ ଆପଣ ଚକିତ ମଧ୍ୟ ହୋଇଯିବେ । ଏଠାରେ ଝିଅକୁ ଯୌତୁକରେ ବିଷାକ୍ତ ସାପ ଦିଆଯାଏ । ଆଜ୍ଞା ହଁ, ସେଠାରେ ଝିଅର ବାପା ଝିଅକୁ ମହଙ୍ଗା ଉପହାର ବଦଳରେ ପୁଅଘରକୁ ସାପ ଦିଅନ୍ତି । ଏଭଳି ଗୋଟିଏ କଥା ଶୁଣିବାକୁ ଅଜବ ଲାଗିପାରେ ସତ, କିନ୍ତୁ ଏଠାରେ ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ।

ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ମଧ୍ୟପ୍ରଦେଶର ଗୋଉରିଆ ସମ୍ପ୍ରଦାୟର ଲୋକମାନେ ଏଭଳି ଏକ ଅଦ୍ଭୂତ ଧରଣର ପରମ୍ପରାକୁ ବହୁ ବର୍ଷ ଧରି ମାନି ଆସୁଛନ୍ତି । ଗୌରୀୟ ଜନଜାତି ନିଜ ଝିଅକୁ ବିବାହ କରିବା ପରେ ପୁଅ ଘରକୁ କିମ୍ବା ଜ୍ବାଇଁକୁ ପୁଣି 21 ଟି ବିଷଧର ସାପ ଦିଅନ୍ତି । ଏହି ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଗୋଟିଏ ବିଶ୍ୱାସ ରହିଛି ଯେ ଗୋଟିଏ ଝିଅର ବିବାହରେ ସାପ ଦେବା ଦ୍ଵାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ପୁଣି ଅଧିକ ମଜବୁତ୍ ହୋଇଥାଏ ।

ଯଦି ଏଠାରେ ବିବାହରେ ଏପରି ଯିଏ ନ କରନ୍ତି, ତାହେଲେ ସେହି ସମ୍ପର୍କ ଭାଙ୍ଗିଯାଏ । ନିୟମ ଅନୁଯାୟୀ, ସେଠାରେ ଏହା ଏକ ପ୍ରଥା ଭାବେ ଚଳି ଆସିଛି । ସ୍ଥାନୀୟ ଲୋକ କୁହନ୍ତି ଯେ ଝିଅର ବିବାହ ସ୍ଥିର ହେବା ପରେ ଯୌତୁକରେ ଦେବା ପାଇଁ ସାପ ଧରିବା କାମ ଆରମ୍ଭ କରିଦିଅନ୍ତି ।

କହିବାକୁ ଗଲେ ଏଠାରେ ଏହି ବିରଳ ଗୋଉରିଆ ସମ୍ପ୍ରଦାୟର ଲୋକମାନେ ବୃତ୍ତି ଅନୁଯାୟୀ ସାପ ଧରାଳି ଅଟନ୍ତି । ସେମାନଙ୍କୁ ସାପ ଧରିବାକୁ ପଡ଼ିଥାଏ, କାହିଁକି ନା ସେମାନଙ୍କର ଏହା ହେଉଛି ଜୀବିକା । ଏଠାରେ ସାପକୁ ସୁରକ୍ଷିତ ଭାବେ ରଖିବା ପାଇଁ ଏହି ସମ୍ପ୍ରଦାୟରେ ଗୋଟିଏ କଡ଼ା ନିୟମ କରାଯାଇଛି ।

କୁହାଯାଏ ଯେ ଯଦି ସାପଟି ଧରିବା ପରେ ସେମାନଙ୍କ ବାସରେ ମରିଯାଏ, ତେବେ ପୁରା ପରିବାରକୁ ଏଥିପାଇଁ ଲଣ୍ଡା ହେବାକୁ ପଡ଼େ । ଏଭଳି ସବୁ କଡ଼ା ନିୟମ ଗୁଡ଼ିକୁ ପାଳନ ନ କରିବା ସେମାନଙ୍କର ଏକ ପରମ୍ପରାଗତ ପ୍ରଥା କହିଲେ କିଛି ଭୁଲ ହେବନାହିଁ ।

Leave A Reply

Your email address will not be published.