ଗ୍ରାମ ସୁରକ୍ଷା ଯୋଜନା: ପୋଷ୍ଟ ଅଫିସର ବମ୍ପର ସ୍କିମ! ପ୍ରତ୍ୟେକ ଦିନ ୫୦ ଟଙ୍କା ନିବେଶ ଉପରେ ମିଳିବ ୩୫ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ପୋଷ୍ଟ ଅଫିସରେ ଗ୍ରାମ୍ୟ ସୁରକ୍ଷା ଯୋଜନା ରୁରାଲ ପୋଷ୍ଟାଲ ଲାଇଫ ଇନ୍ସୁରାନ ସ୍କିମ ପ୍ରୋଗ୍ରାମର ଭାଗ ଅଟେ। ରୁରାଲ ପୋଷ୍ଟାଲ ଲାଇଫ ଇନ୍ସୁରାନ ପଲିସି ଭାରତର ଗ୍ରାମୀଣ ଜନତାଙ୍କ ପାଇଁ ୧୯୯୫ ମସିହାରେ ଲଞ୍ଚ କରାଯାଇଥିଲା। ଗ୍ରାମ ସୁରକ୍ଷା ଯୋଜନା ପାଇଁ ଯଦି ଆପଣ ପ୍ରତ୍ୟେକ ଦିନ କେବଳ ୫୦ ଟଙ୍କା ନିବେଶ କରିବେ ତେବେ ଆପଣ ନିଜ ପାଇଁ ୩୫ଲକ୍ଷ ଟଙ୍କା ରିଟର୍ନ ପାଇପାରିବେ। ଏହାର ଅର୍ଥ ଏହି ଯୋଜନାରେ ମାସକୁ ୧୫୦୦ ଟଙ୍କା ଜମାକରି ଆପଣ ୩୫ ଲକ୍ଷ ଟଙ୍କା ପାଇପାରିବେ।

କଣ ଅଟେ ଗ୍ରାମ ସୁରକ୍ଷା ଯୋଜନା?

ଗ୍ରାମ ସୁରକ୍ଷା ଯୋଜନାରେ ନିବେଶ କରିବା ଲୋକଙ୍କୁ ୩୫ ଲକ୍ଷ ଟଙ୍କାର ଲାଭ ମିଳିବ। ଏହି ସ୍କିମର ଏହି ରାଶି ବୋନସ ସହିତ ନିବେଶକଙ୍କୁ ୮୦ ବର୍ଷ ବୟସରେ ମିଳିଥାଏ। ଏଥିରେ ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ୮୦ ବର୍ଷ ବୟସ ପୂର୍ବରୁ ହୋଇଯାଏ ତେବେ ତାଙ୍କର ନୋମିନୀଙ୍କୁ ଏହି ରାଶି ମିଳିବ।

୧୯ ବର୍ଷ ରୁ ୫୫ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତି ନିବେଶ କରିପାରିବେ:-

ଗ୍ରାମ ସୁରକ୍ଷା ଯୋଜନାରେ ୧୯ବର୍ଷରୁ ନେଇ ୫୫ ବର୍ଷ ପର୍ଯ୍ୟନ୍ତର କୌଣସି ଭାରତର ନାଗରିକ ନିବେଶ କରିପାରିବେ। ଅତିକମରେ ୧୦୦୦୦ ଟଙ୍କାରୁ ନେଇ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ପ୍ରିମିୟମ ଭର୍ତ୍ତି କରିବା ପାଇଁ ଏଥିରେ ଅନେକ ବିକଳ୍ପ ଦିଆଯାଏ। କିସ୍ତିର ଭୁଗତାନ ନିବେଶକ ମାସିକ, ତିନି ମାସିକ, ଛଅ ମାସିକ କିମ୍ବା ବାର୍ଷିକ ଆଧାର ଉପରେ କରିପାରିବେ।

ଚାରି ବର୍ଷ ପରେ ମିଳିଯାଏ ଲୋନ:-

ଗ୍ରାମ ସୁରକ୍ଷା ପଲିସିକୁ କିଣିବା ପରେ ଆପଣ ଲୋନର ଲାଭ ମଧ୍ୟ ନେଇପାରିବେ। ପଲିସିକୁ କିଣାଯିବାର ୪ ବର୍ଷ ପରେ ଲୋନ ନେଇପାରିବେ। ଏହା ବ୍ୟତୀତ ଯଦି ପଲିସିର ଅବଧିରେ କେବେ ପ୍ରିମିୟମ ଭର୍ତ୍ତି କରିବାକୁ ଭୁଲିଯାଆନ୍ତି ତେବେ ଆପଣ ଲମ୍ବିତ ପ୍ରିମିୟମ ରାଶିର ପେମେଣ୍ଟ କରି ଏହାକୁ ଆଉଥରେ ଆରମ୍ଭ କରିପାରିବେ।

Leave A Reply

Your email address will not be published.