ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା, ଝିଆରୀ ପ୍ରେମରେ ପାଗଳ ହେଲେ ମଉସା, ସ୍ତ୍ରୀକୁ ଛାଡ଼ି ଝିଆରୀ ସହ ହେଲେ ଫେରାର

0

Get real time updates directly on you device, subscribe now.

କୁହନ୍ତି ଯେ ପ୍ରେମ ଅନ୍ଧ ହୋଇଥାଏ । ସେ ଜାତି କି ଅଜାତି, ବୟସ କିମ୍ବା ବାଧା କି ବନ୍ଧନକୁ ମାନି ନଥାଏ । ଏପରିକି ଏହି ପ୍ରେମ ସମ୍ପର୍କକୁ ମଧ୍ୟ ବୁଝେନା । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣା । ଏହି ଅଢେଇ ଅକ୍ଷର ରୂପକ ପ୍ରେମ ଶବ୍ଦଟି କେତେବେଳେ ଯେ କାହା ପାଇଁ ଲକି ହୋଇଯାଏ ତ ଆଉ କେତେବେଳେ କାହା ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ମଧ୍ୟ କରିଥାଏ ।

ସୂଚନା ଅନୁଯାୟୀ ଏହି ଗାଁର ସୁମନ ଅଧିକାରୀ କେନ୍ଦ୍ରାପଡ଼ା ଅଞ୍ଚଳର ଝୁନୁ ଅଧିକାରୀଙ୍କୁ ଆଜିକୁ ପ୍ରାୟ 10 ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦାମ୍ପତ୍ୟ ଜୀବନ ମଧ୍ୟ ବେଶ ହସଖୁସିରେ ଚାଲିଥିଲା । ସୁମନ ଗାଁରେ ଗୋଟିଏ ଜନସେବା କେନ୍ଦ୍ର ଖୋଲିଥିଲେ । ଉଭୟେ ସ୍ବାମୀ ସ୍ତ୍ରୀ ଭଲ ଦୁଇ ପଇସା ରୋଜଗାର କରୁଥିଲେ ଏବଂ ତାଙ୍କର ହସଖୁସିରେ ସଂସାର ଚାଲିଥିଲା ।

ତେବେ ଏହି ଗ୍ରାହକ ସେବା କେନ୍ଦ୍ରରେ କାମରେ ସହଯୋଗ କରିବାପାଇଁ ସୁମନ ଝୁନୁଙ୍କୁ ଗୋଟିଏ ପିଲା ରଖିବାକୁ କହିଥିଲେ ଏବଂ ଝୁନୁ ନିଜ ବଡ ଭଉଣୀର ଝିଅକୁ ଆଣି କାମରେ ସହଯୋଗ କରିବାକୁ କହିଥିଲେ । କିନ୍ତୁ ଝିଆରୀ ଜନସେବା କେନ୍ଦ୍ରରେ ଏକ ମାସ ରହିବା ପରେ ଝିଆରୀଙ୍କ ସହିତ ସୁମନଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଝୁନୁଙ୍କ ଅନୁପସ୍ଥିତିରେ ଝିଆରିଙ୍କ ସହିତ ଲୁଚାଛପା ପ୍ରେମ ଚାଲିଥିଲା ଏବଂ ଧୀରେ ଧୀରେ ସମ୍ପର୍କ ବଢ଼ିବାକୁ ଲାଗିଲା । ତେବେ ଝୁନୁ ଏ କଥା ଜାଣି ପାରି ନିଜ ଭାଣିଜିଙ୍କୁ ତାଙ୍କ ଘରେ ଛାଡ଼ି ଆସିଥିଲେ । ଏହାପରେ ସ୍ବାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଝଡ ଉଠିଥିଲା ।

ସ୍ତ୍ରୀ ନିଦରେ ସୋଇଯିବା ପରେ ସ୍ବାମୀ ସୁମନ ଏବଂ ଝିଆରୀଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଚାଟିଙ୍ଗ ଆରମ୍ଭ ହୋଇଯାଏ । ରାତି ରାତି ଅନିଦ୍ରା ହୋଇ ପ୍ରେମ ଗପ ଚାଲେ । ସ୍ତ୍ରୀ ଏ ବିଷୟରେ ଜାଣିବା ପରେ ଉଭୟଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୁଏ । ସମ୍ପର୍କରେ ଫାଟ ଦେଖାଦିଏ । ବିଭିନ୍ନ ବାହାନା କରି ଝୁନୁଙ୍କୁ ମିଛ କହି ସୁମନ ଝିଆରୀକୁ ଦେଖା କରିବାକୁ ଯାଇଥାନ୍ତି ।

ଏହାପରେ ମାର୍ଚ୍ଚ ମାସରେ ଝିଆରୀକୁ ନେଇ ଯିବାପରେ ଝୁନୁ ଥାନାରେ ଅଭିଯୋଗ କରିଥିଲେ । ଆପୋଷ ବୁଝାମଣା ମଧ୍ୟ ହୋଇଥିଲା, କିନ୍ତୁ ତଥାପି ସୁମନଙ୍କ ପ୍ରେମ ନିଶା ଓହ୍ଲାଇ ନଥିଲା । ପୁଣିଥରେ ସେ ଝିଆରୀକୁ ନେଇ ଫେରାର ହୋଇଥିବା ବେଳେ ବର୍ତ୍ତମାନ ସେମାନେ ବିବାହ କରିଥିବା କଥା ଝୁନୁ ଜାଣି ପାରିଛନ୍ତି ।

ତେବେ ଝୁନୁ ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ କହିଛନ୍ତି, ” ଏହା ଗୋଟିଏ ନିନ୍ଦନୀୟ ଘଟଣା । ସୁମନ ଅଧିକାରୀଙ୍କ ଝିଅ ତାଙ୍କ ଘରକୁ କମ୍ପ୍ୟୁଟର କାମ କରିବାକୁ ଆସିଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.