ଭାରତୀୟ କ୍ରିକେଟ ଦଳ ନିକଟରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଘରୋଇ ମାଟିରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିଛନ୍ତି|ଏହି ସିରିଜ ୨-୨ ରେ ଡ୍ର ରହିଛି|ଟି-୨୦ ର ପ୍ରାରମ୍ଭିକ ଦୁଇ ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଥିଲେ ଓ ଭାରତ ଦୁଇଟି ମ୍ୟାଚ ଜିତିଥିଲେ ଓ ଶେଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ କରାଯାଇଥିଲା|
୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏଥିପାଇଁ ଡ୍ରରେ ସମାପ୍ତ ହେଲା|ଏଵେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି|ଏଥିରେ ଦଳ ଗୋଟିଏ ଟେଷ୍ଟ ମ୍ୟାଚ,ଏକ ଦିବସୀୟ ସିରିଜ,ଟି-୨୦ ସିରିଜ ଖେଳିବ|ଏହା ପୂର୍ବରୁ ଇଂଲଣ୍ଡ ବିରୁଦ୍ଧରେ ୨ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର ରହିଛି|
କହିରଖେ ନିକଟରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସମ୍ପନ୍ନ ହୋଇଥିବା ମ୍ୟାଚ ପରେ ଟି-୨୦ ସିରିଜ ପାଇଁ ରୋହିତ ଶର୍ମା,ବିରାଟ କୋହଲି, ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ଭଳି ଷ୍ଟାର କ୍ରିକେଟରକୁ ବିଶ୍ରାମ ଦିଆଯାଇଛି କିନ୍ତୁ ସମସ୍ତେ ଆଗ ମ୍ୟାଚ ପ୍ରସ୍ତୁତି ପାଇଁ ଯୋଡି ଯାଇଛନ୍ତି|ଏହି ମଧ୍ୟରେ ରୋହିତ ଶର୍ମାଂଙ୍କୁ ନେସନାଲ ଟିଭିରେ ଜଣେ ପତ୍ରାକାର ଅପମାନ ଜନକ ବୟାନ ଦେଇଛନ୍ତି|
Not just Rohit Sharma, Virat Kohli was also rested. The only goal is to win the World Cup, if taking a break helps them then that’s more important than playing a bilateral at home @samiprajguru pic.twitter.com/bwF3f7Rvyy
— Sushant Mehta (@SushantNMehta) June 22, 2022
ତାଙ୍କୁ ଜଣେ ପତ୍ରାକାର ଅଳସୁଆ କହିବା ସହ ଅନ୍ୟାନ୍ୟ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ|ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପତ୍ରାକାର ରୋହିତଙ୍କୁ ଟ୍ରୋଲ କରୁଥିବା ଦେଖାଯାଏ|ଏହାସହ ତାଙ୍କ ଫିଟନେସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି|
ଭାରତୀୟ ଦଳ ଆଇପିଏଲରେ ଲଗାତାର ଖେଳିଥିଲେ|ଦଳର ବଡ ବଡ ଖେଳାଳି ଲଗାତାର ମ୍ୟାଚ ଖେଳିଥିଲେ|ଏଥିପାଇଁ ଆନ୍ତର୍ଜାତିକ ମ୍ୟାଚ ଖେଳିବାକୁ ବିରାଟ ରୋହିତ ସହ ଵଡ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି|
ଭାଇରାଲ ହେଉଥିବା ଟୁଇଟରରେ ପତ୍ରାକାର ସମୀପ ରାଜଗୁରୁ ଜଣେ ୟୁଜରଙ୍କୁ ଜବାବ ଦେଇ କହିଛନ୍ତି ,”ଏଵେ ଅଳସୁଆ କହୁନାହିଁ,ବୁଝୁଛୁ ନା ରୋହିତ! କାହିଁ ତୋର ରୋହିତ ଭାଇ|? ଛୁଟି ମନାଉଛନ୍ତି|ଡକାଇ କ୍ରିକେଟ ଖେଳାଅ|କ୍ରିକେଟ ଖେଳିବା ଛାଡି ଛୁଟି କାଟୁଛନ୍ତି””
ସମୀପ କହିଛନ୍ତି,”ଅଳସୁଆ ହିଁ ଅଟେ|ଖେଳିବାକୁ ଚାହୁଁନାହିଁ, ସିଦ୍ଧୁ ଭଳି ହୋଇଗଲା|ସାହସ ଅଛି ଯଦି ଖେଳ, କେଉଁଥି ପାଇଁ ଆରାମ ?୨୦-୨୦ ଦିନ ଆରାମ|ମାସରୁ ଉର୍ଦ୍ଧ୍ବ ଆରାମ|ପେଟ ଏତେ ବଡ ବଡ ହେଉଛି ସମସ୍ତଙ୍କ ହିଁ ୟେ ସୁପରଷ୍ଟାର|”