ବରଯାତ୍ରୀ ନ ନେବାରୁ ବରକୁ ୫୦ ଲକ୍ଷ ଟଙ୍କାର ମାନହାନି ନୋଟିସ୍ ପଠାଇଲେ ତାଙ୍କ ବନ୍ଧୁ

0

Get real time updates directly on you device, subscribe now.

ହିନ୍ଦୁ ସମାଜରେ ବିବାହକୁ ଏକ ପବିତ୍ର ଉତ୍ସବ ବୋଲି ବିଚାର କରି ପାଳନ କରାଯାଏ । ପ୍ରତ୍ୟେକ ବାଡୁଅ ଯୁବକ ଯୁବତୀ ଏହି ପବିତ୍ର ଦିନକୁ ଉତ୍କଣ୍ଠାର ସହିତ ଚାହିଁ ରହିଥାନ୍ତି । ଜୀବନରେ ଏହି ଦିନଟି ଥରେ ମାତ୍ର ଆସୁଥିବାରୁ ଅନେକ ଏହାକୁ ନିଆରା ଢଙ୍ଗରେ ପାଳନ କରିବାକୁ ଚାହିଁଥାନ୍ତି । ବିହାହରେ ଅନେକ ତ କୋଟି କୋଟି ଟଙ୍କା ପାଣି ଭଳି ଢାଳି ଦେଇଥାନ୍ତି । ବିବାହ ଦିନ କନ୍ୟା ଚାହିଁ ବସିଥାଏ ତା’ ମନର ମଣିଷକୁ । ତା’ ଜୀବନସାଥୀ କେମିତି ଆସିବ, ଗାଁ ଦାଣ୍ଡ କେମିତି ବାଜା ବାଣରେ କମ୍ପିବ । ଆଉ ବର ବରଯାତ୍ରୀ ମାନଙ୍କୁ ଧରି ଆସିଥାଏ କନିଆ କୁ ନେବା ପାଇଁ । ଔ ବରଯାତ୍ରୀରେ ପରିବାର ଲୋକଙ୍କ ସହିତ ସାଙ୍ଗ ସାଥିଙ୍କୁ ମଧ୍ୟ ଆମନ୍ତ୍ରଣ କରିଥାଏ ବର । କିନ୍ତୁ ନିକଟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଆମନ୍ତ୍ରିତ କରିବା ପରେ ମଧ୍ୟ ବରଯାତ୍ରୀ ଭାବେ ନ ନେବାରୁ ଜଣେ ଯୁବକ ତାଙ୍କ ବର ବନ୍ଧୁଙ୍କ ନିକଟକୁ ୫୦ ଲକ୍ଷ ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା କଣ ।

ସୂଚନା ଅନୁସାରେ ବାହାଦୁରବାଦର ବାସିନ୍ଦା ରବି ତାଙ୍କ ବନ୍ଧୁ ଚନ୍ଦ୍ରଶେଖରଙ୍କୁ ନିଜର ବିବାହରେ ନିମନ୍ତ୍ରଣ କରିଥିଲେ ଓ ତାଙ୍କୁ ବରଯାତ୍ରୀ ଭାବେ ଯିବାକୁ କହିଥିଲେ । କିନ୍ତୁ ବର ରବି ତାଙ୍କ ବନ୍ଧୁଙ୍କୁ ବିନା ଚାଲିଯାଇଥିବା ଅଭିଯୋଗ ହୋଇଛି । ଏବଂ ଚନ୍ଦ୍ରଶେଖର ଯେତେବେଳେ ବନ୍ଧୁଙ୍କ ବରଯାତ୍ରୀରେ ଯିବା ପାଇଁ ପହଞ୍ଚିଥିଲେ, ସେତେବେଳେ ସେ ସେଠାରେ କାହାକୁ ଦେଖିବାକୁ ପାଇନଥିଲେ ।

ତାପରେ ନିକଟସ୍ଥ ଲୋକଙ୍କୁ ପଚାରିବାରୁ ଜଣା ପଡ଼ିଥିଲା ଯେ ତାଙ୍କୁ ଛାଡ଼ି ବର ପ୍ରୋସେସନ ଯାଇସାରିଛି । ତାପରେ ସେ ରବିଙ୍କୁ କଲ୍ କଲେ ତୋ ବର ରବି କହିଥିଲେ ଯେ ସେ ପ୍ରୋସେସନ ନେଇ ବାହାରି ସାରିଛନ୍ତି ତୋ ଟାଙ୍କୁ ଏବେ ଆଉ ଏହି ପ୍ରୋସେସନରେ ଆସିବା ଦରକାର ନାହିଁ । ଯାହାକୁ ଚନ୍ଦ୍ରଶେଖର ଏକ ଅପମାନ ବୋଲି ନେଇଥିଲେ । ତାଙ୍କ ଓକିଲ ଭଦୌରିଆ କହିଛନ୍ତି ଯେ ଅପମାନକୁ ସହିନପାରି ଚନ୍ଦ୍ରଶେଖର ମାନସିକ ଚାପରେ ଆସି ଯାଇଥିଲେ ଏବଂ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ସେଥିପାଇଁ ଓକିଲଙ୍କ ପରାମର୍ଶ ଅନୁଯାୟୀ ଚନ୍ଦ୍ରଶେଖର ତାଙ୍କ ବନ୍ଧୁ ରବି ନିକଟକୁ ୫୦ ଲକ୍ଷ ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Leave A Reply

Your email address will not be published.