ଦିନେ କବାଡି ବାଲା ହେବାକୁ ଚାହୁଁଥିଲା ଏହି ବ୍ୟକ୍ତି, ଭାଗ୍ୟ ବଦଳିଲା ଏବଂ ଏହିପରି ହୋଇଗଲା IAS ଅଫିସର୍

0

Get real time updates directly on you device, subscribe now.

IAS Success Story: କୁହନ୍ତି ଯେଉଁଠାରେ ପରିଶ୍ରମ ଏବଂ ଇଚ୍ଛାଶକ୍ତି ଥାଏ, ସେଠାରେ ଯେକୌଣସି ଲକ୍ଷ୍ୟକୁ ମଧ୍ୟ ହାସଲ କରାଯାଇପାରେ । ଏଠାରେ ଆପଣଙ୍କୁ ନିଜ ଲକ୍ଷ ପ୍ରତି ଏକାଗ୍ରତା ହେବାକୁ ପଡ଼ିଥାଏ । ସଫଳତା ପାଇଁ କଠିନ ପରିଶ୍ରମ କରିବା ବହୁତ୍ ଆବଶ୍ୟକ ଅଟେ ଏବଂ ତା ବ୍ୟତୀତ ଅନ୍ୟ କୌଣସି ରାସ୍ତା ମଧ୍ୟ ହୋଇନପାରେ ।

ଏପରି କିଛି ଉତ୍ତରାଖଣ୍ଡର ଜଣେ ବ୍ୟକ୍ତି କରି ଦେଖାଇଛନ୍ତି । ଆଇଏଏସ ଅଫିସର୍ ଦୀପକ ରାୱତ ପ୍ରାୟତଃ ନିଜ କାମ ପାଇଁ ହେଡଲାଇନରେ ରୁହନ୍ତି । ସେ ନିଜ ଟୁଇଟର ଆକାଉଣ୍ଟରେ ମଧ୍ୟ ବହୁତ୍ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ହଜାର ହଜାର ଫ୍ୟାନ ଫୋଲୋଇଙ୍ଗ ଅଛନ୍ତି । କେବଳ ଏତିକି ନୁହେଁ, ୟୁଟ୍ୟୁବରେ ଫିଲ୍ଡ ଭିଯିଟିଙ୍ଗ ଭାବେ ମଧ୍ୟ ଚର୍ଚ୍ଚାରେ ରୁହନ୍ତି ।

କବାଡି ବାଲା ହେବାକୁ ଚାହୁଁଥିଲେ ଦୀପକ ରାୱତ :-

ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଆଇଏଏସ ହେବା ପୂର୍ବରୁ ସେ ପାଠପଢ଼ାରେ ଦୁର୍ବଳ ଥିଲେ ଏବଂ ସେ ଜଣେ ସ୍କ୍ରପ ଡିଲର ଅର୍ଥାତ୍ କବାଡି ବାଲା ହେବାକୁ ଚାହୁଁଥିଲେ । ସେ ଏହି କଥାକୁ ନିଜେ ଗୋଟିଏ ଇଣ୍ଟରଭିୟୁ ସମୟରେ କହିଛନ୍ତି । ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ଗୋଟିଏ ଇଣ୍ଟରଭିୟୁରେ ଦୀପକ ରାୱତ କହିଛନ୍ତି ଯେ “ପିଲାଦିନେ ଟୁଥପେଷ୍ଟ ପ୍ୟାକେଟ, ଖାଲି ଡବା, ଭଙ୍ଗା ରୁଜା ଜିନିଷ ନେଇ ଆସୁଥିଲି ଏବଂ ଘର ବାହାରେ ଦୋକାନ କରୁଥିଲି । ଲୋକମାନେ ମତେ ପଚାରୁଥିଲେ କି ବଡ ହୋଇ କଣ୍ ହେବାକୁ ଚାହୁଁଛୁ, ସେତେବେଳେ ମୁଁ କହେ ଯେ କବାଡି ବାଲା ହେବାକୁ ଚାହୁଁଛି । କାରଣ ମତେ ପ୍ରତିଦିନ ଅଲଗା ଅଲଗା ପ୍ରକାରର ଜିନିଷ ଦେଖିବାକୁ ମିଳୁଥିଲା । ”

ସକ୍ସେଶ ମିଳିବାପରେ ଏହିପରି ଇଣ୍ଟରନେଟରେ ଭାଇରାଲ୍ ହେଲେ :-

ଦୀପକ ରାୱତ ଏହା ମଧ୍ୟ କହିଛନ୍ତି ଯେ ଏହି ପେଶା ବହୁତ୍ ଆକର୍ଷଣୀୟ ଅଟେ ଏବଂ ଏଥିରେ ପ୍ରତିଦିନ ନୂଆଁ ନୂଆଁ ଜିନିଷ ମିଳେ । ଆପଣ ସବୁ ସ୍ଥାନକୁ ଯାଇପାରିବେ ଏବଂ ଏକ୍ସପ୍ଲୋର୍ କରିପାରିବେ । ମୁଁ ଏହାକୁ ଆଜି ମଧ୍ୟ ମିସ କରେ ଏବଂ ମୁଁ ଭିତରୁ ମଧ୍ୟ ସେମିତି ଅଟେ ।”

ଦେଖନ୍ତୁ ଭିଡିଓ :-

କିଏ ଏହି IAS ଦୀପକ ରାୱତ ?

ଉତ୍ତରାଖଣ୍ଡର ମୁସୁରି ନିବାସୀ ଦୀପକ ରାୱତ 1977 ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ମୁସୁରିରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ ଏବଂ ତାପରେ ସେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ । ଦୀପକ ରାୱତ ଦିଲ୍ଲୀର ହଂସରାଜ କଲେଜରୁ ସ୍ନାତକ ହାସଲ କରିଥିଲେ । ଏହା ପରେ ସେ ସ୍ନାତକୋତ୍ତର ପାଇଁ ଅଧ୍ୟୟନ କରିବା ଆରମ୍ଭ କଲେ ଏବଂ UPSC ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲେ । ଅବଶ୍ୟ, ପ୍ରଥମ ଦୁଇଟି ପ୍ରୟାସରେ ବିଫଳ ହେବା ପରେ ସେ ତୃତୀୟ ପ୍ରୟାସରେ ସଫଳ ହୋଇଥିଲେ । ବର୍ତ୍ତମାନ ସେ ଉତ୍ତରାଖଣ୍ଡର ହରିଦ୍ୱାରରେ ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.