7th Pay Commission: ସରକାରୀ କର୍ମଚାରୀଙ୍କୁ 2 ଲକ୍ଷ ଟଙ୍କା ଦେଇପାରନ୍ତି ସରକାର, କେବଳ ଘୋଷଣାକୁ ଅପେକ୍ଷା

0

Get real time updates directly on you device, subscribe now.

7th Pay Commission: ଆସନ୍ତା ମାସରେ କେନ୍ଦ୍ର କର୍ମଚାରୀଙ୍କୁ ସରକାର ବଡ ଉପହାର ଦେଇପାରନ୍ତି । ଖବର ରହିଛି ଯେ କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ଜୁଲାଇରେ ପ୍ରଦାନ କରିବେ । ଏହାସହିତ କର୍ମଚାରୀଙ୍କ ଡ଼ିଏରେ ବୃଦ୍ଧି ପାଇଁ ମଧ୍ୟ ଘୋଷଣା ହୋଇପାରେ । ସରକାରୀ କର୍ମଚାରୀମାନଙ୍କୁ 2020 ଜୁନ ମାସରୁ 2021 ଜୁନ ପର୍ଯ୍ୟନ୍ତର ଡ଼ିଏର ପଇସା ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ସେମାନେ ଲଗାତାର ନିଜର ଡ଼ିଏ ପଇସା ପ୍ରଦାନ ପାଇଁ ଦାବି କରୁଛନ୍ତି ।

ସରକାର କୋଭିଡ୍ କାରଣରୁ ଡିଏ ହୋଲ୍ଡ କରି ଦେଇଥିଲେ । ବର୍ତ୍ତମାନ କୁହାଯାଉଛି ଯେ ସରକାର ଖୁବଶିଘ୍ର 18 ମାସର ଡିଏ ଏରିୟର ପ୍ରଦାନ କରିପାରନ୍ତି ।

ଦୁଇ ଲକ୍ଷ ଟଙ୍କା ଦେଇପାରନ୍ତି ସରକାର :-

କୁହାଯାଉଛି ଯେ ସରକାର କର୍ମଚାରୀଙ୍କ ଖାତାରେ ଥରେ 2 ଲକ୍ଷ ଟଙ୍କା ପକାଇ ପାରନ୍ତି । ଡିଏ ଏରୀୟରର ପଇସା କର୍ମଚାରୀଙ୍କୁ ତାଙ୍କ ସ୍ୟାଲେରି ବ୍ୟାଣ୍ଡ ଅନୁସାରେ ମିଳିବ । ଯଦି ସରକାର ଡିଏ ଏରୀୟରର ପ୍ରଦାନ କରନ୍ତି, ତେବେ ଲେଭଲ୍ 1 କର୍ମଚାରୀଙ୍କ ଡିଏ ଏରୀୟର 11880 ନେଇ 37000 ଟଙ୍କା ମଧ୍ୟରେ ହୋଇପାରେ । ସେହିପରି ଲେଭଲ 13 ର କର୍ମଚାରୀଙ୍କୁ ସରକାର ଡିଏ ଏରୀୟର୍ ଭାବରେ 1,44,200 ଟଙ୍କାରୁ ନେଇ 2,18,200 ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିପାରନ୍ତି ।

ଡିଏରେ ହୋଇପାରେ ବୃଦ୍ଧି :-

ସରକାର ଜୁଲାଇ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏରେ 4 ରୁ 5 ପ୍ରତିଶତ ବୃଦ୍ଧି କରିପାରନ୍ତି । ତେବେ ସରକାର ଏହା ଉପରେ ବର୍ତ୍ତମାନ ସୁଦ୍ଧା ଅଫିସିଆଲ୍ ଭାବରେ କୌଣସି ବୟାନ ଦେଇନାହାନ୍ତି । ତେବେ ବଢୁଥିବା ମୁଦ୍ରସ୍ପିତୀକୁ ଦୃଷ୍ଟିରେ ରଖି କୁହାଯାଉଛି ଯେ ସରକାର ନିଜ କର୍ମଚାରୀଙ୍କ ଡିଏରେ ବୃଦ୍ଧି କରି ଟିକେ ଆରାମ ଦେଇପାରନ୍ତି । ବର୍ତ୍ତମାନ 34 ପ୍ରତିଶତ ଦରରେ କର୍ମଚାରୀଙ୍କୁ ଡିଏ ମିଳୁଛି । ମାର୍ଚ୍ଚରେ ସରକାର 3 ପ୍ରତିଶତ ଡିଏରେ ବୃଦ୍ଧି କରିଥିଲେ ।

କର୍ମଚାରୀଙ୍କୁ ମିଳିବ ଫାଇଦା :-

ଯଦି ସରକାର ମୁଦ୍ରସ୍ପିତୀକୁ ଦୃଷ୍ଟିରେ ରଖି ଯଦି 4 ପ୍ରତିଶତ ମଧ୍ୟ କର୍ମଚାରୀଙ୍କ ଡିଏରେ ବୃଦ୍ଧି କରନ୍ତି, ତେବେ 50 ଲକ୍ଷ କର୍ମଚାରୀ ଏବଂ 65 ଲକ୍ଷ ପେନସନ ଭୋଗୀଙ୍କୁ ଏହାର ଫାଇଦା ମିଳିବ । ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଡିଏ ତାଙ୍କର ଆର୍ଥିକ ସହାୟତା ସ୍ୟାଲେରି ଷ୍ଟ୍ରକଚରର ଅଂଶ ହୋଇଥାଏ ।

Leave A Reply

Your email address will not be published.