୨୪ରେ ଘୂର୍ଣ୍ଣିବଳୟ । ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା

0

Get real time updates directly on you device, subscribe now.

ତାତି ସାଙ୍ଗକୁ ବର୍ଷା । ଗଲା କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ଲଗାତାର ବଢ଼ି ଚାଲିଥିବା ବେଳେ ଓଡ଼ିଶାକୁ ଛୁଇଁଥିଲା ମୌସୁମୀ । ତେବେ ମୌସୁମୀ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଖରା ଦାଉରୁ ମିଳିଥିଲା ମୁକ୍ତି । ତେବେ ପୁଣି କିଛି ଦିନ ତାତି ବଢିଥିଲା । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ଯାହା ଶୁଣିଲେ ଆଶ୍ୱସ୍ତି ମିଳିବ । ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ଏହା ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷା ବଢ଼ିବ । ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେପଟେ ବୁଧବାର ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଉ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ହୋଇଛି ।

ରେକର୍ଡ ହୋଇଥିବା ସୂଚନା ଅନୁସାରେ କାଲି ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ବୌଦ୍ଧରେ ୬୩ ମିଲିମିଟର, ରାୟଗଡାରେ ୩୦.୮, ନବରଙ୍ଗପୁରରେ ୩୦.୨, କଳାହାଣ୍ଡିରେ ୨୯.୫, କନ୍ଧମାଳରେ ୨୫.୬, ଗଞ୍ଜାମରେ ୨୫.୪, ମାଲକାନଗିରିରେ ୨୪.୯, ନୟାଗଡ଼ରେ ୨୩.୧, ଖୋର୍ଦ୍ଧାରେ ୨୦.୧, ସୋନପୁରରେ ୨୯.୨, ଜଗତସିଂହପୁରରେ ୧୩.୪, ଢେଙ୍କାନାଳରେ ୩୨.୮ ଓ ଯାଜପୁରରେ ୨୮.୯ ମିଲିମିଟର ବର୍ଷା ହୋଇଥିବା ଆଇଏମ୍‌ଡି ତଥ୍ୟ ଦେଇଛି । ସେହିପରି ସୋଆ (ଏସ-ଓ-ଏ) ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଶରତ ସାହୁ କହିଛନ୍ତି, ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ।

୨୪ ତାରିଖରେ ଉତ୍ତର ଓଡ଼ିଶା ଉପର ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବାରୁ ଏହା ପ୍ରଭାବରେ ବର୍ଷା ଅଧିକ ହେବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି, ସ୍ଥାନେ ସ୍ଥାନେ ବର୍ଷା ଜାରି ରହିଛି । ମୌସୁମୀର ବଙ୍ଗୋପସାଗର ଶାଖା ସକ୍ରିୟ ହେଉଛି । ୨୪ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି । ୨୨ରୁ ୨୫ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.