ଆରମ୍ଭ ହେବାକୁ ଯାଉଛି ଅଗ୍ନିପଥ ଯୋଜନା ୨୦୨୨। ସ୍ଥଳସେନାରେ ନିଯୁକ୍ତି ନେଇ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ।

ବର୍ତ୍ତମାନ ସମୟରେ ଦେଶ ବ୍ୟାପି “ଅଗ୍ନିପଥ ସ୍କିମ”କୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଜୁନ ୧୪ ତାରିଖରେ ଏହା ଲାଗୁ ହେବା ଦିନ ଠାରୁ ହିଁ ଏହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ପିଟିଆଇ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ଅଧିକାରୀ ଲେଫନାଣ୍ଟ ଜେନେରାଲ ବଂଶୀ ପୋନାପା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେବାକୁ ଯାଇ କହିଛନ୍ତିକି ଆଜି ସନ୍ଧ୍ୟା ସୁଦ୍ଧା ଇଣ୍ଡିଆନ ଆର୍ମି କିମ୍ବା ଭାରତୀୟ ସେନା ପକ୍ଷରୁ ଆବେଦନ ପ୍ରକ୍ରିୟା ଜାରି ହୋଇପାରେ ।ଯେଉଁ ଯୁବପିଢ଼ିମାନେ “ଅଗ୍ନିବୀର” ସ୍କିମରେ ନିଜ ନିଜ ନାଁ ରେଜିଷ୍ଟାର କରିଛନ୍ତି ସେମାନେ ଭାରତୀୟ ଆର୍ମି କିମ୍ବା ଭାରତୀୟ ନୌସେନା କିମ୍ବା ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇପାରିବେ ।

*ଆବେଦନ ତାରିଖ:-

ଅଗ୍ନିପଥ ନିଯୁକ୍ତି ନେଇ ସୂଚନା, ୨୦୨୨

ଭାରତୀୟ ସେନା – ଜୁନ ୨୦, ୨୦୨୨

ଭାରତୀୟ ବାୟୁ ସେନା- ଜୁନ ୨୪, ୨୦୨୨

ଭାରତୀୟ ନୌସେନା- ଜୁନ ୨୧, ୨୦୨୨

*ଆବେଦନ ପ୍ରଣାଳୀ:-

ଯେଉଁ ଅଗ୍ନିବୀର ମାନେ ଭାରତୀୟ ସେନାରେ ନିଯୁକ୍ତି ନେଇ ଆବେଦନ କରିବାକୁ ଓ ନିଜ ନାଁ ରେଜିଷ୍ଟାର କରିବାକୁ ଚାହୁଁଛନ୍ତି ସେମାନେ ଆଜି ଠାରୁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।ଅନ୍ୟାନ ପଦପଦବୀ ପାଇଁ ଆସନ୍ତା ଜୁଲାଇ ପହିଲାରୁ ନିଯୁକ୍ତି ପ୍ରକ୍ରିୟା ଜାରି ହୋଇପାରେ । ଆବେଦନ କରିବା ପାଇଁ ଲିଙ୍କ ଓ ଏନେଇ ସଠିକ ପ୍ରକ୍ରିୟା ବାବଦରେ ଖୁବ ଶୀଘ୍ର ଜଣାଇ ଦିଆଯିବ । ଏଥିନେଇ ଇଛୁକ ଥିବା ପ୍ରାର୍ଥୀ ସମୟାନୁସାରେ ପ୍ରତିରକ୍ଷା ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ଏବାବଦରେ ଅଧିକ ସୂଚନା ପାଇପାରିବେ ।

Leave A Reply

Your email address will not be published.