ପ୍ରେମିକା ମଥାରେ ସିନ୍ଦୂର ଦେଖି ସହିପାରିଲାନି ଦୀପକ, ୫ ବର୍ଷର ପ୍ରେମକୁ ଝୁରି ଝୁରି ଏ ଦୁନିଆ ଛାଡ଼ିଲା ପ୍ରେମିକ

0

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଥାନା ଅଧୀନସ୍ଥ ବଳିପାଳ ପଞ୍ଚାୟତ ବାଲିସାହି ଗାଁର ରାମଚନ୍ଦ୍ର ନାୟକଙ୍କ ପୁଅ ହେଉଛନ୍ତି ଦୀପକ କୁମାର ନାୟକ। ଦୀପକ ପ୍ରେମ କରୁଥିଲେ ନିଜର ପ୍ରେମିକାଙ୍କୁ। କିନ୍ତୁ ତାଙ୍କ ମଥାରେ ସିନ୍ଦୂର ଦେଇ ପାରିଲେ ନାହିଁ। ପ୍ରେମିକା ଆଉ ଜଣଙ୍କୁ ବିବାହ କରିବା ପରେ ଶେଷରେ ଜୀବନ ହାରି ଦେଇଛନ୍ତି ଦୀପକ।

ଦୀପକ ଅନୁଗୁଳରେ ଥିବା ଏଚଡିଏଫସି ବ୍ୟାଙ୍କରେ ସହକାରୀ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ ଦୀପକ। କିନ୍ତୁ ଭୁଲି ପାରୁନଥିଲେ ନିଜର ଗାଁର ପ୍ରେମିକାଙ୍କୁ। ପ୍ରେମ ବିବାହ ପାଇଁ ପ୍ରେମିକାଙ୍କ ପିତାଙ୍କୁ ବହୁ କାକୁତିମିନତି ହେଉଥିଲେ। ଝିଅକୁ ଆଉ କୁଆଡେ ବିବାହ କରନାହିଁ ବୋଲି ମନା କରୁଥିଲେ। କେତେ କଣ କହିଲା ପରେ ମଧ୍ୟ ଝିଅର ବାପା ଅନ୍ୟତ୍ର ବିବାହ କରିଥିଲେ ଝିଅଙ୍କୁ। ଯାହାଫଳରେ ପ୍ରେମିକା ଆଉ ଜଣଙ୍କର ହାତ ଧରି ବିବାହ କରିଥିଲା।

ଗତ ୧୪ ତାରିଖରେ ମୋବାଇଲରେ ଅନେକ ମେସେଜ ଆସିଥିଲା। ସେଥିମଧ୍ୟରୁ ତାଙ୍କର ପ୍ରେମିକାଙ୍କର ମେସେଜ ଆସିଥିଲା। ଯାହାକୁ ପଢ଼ି ଦୀପକ ହତସାୟିତ ହୋଇଯାଇଥିଲେ। ଝିଅର ବାହାଘର ପୂର୍ବରୁ ଝିଅର ବାପା ଦୀପକଙ୍କୁ ଅନେକ ଥର ଧମକ ଦେଇଥିଲେ। ଗୁରୁବାର ଦିନ ତାଙ୍କ ବାପା ଅନୁଗୁଳରେ ଦୀପକ ରହୁଥିବା ଭଡା ଘରର ମାଲିକଙ୍କ ନିକଟରୁ ତାଙ୍କର ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ। ଦୀପକଙ୍କ ବାପା ଅନୁଗୁଳରେ ପହଞ୍ଚି ଅନୁଗୁଳର ଥାନାରେ ଝିଅର ପରିବାର ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଛନ୍ତି। ବର୍ତ୍ତମାନ ଦୀପକଙ୍କ ବାପା ଓ ମାଆଙ୍କ ଆଖିରୁ ଲୁହ ସୁଖୁନାହିଁ। ରୋଜଗାରିଆ ପୁଅକୁ ହରାଇ ବର୍ତ୍ତମାନ ବହୁତ ଦୁଃଖରେ ଅଛନ୍ତି।

Leave A Reply

Your email address will not be published.